ରାଜ୍ୟରେ ସୁସ୍ଥ ହେଲେ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ରବିବାର ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ କରୋନାରୁ ମୁକ୍ତ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩,୨୯,୫୪୬ରେ। ସୁନ୍ଦରଗଡ଼ରୁ ସର୍ବାଧିକ ୩୯, ଅନୁଗୁଳରୁ ୨୩, ଖୋର୍ଦ୍ଧାରୁ ୨୦, କେନ୍ଦୁଝର ୧୯, ବାଲେଶ୍ୱର ୧୬, ବରଗଡ଼ ୧୩, ଯାଜପୁର ୧୨, ଝାରୁସୁଗୁଡ଼ା ଓ ନୂଆପଡ଼ାରୁ ୧୦, ବଲାଙ୍ଗୀରରୁ ୯, କଟକରୁ ୮, ଗଜପତି ୭, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରୁ ୫, ଦେଓଗଡ଼, ସୋନପୁର ଓ ପୁରୀ ୪, ଭଦ୍ରକ, ରାୟାଗଡ଼ା ଓ ସମ୍ବଲପୁରରୁ ୩, ବୌଦ୍ଧ ଓ ଗଞ୍ଜାମରୁ ୨, ଜଗତ୍‌ସିଂହପୁର ଓ କୋରାପୁଟରୁ ୧ ଏବଂ ଷ୍ଟେଟ୍‌ ପୁଲରୁ ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରାଯାଇଛି।