ଓଡ଼ିଶାରେ ଜିଏସ୍‌ଟି ୬% କମିଲା

ନୂଆଦିଲ୍ଲୀ,୨।୯: ଚଳିତ ବର୍ଷ ଅଗଷ୍ଟ ମାସରେ ଓଡିଶାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୬% ହ୍ରାସ ପାଇଛି। ଗତ ବର୍ଷ ଅଗଷ୍ଟରେ ୨୪୯୭ ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟରେ ଏହା ୨୩୪୮ କୋଟି ଟଙ୍କାକୁ ହ୍ରାସ ଘଟିଥିବା ଜଣାପଡିଛି। ଚଳିତ ବର୍ଷ ଜୁଲାଇରେ ସରକାର ୮୭,୪୨୨ କୋଟି ଟଙ୍କାର ଟିକସ ସଂଗ୍ରହ କରିଥିଲେ। ଅଗଷ୍ଟ ମାସରେ ସାରା ଦେଶରେ ୮୬,୪୪୯ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଏହା ମଧ୍ୟରେ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି) ବାବଦ ୧୫,୯୦୬ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ବାବଦ ୨୧,୦୬୪ ଟଙ୍କା ଏବଂ ସମନ୍ବିତ ଜିଏସ୍‌ଟି(ଆଇଜିଏସ୍‌ଟି) ୪୨,୨୬୪ କୋଟି ଟଙ୍କା ରହିଛି। ଏହା ମଧ୍ୟରେ ସାମଗ୍ରୀ ଆମଦାନୀରୁ ୧୯,୧୭୯ କୋଟି ଏବଂ ସେସ୍‌ ବାବଦ ୭୨୧୫ କୋଟି ଟଙ୍କା ରହିଥିବା ଜଣାପଡିଛି। କେନ୍ଦ୍ର ଜିଏସ୍‌ଟିରୁ ୧୮,୨୧୬ କୋଟି ଏବଂ ଏସ୍‌ଜିଏସ୍‌ଟିରୁ ୧୪୬୫୦ କୋଟି ଟଙ୍କା କେନ୍ଦ୍ର ସରକାର ନିୟମିତ ସମାଧାନ ଦ୍ୱାରା ସେଟେଲ କରିଛନ୍ତି। ନିୟମିତ ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥାକ୍ରମେ ସିଜିଏସ୍‌ଟି ବାବଦରେ ୩୪,୧୨୨ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୩୫,୭୧୪ କୋଟି ଲାଭ କରିଛନ୍ତି। ୨୦୧୯ ଅଗଷ୍ଟରେ ସରକାର ୯୮, ୨୦୨ କୋଟି ରାଜସ୍ବ ଲାଭ କରିଥିଲେ। ଗତ ବର୍ଷ ଅଗଷ୍ଟରେ ସରକାର ଯେତେ ପରିମାଣର ଜିଏସ୍‌ଟି ଆଦାୟ କରିଥିଲେ ଚଳିତ ବର୍ଷ ଅଗଷ୍ଟରେ ଏହାର ୮୮% ରାଜସ୍ବ ଆଦାୟ କରିଛନ୍ତି। ସାମଗ୍ରୀ ଆମଦାନୀରୁ ଜିଏସ୍‌ଟି ଆଦାୟ ୭୭% ରହିଥିବା ବେଳେ ଘରୋଇ ଟ୍ରାଞ୍ଜାକସନରୁ ସଂଗ୍ରହ ୯୨% ରହିଛି। କରୋନା ମହାମାରୀ ଯୋଗୁ ଜିଏସ୍‌ଟି ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଏଥିରେ ଗତ କିଛି ମାସ ହେବ ଲଗାତର ହ୍ରାସ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ...

ସୁନା ସଂରକ୍ଷଣରେ ବୃଦ୍ଧି

ଭୁବନେଶ୍ୱର,୧୪।୫ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ସଂରକ୍ଷଣ ବୃଦ୍ଧି ପାଉଛି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଘରୋଇ ଭାବେ ରଖାଯାଇଥିବା...

ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍‌

ଭୁବନେଶ୍ୱର,୧୪।୫: ରିଲାଏନ୍ସ ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ୮୮୮ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ୍‌ ଉଭୟ ଜିଓ...

ଏସ୍‌ବିଆଇ ଜେନେରାଲରେ ଯୋଗଦେଲେ ଜୟା

ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଜୟା ତ୍ରିପାଠୀଙ୍କୁ କମ୍ପାନୀର ହେଡ୍‌ କି ରିଲେଶନ୍‌ସ ଗ୍ରୁପ୍‌ ଭାବେ ନିଯୁକ୍ତି ଦିଆଯାଇଛି।...

ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୩%

ଭୁବନେଶ୍ୱର,୧୪।୫ (ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଏପରିକି ୨୦୨୪ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୩%ରେ ରହିଛି।...

ଏଆଇଟିଆଇଜିଏ ଯୁଗ୍ମ କମିଟିର ୪ର୍ଥ ବୈଠକ

ଭୁବନେଶ୍ୱର,୧୩।୫ (ଅନୁରାଧା ମହାରଣା): ଏଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍‌ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ...

ଇଣ୍ଡଲ୍‌ଜର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୩।୫: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ବିୟୁଟି ବ୍ରାଣ୍ଡ୍‌ ‘ଇଣ୍ଡଲ୍‌ଜ’ର ୩ଟି ନୂତନ ଏକ୍ସକ୍ଲୂସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ଡିଏନ୍‌ ରେଗାଲିଆ ମଲ୍‌, ସମ୍‌...

ବଢ଼ିଲା କୋଇଲା ଆମଦାନୀ

ଭୁବନେଶ୍ୱର,୧3।୫ (ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍‌ ଟନ୍‌ (ଏମଟି)ରେ ପହଞ୍ଚିଛି। ବିଟୁବି ଇ-କମର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri