ଓଡ଼ିଶାରେ ଜିଏସ୍‌ଟି ୬% କମିଲା

ନୂଆଦିଲ୍ଲୀ,୨।୯: ଚଳିତ ବର୍ଷ ଅଗଷ୍ଟ ମାସରେ ଓଡିଶାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୬% ହ୍ରାସ ପାଇଛି। ଗତ ବର୍ଷ ଅଗଷ୍ଟରେ ୨୪୯୭ ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟରେ ଏହା ୨୩୪୮ କୋଟି ଟଙ୍କାକୁ ହ୍ରାସ ଘଟିଥିବା ଜଣାପଡିଛି। ଚଳିତ ବର୍ଷ ଜୁଲାଇରେ ସରକାର ୮୭,୪୨୨ କୋଟି ଟଙ୍କାର ଟିକସ ସଂଗ୍ରହ କରିଥିଲେ। ଅଗଷ୍ଟ ମାସରେ ସାରା ଦେଶରେ ୮୬,୪୪୯ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଏହା ମଧ୍ୟରେ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି) ବାବଦ ୧୫,୯୦୬ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ବାବଦ ୨୧,୦୬୪ ଟଙ୍କା ଏବଂ ସମନ୍ବିତ ଜିଏସ୍‌ଟି(ଆଇଜିଏସ୍‌ଟି) ୪୨,୨୬୪ କୋଟି ଟଙ୍କା ରହିଛି। ଏହା ମଧ୍ୟରେ ସାମଗ୍ରୀ ଆମଦାନୀରୁ ୧୯,୧୭୯ କୋଟି ଏବଂ ସେସ୍‌ ବାବଦ ୭୨୧୫ କୋଟି ଟଙ୍କା ରହିଥିବା ଜଣାପଡିଛି। କେନ୍ଦ୍ର ଜିଏସ୍‌ଟିରୁ ୧୮,୨୧୬ କୋଟି ଏବଂ ଏସ୍‌ଜିଏସ୍‌ଟିରୁ ୧୪୬୫୦ କୋଟି ଟଙ୍କା କେନ୍ଦ୍ର ସରକାର ନିୟମିତ ସମାଧାନ ଦ୍ୱାରା ସେଟେଲ କରିଛନ୍ତି। ନିୟମିତ ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥାକ୍ରମେ ସିଜିଏସ୍‌ଟି ବାବଦରେ ୩୪,୧୨୨ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୩୫,୭୧୪ କୋଟି ଲାଭ କରିଛନ୍ତି। ୨୦୧୯ ଅଗଷ୍ଟରେ ସରକାର ୯୮, ୨୦୨ କୋଟି ରାଜସ୍ବ ଲାଭ କରିଥିଲେ। ଗତ ବର୍ଷ ଅଗଷ୍ଟରେ ସରକାର ଯେତେ ପରିମାଣର ଜିଏସ୍‌ଟି ଆଦାୟ କରିଥିଲେ ଚଳିତ ବର୍ଷ ଅଗଷ୍ଟରେ ଏହାର ୮୮% ରାଜସ୍ବ ଆଦାୟ କରିଛନ୍ତି। ସାମଗ୍ରୀ ଆମଦାନୀରୁ ଜିଏସ୍‌ଟି ଆଦାୟ ୭୭% ରହିଥିବା ବେଳେ ଘରୋଇ ଟ୍ରାଞ୍ଜାକସନରୁ ସଂଗ୍ରହ ୯୨% ରହିଛି। କରୋନା ମହାମାରୀ ଯୋଗୁ ଜିଏସ୍‌ଟି ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଏଥିରେ ଗତ କିଛି ମାସ ହେବ ଲଗାତର ହ୍ରାସ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?