ଭଞ୍ଜନଗର,୨୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ କାହ୍ନୁ ରାଉତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଭଞ୍ଜନଗର ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାକୁ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଶିଶୁ ବୈଜ୍ଞାନିକ ମାନଙ୍କୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ଏହି ମେଳା ହେଉଛି। ଦେଶ ବିଜ୍ଞାନ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହିଭଳି ବିଜ୍ଞାନ ପ୍ରଦର୍ଶନୀ ମେଳା ଦ୍ୱାରା ଛାତ୍ରୀଛାତ୍ରଙ୍କ ବିଜ୍ଞାନ ପ୍ରତି ଆଗ୍ରହ ବଢିବ। ଛାତ୍ରୀ ଛାତ୍ରମାନେ ନୂଆଁନୂଆଁ ପ୍ରକଳ୍ପ ଉଦ୍ଭାବନ କରିବେ। ବୈଷୟିକ ଜ୍ଞାନ କୌଶଳର ବିକାଶ ମଧ୍ୟ ଘଟିବ ବୋଲି ଉତ୍ସବରେ ଯୋଗଦେଇ ବକ୍ତାମାନେ କହିଥିଲେ। ବିଡିିଓ ଭାରତୀ ଦେବୀ, ପୁର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସବିତା ବେହେରା,ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଦନ ମୋହନ ରଥ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତତ୍ତଦର୍ଶନି ପ୍ରଧାନ,ଏବିଇଓ ସୂର୍ଯ୍ୟ ନାୟକ, ଗଜେନ୍ଦ୍ର ସେଠୀ, ଚରଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକ ମନୋଭାବ ଉପରେ କହିଥିଲେ। ସଭାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଅଧ୍ୟକ୍ଷତା କରିଥିଲେ। ମେଳାରେ ୭୭ ଟି ବିଦ୍ୟାଳୟର ୧୩୨ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଗାମ୍ବର ପ୍ରଧାନ, ଅଧ୍ୟାପିକା ସ୍ମରଣିକା ପାଢ଼ୀ, ଅଧ୍ୟାପକ ବୁଧିନାଥ ବେହେରା,ବାସନ୍ତୀ ପାଣିଗ୍ରାହୀ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ କଳ୍ପନା କୁମାରୀ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। ଉଦ୍ଯାପନୀ ଉତ୍ସବରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରୀ ଛାତ୍ରଙ୍କୁ ପୁରସ୍କୃତ କରିଥିଲେ। ଏଥିସହ ବୁଦ୍ଧିମତା ଓ କୌଶଳ ଜ୍ଞାନର ବିକାଶ କୁ ଅଧିକ ଗୁରୁତ୍ୱ ଦେବାପାଇଁ କହିଥିଲେ। ଏଠାରୁ ଜିଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ୩ ଟି ବର୍ଗରେ ୧୦ ଟି ପ୍ରକଳ୍ପ ଚୟନ ହୋଇଥିଲା। ଉତ୍ସବର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀ ନନ୍ଦନ ହୋତା, ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଦିଲୀପ ସ୍ବାଇଁ, କେଦାର ନାଥ ସେଠୀ, ଅଯୋଧ୍ୟା ନାଥ ସାହୁ, ରାଜଲକ୍ଷ୍ମୀ ସେଠୀ, ଇନ୍ଦିରା ପ୍ରଭା ନାୟକ, ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ଏବଂ ବି ଏଡ ଛାତ୍ରୀ ଛାତ୍ର ମାନେ ସହଯୋଗ କରିଥିଲେ।