ମାଲଗାଡ଼ିରେ ବେଆଇନ ଭାବେ ଲୋଡିଂ

ଭବାନୀପାଟଣା,୧୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ରୋଡ ରେଳ ଷ୍ଟେଶନରେ ମାଲଗାଡିରେ ଲୋଡିଂ ଶେଷ ସମୟ ପରେ ବି ଜଣେ ଠିକାଦାର ଓ ରେଳ କର୍ମଚାରୀ ସଲାସୁତୁରା ହୋଇ ଘଣ୍ଟା ଘଣ୍ଟା ଧରି ବେଆଇନ ଭାବେ ମାଲଗାଡି ରଖି ଲୋଡିଂ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଥିବାବେଳେ ଏହି ଟଙ୍କା ଜଣେ ମକା ଠିକାଦାର ଓ ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ପକେଟକୁ ଯାଉଛି। ଏପରିକି ଏହି ଘଟଣାକୁ ପ୍ରତିବାଦ କରିଥିବା ଜଣେ ଆରପିଏଫ୍‌ଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିବା ଜଣାପଡିଛି। ଏ ନେଇ ଆରପିଏଫ୍‌ ଜଣକ ଟିଟଲାଗଡ ଜିଆରପିଏସ ଥାନାରେ ଅଭିଯୋଗ କରିବା ପରେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଅନୁଯାୟୀ, ଜୁନାଗଡ ରୋଡ ରେଳ ଷ୍ଟେଶନରେ ଆରପିଏଫ୍‌ (ରେଲୱେ ସୁରକ୍ଷା ବଲ) ଭାବେ ତପନ କୁମାର ପଟ୍ଟନାୟକ କାର୍ଯ୍ୟରତ ଥିଲେ। ଗତ ୭ ତାରିଖରେ ଏଠାରେ ଏକ ମାଲଗାଡି ଲାଗିଥିଲା। ଏହି ସମୟରେ ଡ୍ୟୁଟିରେ ଥିବା ତପନ ରାତି ୧୦ଟା ୩୫ରେ କାର୍ଯ୍ୟରତ ଥିବା ଷ୍ଟେଶନ ମାଷ୍ଟରଙ୍କୁ ମାଲଗାଡିରେ ଲୋଡିଂ ସମ୍ପୂର୍ଣ୍ଣ ହେଲା କି ବୋଲି ପଚାରିବାରୁ ଲୋଡିଂ ସମ୍ପୂର୍ଣ୍ଣ ହୋଇନାହଁି ବୋଲି କହିଥିଲେ। ଏହାପରେ ଆଉଜଣେ ଷ୍ଟେଶନ ମାଷ୍ଟର ଡ୍ୟୁଟିକୁ ଆସିଥିଲେ। ପୁଣିଥରେ ତପନ ଦାୟିତ୍ୱରେ ଥିବା ଷ୍ଟେଶନ ମାଷ୍ଟରଙ୍କୁ ଲୋଡିଂ ସମ୍ପୂର୍ଣ୍ଣ ହେଲାକି ବୋଲି ପଚାରିବାରୁ ୯ଟା ୩୫ରୁ ଲୋଡିଂ ସମ୍ପୂର୍ଣ୍ଣ ହୋଇଥିବା କହିଥିଲେ। ତେବେ ୨ଜଣ ଷ୍ଟେଶନ ମାଷ୍ଟରଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ତପନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣାର ସତ୍ୟତା ଜାଣିବା ପାଇଁ ତପନ ରାତି ୧୨.୨୦ରେ ମାଲଗାଡି ଥିବା ପ୍ଲାଟଫର୍ମକୁ ଯାଇଥିଲେ। ହେଲେ ଉକ୍ତ ସମୟରେ ବି ମାଲଗାଡିରେ ଲୋଡିଂ ହେଉଥିବା ଦେଖିବାକୁ ପାଇଥିଲେ। ତେବେ ଲୋଡିଂ ଶେଷ ପରେ ବି କ’ଣ ଲୋଡିଂ ହେଉଛି ବୋଲି ପଚାରିବାରୁ ସେଠାରେ ଉପସ୍ଥିତ ଥିବା ସୁପରଭାଇଜର ଓ ତାଙ୍କ ସହ ୬ଜଣ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ଆମେ ମନଇଚ୍ଛା କାରବାର କରିବୁ ବୋଲି କହିବା ସହ ତାଙ୍କୁ ଟଣାଓଟରା କରିବା ହତ୍ୟା ଧମକ ଦେଇଥିଲେ। ପରେ ତପନ ନ୍ୟାୟ ସହ ରେଲୱେ ବିଭାଗ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ସେ ଟିଟଲାଗଡ ଜିଆରପିଏସରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି। ଲୋଡିଂ ଶେଷ ହେବା ପରେ ବି ବେଆଇନ ଭାବେ ଅଧିକ ସମୟ ଷ୍ଟେଶନରେ ମାଲଗାଡି ଠିଆ ହୋଇ ଅଧିକ ମକା ଲୋଡିଂ ହେଉଥିଲା। ଏହାପୁଣି ଷ୍ଟେଶନ ମାଷ୍ଟରଙ୍କ ଜାଣତରେ ହେଉଥିବାରୁ ଏହି ଘଟଣାରେ ସେ ଲିପ୍ତ ଥିବା ତପନ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ରେଳ ବିଭାଗ ଏକ ଉଚ୍ଚସ୍ତରୀୟ କମିଟି ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପକ୍ଷରେ ଏଠାରେ କୌଣସି ସିସିଟିଭିର ବ୍ୟବସ୍ଥା ନ ଥିବାରୁ ଏପରି ବେଆଇନ କାମ ଚାଲିଥିବା ଜଣାପଡିଛି। ରେଲୱେ କର୍ତ୍ତୃପକ୍ଷ ଏଠାରେ ସିସିଟିଭି ଲଗାଇଲେ ଏପରି ବେଆଇନ କାମ ରୋକାଯାଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗତ ୨୦୧୮ରୁ ଏପରି ବେଆଇନ କାମ ଚାଲୁଥିବା ଅଭିଯୋଗ ହୋଇଥିବାବେଳେ ଏହି ଘଟଣା ପ୍ରତି ରେଳ ବିଭାଗ କିପରି ଦୃଷ୍ଟି ନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri