ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍ଏସ୍) ଉଜ୍ଜ୍ୱଳ କୁମାର ଚଭନ। ବିଶେଷକରି ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ସେ ଜଳାଶୟ ଏବଂ ଚେକ୍ ଡ୍ୟାମ୍ ନିର୍ମାଣ କରି ଜଳ ସଂରକ୍ଷଣ କରୁଛନ୍ତି। ଲୋକମାନଙ୍କ ସମ୍ମିଳିତ ପ୍ରୟାସରେ ଏହା କରାଯାଉଛି। ୨୦୧୬ରେ ଉଜ୍ଜ୍ୱଳ ତାଙ୍କ ଗାଁକୁ ଆସିଥିବା ସମୟରେ ଉତ୍କଟ ଜଳାଭାବ ସ୍ଥିତିକୁ ଲକ୍ଷ୍ୟକରି ଜଳ ସଂରକ୍ଷଣ ମାଧ୍ୟମରେ ଏହାର ସମାଧାନ କରିବାକୁ ଯୋଜନା କରିଥିଲେ। ସେ ପ୍ରଥମେ ତାଙ୍କ ଗାଁରେ ପୋଖରୀ ଖୋଳି ବର୍ଷାଜଳ ସଂରକ୍ଷଣରେ ସଫଳ ହୋଇଥିଲେ। ପରେ ଅନ୍ୟ ୬ଟି ଗାଁରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କୃଷକଙ୍କ ସହ ଯୋଗାଯୋଗ କରି ଏହି କାର୍ଯ୍ୟ ଆଗକୁ ନେବା ଲାଗି ସେ ‘ପଞ୍ଚ ପାଟିଲ’ ସ୍ବେଚ୍ଛାସେବୀ ଗୋଷ୍ଠୀ ଗଠନ କରିଛନ୍ତି। ଏହି ଟିମ୍ ୫ଟି ଲେଖା ଗାଁର ଦାୟିତ୍ୱ ନେଉଛନ୍ତି। ଏହାବ୍ୟତୀତ ପ୍ରବାହିତ ଜଳଧାରରେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଉଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଗଚ୍ଛିତ ରହୁଥିବା ବର୍ଷାଜଳ ଅକ୍ଟୋବର କିମ୍ବା ନଭେମ୍ବରରେ ଶେଷ ହୋଇଯାଉଥିଲା, କିନ୍ତୁ ଏବେ ତାହା ମାର୍ଚ୍ଚ-ଏପ୍ରିଲ ଯାଏ ବ୍ୟବହାର ହେଉଛି। ୨୦୪ଟି ଗାଁରେ ୫୦୦ କୋଟି ଲିଟର ଜଳ ସଂରକ୍ଷିତ ହୋଇ ରହୁଛି। ଫଳରେ କପା, ମକା, ଯଅ ଇତ୍ୟାଦି ଉତ୍ପାଦନ ହେବା ଯୋଗୁ କୃଷକମାନେ ଲାଭ ପାଉଛନ୍ତି।


