ଶ୍ରୀଲଙ୍କାରେ ପେଟ୍ରୋଲ ଦାମ୍‌ ୪୨୦, ଡିଜେଲ୍‌ ୪୦୦…

କଲମ୍ବୋ, ୨୪।୫ : ଏକ ଐତିହାସିକ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ପେଟ୍ରୋଲର ମୂଲ୍ୟ ୨୪.୩ ପ୍ରତିଶତ ଏବଂ ଡିଜେଲର ମୂଲ୍ୟ ୩୮.୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଯୋଗୁ ଶ୍ରୀଲଙ୍କା ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏହି କାରଣରୁ ଏହି ବୃଦ୍ଧି ଘଟିଛି। ଏହା ସହ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏପ୍ରିଲ ୧୯ ପରେ ଶ୍ରୀଲଙ୍କାରେ ଇନ୍ଧନ ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି। ଏହା ସହିତ ସାଧାରଣତଃ ବ୍ୟବହୃତ ଅକ୍ଟେନ-୯୨ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪୨୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲର ଲିଟର ପିଛା ଦାମ ୪୦୦ ଟଙ୍କା ହୋଇଛି। ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି କୁହାଯାଉଛି।

ଭାରତର ଅଗ୍ରଣୀ ତୈଳ କମ୍ପାନୀ ଭାରତୀୟ ତୈଳ ନିଗମର ଶ୍ରୀଲଙ୍କାର ସହାୟକ କମ୍ପାନୀ ଲଙ୍କା ଆଇଓସି ମଧ୍ୟ ଇନ୍ଧନର ଖୁଚୁରା ମୂଲ୍ୟ ବୃଦ୍ଧି କରିଛି। ଲଙ୍କା ଆଇଓସି ସିଇଓ ମନୋଜ ଗୁପ୍ତା କହିଛନ୍ତି ଯେ ସିଲନ ପେଟ୍ରୋଲିୟମ କର୍ପୋରେଶନ (ସିପିସି) ସହିତ ସମାନସ୍ତରରେ ପହଞ୍ଚିବା ପାଇଁ ଆମେ ମୂଲ୍ୟ ବୃଦ୍ଧି କରିଛୁ। ସିପିସି ହେଉଛି ଶ୍ରୀଲଙ୍କାର ଏକ ସରକାରୀ କ୍ଷେତ୍ରୀୟ ତୈଳ କମ୍ପାନୀ।

ଦେଶର ଶକ୍ତି ମନ୍ତ୍ରୀ କାଞ୍ଚନା ବିଜସେକରା ଟୁଇଟ କରି କହିଛନ୍ତି ଯେ କ୍ୟାବିନେଟ ସ୍ଥିର କରିଥିବା ସୂତ୍ର ଅନୁଯାୟୀ ଇନ୍ଧନର ମୂଲ୍ୟ ବୃଦ୍ଧି କରାଯାଇଛି। ପରିବହନ ଏବଂ ଅନ୍ୟାନ୍ୟ ସେବା ମୂଲ୍ୟରେ ପରିବର୍ତ୍ତନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି ବୋଲି ସେ କହିଛନ୍ତି। ଇଟିର ରିପୋର୍ଟ ଅନୁଯାୟୀ, ଇନ୍ଧନର ଅତ୍ୟଧିକ ଅଭାବ ଏବଂ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହେତୁ ଶ୍ରୀଲଙ୍କାରେ ଯାତାୟାତ ମଧ୍ୟ ମହଙ୍ଗା ହୋଇଛି।

ଅଟୋ ରିକ୍ସା ଅପରେଟରମାନେ କହିଛନ୍ତି ଯେ ସେମାନେ ବର୍ତ୍ତମାନ ପ୍ରଥମ କିଲୋମିଟର ପାଇଁ ୯୦ ଟଙ୍କା ଏବଂ ତା’ପରେ ପ୍ରତ୍ୟେକ କିଲୋମିଟର ପାଇଁ ୮୦ ଟଙ୍କା ଭଡ଼ା ନେବେ। ଲୋକଙ୍କ ଯାତ୍ରା ହ୍ରାସ କରିବା ପାଇଁ ସରକାର କମ୍ପାନୀଗୁଡିକୁ ଘରୁ କାମ କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି।

୧୯୪୮ରେ ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ଯୋଗୁ ଇନ୍ଧନ, ରନ୍ଧନ ଗ୍ୟାସ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ବ୍ୟାପକ ବିଦ୍ୟୁତ୍‌ କାଟ ଏବଂ ଖାଦ୍ୟ ମୂଲ୍ୟ ବୃଦ୍ଧି ଲୋକଙ୍କୁ ସଙ୍କଟରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri