ନୂଆଦିଲ୍ଲୀରେ ପେଟ୍ରୋଲ ଉପରେ ଟିକସ ୫୦%କୁ ହ୍ରାସ

ନୂଆଦିଲ୍ଲୀ, ୮।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରାଯାଇଛି। ଏହି ଟିକସ ହ୍ରାସ ପରେ ପେଟ୍ରୋଲ ଉପରେ ଟିକସ ୫୦%କୁ କମିଛି। ପୂର୍ବରୁ ପେଟ୍ରୋଲର ଖୁଚୁରା ମୂଲ୍ୟ ଉପରେ ନୂଆଦିଲ୍ଲୀରେ ୫୪% ଟିକସ ଲାଗୁ ହେଉଥିଲା। ସେହିଭଳି ପ୍ରାୟ ୨୩ ରାଜ୍ୟ ତେଲ ଉପରେ ଭାଟ୍‌ କମାଇଛନ୍ତି। କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ, ରାଜ୍ୟ ସ୍ତରର ଭାଟ୍‌ ଏବଂ ପେଟ୍ରୋଲିୟମ ଡିଲରଙ୍କୁ ପ୍ରଦାନ କରାଯାଉଥିବା କମିଶନ ପରେ ଯାଇ ତେଲର ଖୁଚୁରା ଦର ନିର୍ଦ୍ଧାରଣ କରାଯାଇଥାଏ। ମୋଟାମୋଟି ଭାବେ କହିବାକୁ ଗଲେ ମୂଳ ଦର ଉପରେ ଏଭଳି ଟିକସ ଲାଗୁ କରାଯାଉଛି। ଅନ୍ତର୍ଜାତୀୟ ବଜାରର ତେଲ ଦର ଏବଂ ପରିବହନ ଖର୍ଚ୍ଚ ଯୋଡ଼ିବା ପରେ ତୈଳ ବିପଣନ କମ୍ପାନୀଗୁଡ଼ିକ ମୂଳ ଦର ନିର୍ଦ୍ଧାରଣ କରିଥାନ୍ତି। ଟିକସ ହ୍ରାସ ପୂର୍ବରୁ ପେଟ୍ରୋଲ ଲିଟର ପିଛା ୩୨.୯୦ ଟଙ୍କା ଉତ୍ପାଦ ଟିକସ ଏବଂ ୩୦ ଟଙ୍କାର ଭାଟ୍‌ ଲାଗୁ ହେଉଥିଲା। ଯାହା ସେଠାରେ ତେଲର ଖୁଚୁରା ମୂଲ୍ୟର ୫୪% ରହିଥିଲା। ସେହିଭଳି ଡିଜେଲ ଉପରେ ଯଥାକ୍ରମେ ୩୧.୮୦ ଟଙ୍କା ଏବଂ ୧୬.୭ ଭାଟ୍‌ ଲାଗୁ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri