ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ପାଟବସ୍ତ୍ର ପ୍ରସ୍ତୁତି

ଖୋର୍ଦ୍ଧା ଅଫିସ,୧୨ା୫: ଜୁନ୍‌ ୨୦ରେ ଘୋଷଯାତ୍ରା। ଏଥିଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ଚାଲିଛି ରଥ ନିର୍ମାଣ। ଏପଟେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାର ବୁଣାକାର ପରିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ପାଟବସ୍ତ୍ର ଓ ସୂତାଲୁଗା ପ୍ରସ୍ତୁତିରେ ଲାଗିଛନ୍ତି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବୁଧବାର ସୁଦ୍ଧା ୭୦ପ୍ରତିଶତ କାମ ସରିଥିବା ବରିଷ୍ଠ ବୁଣାକାର ଗୋପୀନାଥ ଦାସ କହିଛନ୍ତି। ସରସ୍ବତୀ ପୂଜାରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥିଲା। ଏହି ଦିନ ଗୋପୀନାଥଙ୍କ ପରିବାର ପୂଜାର୍ଚ୍ଚନାପୂର୍ବକ ମହାପ୍ରଭୁଙ୍କ ସେବାରେ ଲାଗିପଡିଛନ୍ତି। ଦିନରାତି ପାଟବସ୍ତ୍ର ଓ ସୂତାଲୁଗା ବୁଣାକାମ ଚାଲିଛି। ଗତ ୩୦ବର୍ଷ ଧରି ରାଉତପଡାର ଗୋପୀନାଥଙ୍କ ପରିବାର ଏହି ପାଟବସ୍ତ୍ର ଓ ସୂତାଲୁଗା ଯୋଗାଇ ଆସୁଛନ୍ତି। ଗୋପୀନାଥ କୁହନ୍ତି, ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତାଲିକା ପାଇବା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଇଛି। ବିଭାଗୀୟ ଅଧିକାରୀ ମାନେ ରାଉତପଡା ଗସ୍ତରେ ଆସି ବୁଣାକାରଙ୍କ ସହ ଆଲୋଚନା କରିଛନ୍ତି।
ରଥଯାତ୍ରା ଲାଗି ଚେହେଲି ପାଟ, ବଡ଼ସିଂହାର ଲାଗି ଗୀତିଗୋବିନ୍ଦ ପାଟ, ସାତବାର ଲାଗି ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇପ୍ରକାର ଘୋଡ଼ଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ ଗରା ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତସେବା ଲାଗି ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ୍‌ ଲେଖାଏ ଚେହେଲି ପାଟ, ବଡ଼ସିଂହାର ବେଶ ଲାଗି ଗୀତିଗୋବିନ୍ଦ ଲେଖାଥିବା ଗୀତିଗୋବିନ୍ଦ ପାଟ ପ୍ରସ୍ତୁତି ଚାଲିଛି। ସେହିପରି ସପ୍ତବିଗ୍ରହ ଯଥା ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ପ୍ରକାର ଘୋଡ଼ଣି ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନୀ, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ଆଦି ବସ୍ତ୍ର ପ୍ରସ୍ତୁତି ଚାଲିଛି। ଗୋପୀନାଥ କୁହନ୍ତି, ବାପା ମଧୁସୂଦନ ଦାସ ୧୯୯୩ ମସିହାରେ ଏହି ସେବା ପାଇଥିଲେ। ସେବେଠାରୁ କ୍ରମାଗତ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଓ ବର୍ଷସାରା ପର୍ବପର୍ବାଣି ଲାଗି ସୂତାଲୁଗା ଓ ପାଟବସ୍ତ୍ର ଯୋଗାଇ ଆସୁଛୁ। ୧୯୯୬ ଓ ୨୦୧୫ ନବକଳେବର ଏବଂ ୨୦୨୦ ନାଗାର୍ଜୁନ ବେଶ ସକାଶେ ମହାପ୍ରଭୁଙ୍କ ଲାଗି ସୂତା ଓ ପାଟବସ୍ତ୍ର ପଠାଇବାର ସୁଯୋଗ ପାଇଛୁ। ଗୋପୀନାଥଙ୍କ ସମେତ ୪ଭାଇ ରାମଚନ୍ଦ୍ର ଦାସ, ଭଗବାନ ଦାସ ଓ ଗୋବିନ୍ଦ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ଦାସ, ରବୀନ୍ଦ୍ର କୁମାର ଦାସ, ଅଶୋକ ଦାସ, ନିମାଇ ଚରଣ କୁଣ୍ଡୁ, କାର୍ତ୍ତିକେଶ୍ୱର ପାତ୍ର ପ୍ରମୁଖ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି।
ଯେ, ରାଉତପଡ଼ାର ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର। ରାଉତପଡ଼ା ସେବା ସମବାୟ ସମିତିରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ରହିଛନ୍ତି। ବର୍ଷସାରା ହସ୍ତତନ୍ତ ଲୁଗା, ଗାମୁଛା, ବାନ୍ଧେଣୀ ଶାଢ଼ି, ବିଭିନ୍ନ ପ୍ରକାର ପାଟ ଓ ସୂତାଲୁଗା ବୁଣୁଛନ୍ତି। ମହାପ୍ରଭୁଙ୍କ ଲାଗି ପାଟ ଓ ସୂତା ଲୁଗା ଏଠାରୁ ଶ୍ରୀକ୍ଷେତ୍ରକୁ ଯାଉଥିବାରୁ ଏହି ଗ୍ରାମ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri