Posted inଜାତୀୟ

ପୁଲଓ୍ବାମା ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ, ଜଣେ ଆତଙ୍କବାଦୀ ନିହତ

ପୁଲଓ୍ବାମା,୭।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଗୁସୁ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ୧୮୩ ବାଟାଲିୟନ ସିଆର୍‌ପିଏଫ୍‌, ରାଷ୍ଟ୍ରୀୟ ରାଇଫଲ୍ସ ସେନା ଓ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଉଦ୍ୟମରେ ଉକ୍ତ ଗାଁକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ସେହି ସମୟରେ ଆତଙ୍କବାଦୀମାନେ ଭୟଭୀତ ହୋଇ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଳାଇଥିଲେ। ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଜଣେ ଯବାନ ଓ ପୋଲିସକର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ଟୁଇଟ କରି ସୂଚନା ଦେଇଛନ୍ତି। ଏବେ ବି ଘଟଣାସ୍ଥଳରେ ଗୁଳିବିନିମୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବାୟୋଟେକର କୋଭାକ୍ସିନକୁ ଜର୍ମାନୀ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୬ ।୫: ଭାରତରେ ପ୍ରସ୍ତୁତ ଭାରତ ବାୟୋଟେକର କରୋନା ଭ୍ୟାକି୍ସନ କୋଭାକ୍ସିନକୁ ଜର୍ମାନୀ ମଞ୍ଜୁରୀ ପ୍ରଦାନ କରିଛି । ବହୁଦିନ ହେଲା ଏହାକୁ ଅପେକ୍ଷା କରାଯାଇଥିଲା...

ପଟିଆଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ପଟିଆଲା(ପଞ୍ଜାବ),୨୯।୪: ଶିବସେନା କର୍ମକର୍ତ୍ତା ଶୁକ୍ରବାର ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତା ଓ...

ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଆଡଭାଇଜରୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ, ୧୦।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାକୁ ଦୃଷ୍ଟିରେ ରଖି ମହିଳାଙ୍କୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ କେନ୍ଦ୍ର...

୭୦ ଦିନ ପରେ ନୂଆ ଆକ୍ରାନ୍ତ ସଂଖ୍ୟା ସର୍ବନିମ୍ନ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଶେଷ ହୋଇନି ମହାମାରୀ: କମଲ ହାସନ

ମୁମ୍ବାଇ,୨୨ ।୧୧: ବଲିଉଡ ଅଭିନେତା କମଲ ହାସନଙ୍କ ପ୍ରଶଂସକଙ୍କ ପାଇଁ ଏକ ଚମକାଇବା ଭଳି ଖବର ଆସିଛି । ଅଭିନେତା ନିକଟରେ ଆମେରିକାରୁ ଫେରିଥିବା ବେଳେ...

ନିଜକୁ ଦେଶର ଚୌକିଦାର କହି ବଢ଼ାଇଛନ୍ତି ଆମର ସମ୍ମାନ, ପ୍ରଧାନମନ୍ତ୍ରୀଙ୍କୁ କହିଲେ ସୁରକ୍ଷାକର୍ମୀ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପ୍ରେମ ବିବାହକୁ ନା କରିବାରୁ ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା,ପ୍ରେମିକ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୮ା୨: ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଏସ୍‌ଆଇ ପ୍ରୀତି ଅହଲାଓ୍ବତ୍‌(୨୬) ମେଟ୍ରୋ ଷ୍ଟେଶନର ପୋଲିସ ଏକାଡେମୀରୁ...

ମୁଖ୍ୟମନ୍ତ୍ରୀ ହେବାପରେ ପଦାବନତି: ମହାରାଷ୍ଟ୍ରରେ ଫଡ୍‌ନବିସ ପଞ୍ଚମ

ମୁମ୍ବାଇ,୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ କ୍ୟାବିନେଟରେ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ତଳ ପାହ୍ୟାକୁ ଖସିବାରେ ଫଡ୍‌ନବିସ ହେଉଛନ୍ତି ରାଜ୍ୟର...

Advertisement
Archives

Model This Week