ଏଇ ଭାରତରେ

ଗୁରୁଙ୍କ ଗୌରବ କଥା ଆସିଲେ ମନେପଡ଼ନ୍ତି ବିହାରର ରଜନୀକାନ୍ତ(ଆର.କେ.) ଶ୍ରୀବାସ୍ତବ। ୧୮ ବର୍ଷ ହେଲା ସେ ପିଲାମାନଙ୍କୁ ଏକ ଟଙ୍କା ଦକ୍ଷିଣାର ପଢ଼ାଉଛନ୍ତି। ରୋହତାସ ଜିଲା ବିକ୍ରମଗଞ୍ଜରେ ସେ ଏକ ସ୍ବତନ୍ତ୍ର କ୍ଲାସ କରୁଛନ୍ତି ଓ ତାହାକୁ ‘ଏକ ଟଙ୍କା ଦକ୍ଷିଣା କ୍ଲାସ୍‌’ ବୋଲି ସମସ୍ତେ ଜାଣନ୍ତି। ଆର.କେ ସାର୍‌ ଜଣେ ଗଣିତ ଶିକ୍ଷକ। ସେ ପିଲାମାନଙ୍କୁ ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରେ ନାମ ଲେଖାଇବାରେ ସାହାଯ୍ୟ କରୁଛନ୍ତି। ତାଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଦେୟ ରଖିଛନ୍ତି ମାତ୍ର ୧ଟଙ୍କା । ତାଙ୍କର ଏପରି କାର୍ଯ୍ୟ ପଛରେ ଏକ କାହାଣୀ ରହିଛି। ଆର୍‌.କେ.ସାର୍‌ଙ୍କ ଆଦ୍ୟଜୀବନ ଅଭାବରେ କଟିଥିଲା। ବହୁକଷ୍ଟରେ ସେ ପାଠପଢି ଦ୍ୱାଦଶ ପାସ କରିବା ପରେ ଇଞ୍ଜିନିୟର ହେବାକୁ ଇଚ୍ଛା କରିଥିଲେ। କିନ୍ତୁ ଆଇଆଇଟି ପାଇଁ ପ୍ରସ୍ତୁତ ହେବା ସମୟରେ ତାଙ୍କୁ ଟିବି ହୋଇଗଲା ଓ ସେ ସଥିରୁ ବଞ୍ଚିତ ହୋଇଥିଲେ। ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ୧ଟଙ୍କା ଦେୟରେ ପଢ଼ାଇବା ସହ ନିଜେ ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୦୮ରେ ସେ କୋଚିଂ କ୍ଲାସ୍‌ ଖୋଲିଥିଲେ। ଏବେ ସୁଦ୍ଧା ତାଙ୍କ ନିକଟରୁ ୫୪୫ ପିଲା କୋଚିଂ ନେଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri