ଅଣଭାଜପା ଶାସିତ ରାଜ୍ୟରେ କମିନି ତୈଳ ଟିକସ

ଭୁବନେଶ୍ୱର,୭।୧୧: ଚଳିତ ବର୍ଷ ଜୁଲାଇ ପରେ ପ୍ରଥମଥର ପାଇଁ ୧୫ଟି ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ତଳକୁ ଖସିଛି। ଏହି ୧୫ଟି ରାଜ୍ୟ ଭାଜପା କିମ୍ବା ତା’ର ସହଯୋଗୀ ଦଳ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସରକାର ଗଢ଼ିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ନିକଟରେ ହ୍ରାସ କରିବା ପରେ ଏକାଧିକ ରାଜ୍ୟ ସରକାର ମଧ୍ୟ ଭାଟ୍‌ ହ୍ରାସ କରିଛନ୍ତି। ଏଭଳି ପରିସ୍ଥିତରେ ଓଡ଼ିଶାକୁ ଛାଡ଼ିଦେଲେ ଅନ୍ୟ କୌଣସି ଅଣ ଭାଜପା ଶାସିତ ରାଜ୍ୟର ସରକାରମାନେ ଏ ପର୍ଯ୍ୟନ୍ତ ତୈଳ ଦର ଉପରୁ ଟିକସ ହ୍ରାସ କରିନାହାନ୍ତି । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସେହିସବୁ ରାଜ୍ୟର ଖାଉଟି ମଧ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଉପରରୁ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା ଟିକସ ହ୍ରାସ କରିବା ନେଇ ନିଷ୍ପତ୍ତି ନେବା ପରେ ସଙ୍ଗେ ସଙ୍ଗେ ବହୁ ରାଜ୍ୟର ସରକାର ମଧ୍ୟ ଭାଟ୍‌ ହ୍ରାସ କରିଥିଲେ। ବର୍ତ୍ତମାନ ସୁଦ୍ଧା ମୋଟ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ପକ୍ଷରୁ ରାଜ୍ୟ ଟିକସ ହ୍ରାସ କରାଯାଇଛି। ଉଭୟ ସରକାରଙ୍କ ପକ୍ଷରୁ ଟିକସ ହ୍ରାସ ସତ୍ତ୍ୱେ ମଧ୍ୟ କର୍ନାଟକ, ବିହାର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ମଧ୍ୟ ପେଟ୍ରୋଲ ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ଦରରେ ବିକ୍ରି ହେଉଛି।
କେନ୍ଦ୍ର ସରକାରଙ୍କ ନିବେଦନକୁ ସମ୍ମାନ ଜଣାଇ ବର୍ତ୍ତମାନ ସୁଦ୍ଧା ୧୬ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ପକ୍ଷରୁ ଭାଟ୍‌ ହ୍ରାସ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଅନ୍ୟ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ପ୍ରମୁଖ ତୈଳ କମ୍ପାନୀ ଭାରତୀୟ ତୈଳ ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶନିବାର ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ କମ୍‌ ବିକ୍ରି ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ହରିୟାଣା, ଆସାମ, ଚଣ୍ଡିଗଡ଼, ଗୋଆ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ସିକ୍କିମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ପୁଡୁଚେରୀ ଭଳି ପ୍ରମୁଖ ରାଜ୍ୟ ରହିଛି। ସେହିପରି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ କମ୍‌ କରି ନ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ତେଲଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ, ମେଘାଳୟ, ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ପଞ୍ଜାବ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ-ନିକୋବର ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୧୭।୪: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇ ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ରୀଶ କୁମାର ଶର୍ମା ନିକଟରେ କାର୍ଯ୍ୟଭାର ଗ୍ରହଣ...

ବଜାରରେ ହିରୋର ଦି ମାଭରିକ୍‌ ୪୪୦

ଭୁବନେଶ୍ୱର,୧୭।୪(ଅଭୟ ଦାଶ): ହିରୋ ମୋଟକର୍ପ ଲିମିଟେଡ୍‌ ବା ହିରୋର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଦି ମାଭରିକ୍‌ ୪୪୦’ର ସର୍ବଭାରତୀୟ...

୨୦୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୮%

ଭୁବନେଶ୍ୱର,୧୭।୪(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧିପାଇବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍‌ରେ ଏପରି ଆକଳନ ପ୍ରକାଶ କରିଛି।...

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri