ନୂଆଦିଲ୍ଲୀରେ ପେଟ୍ରୋଲ ଉପରେ ଟିକସ ୫୦%କୁ ହ୍ରାସ

ନୂଆଦିଲ୍ଲୀ, ୮।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରାଯାଇଛି। ଏହି ଟିକସ ହ୍ରାସ ପରେ ପେଟ୍ରୋଲ ଉପରେ ଟିକସ ୫୦%କୁ କମିଛି। ପୂର୍ବରୁ ପେଟ୍ରୋଲର ଖୁଚୁରା ମୂଲ୍ୟ ଉପରେ ନୂଆଦିଲ୍ଲୀରେ ୫୪% ଟିକସ ଲାଗୁ ହେଉଥିଲା। ସେହିଭଳି ପ୍ରାୟ ୨୩ ରାଜ୍ୟ ତେଲ ଉପରେ ଭାଟ୍‌ କମାଇଛନ୍ତି। କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ, ରାଜ୍ୟ ସ୍ତରର ଭାଟ୍‌ ଏବଂ ପେଟ୍ରୋଲିୟମ ଡିଲରଙ୍କୁ ପ୍ରଦାନ କରାଯାଉଥିବା କମିଶନ ପରେ ଯାଇ ତେଲର ଖୁଚୁରା ଦର ନିର୍ଦ୍ଧାରଣ କରାଯାଇଥାଏ। ମୋଟାମୋଟି ଭାବେ କହିବାକୁ ଗଲେ ମୂଳ ଦର ଉପରେ ଏଭଳି ଟିକସ ଲାଗୁ କରାଯାଉଛି। ଅନ୍ତର୍ଜାତୀୟ ବଜାରର ତେଲ ଦର ଏବଂ ପରିବହନ ଖର୍ଚ୍ଚ ଯୋଡ଼ିବା ପରେ ତୈଳ ବିପଣନ କମ୍ପାନୀଗୁଡ଼ିକ ମୂଳ ଦର ନିର୍ଦ୍ଧାରଣ କରିଥାନ୍ତି। ଟିକସ ହ୍ରାସ ପୂର୍ବରୁ ପେଟ୍ରୋଲ ଲିଟର ପିଛା ୩୨.୯୦ ଟଙ୍କା ଉତ୍ପାଦ ଟିକସ ଏବଂ ୩୦ ଟଙ୍କାର ଭାଟ୍‌ ଲାଗୁ ହେଉଥିଲା। ଯାହା ସେଠାରେ ତେଲର ଖୁଚୁରା ମୂଲ୍ୟର ୫୪% ରହିଥିଲା। ସେହିଭଳି ଡିଜେଲ ଉପରେ ଯଥାକ୍ରମେ ୩୧.୮୦ ଟଙ୍କା ଏବଂ ୧୬.୭ ଭାଟ୍‌ ଲାଗୁ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇକରଣକୁ ନିର୍ମଳାଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ଦେଶର ବିକାଶ ଓ ଅଭିବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଥିଲେ। ସେ କେନ୍ଦ୍ର ସରକାରଙ୍କ ବ୍ୟବସାୟ ନୀତି ଉପରେ...

ଆର୍‌ବିଆଇ ଏପ୍ରିଲ-ମାର୍ଚ୍ଚ ଆର୍ଥିକ ବର୍ଷ ଆପଣାଉ: ଜଲାନ କମିଟି

ମୁମ୍ବାଇ,୨୯-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିଜର ଆର୍ଥିକ ବର୍ଷରେ ପରିବର୍ତ୍ତନ ଆଣି ଏପ୍ରିଲରୁ ମାର୍ଚ୍ଚ ବ୍ୟବସ୍ଥା ଆପଣାଉ ବୋଲି ବିମଳ ଜଲାନ କମିଟି ରିପୋର୍ଟରେ ସୁପାରିସ...

ଟ୍ରିଲିୟନ ଡଲାର ଅର୍ଥନୀତି ଛୁଇଁବ ଓଡ଼ିଶା

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ନିକଟ ଭବିଷ୍ୟତରେ ଓଡ଼ିଶା ଟ୍ରିଲିୟନ(୧ ଲକ୍ଷ କୋଟି) ଡଲାର ଅର୍ଥନୀତିକୁ ଛୁଇଁବ। ଆମେ ହିଁ ହେବୁ ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ...

ହିରୋ ଏକ୍ସପ୍ଲସ ୨୦୦ର ଏକ୍ସଟ୍ରାକ ପ୍ରଦର୍ଶନ

ଭୁବନେଶ୍ୱର, ୨୯-୮: ହିରୋ ମୋଟୋକର୍ପ ପକ୍ଷରୁ ଏହାର ନୂଆ ମୋଟର ସାଇକେଲ ଏକ୍ସପ୍ଲସ ୨୦୦ର ଏକ୍ସଟ୍ରାକ ପ୍ରଦର୍ଶନ କରାଯାଇଛି। ଏହାକୁ ଚଳାଇବା ଲାଗି ଆଗ୍ରହୀ ବ୍ୟକ୍ତିବିଶେଷ...

ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ

ନୂଆଦିଲ୍ଲୀ,୨୬ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ତଥା ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା କାରଣରୁ ଫୋର୍ଡ ମୋଟର କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।...

୬୬୧ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୫।୭: ମଙ୍ଗଳବାର ଦେଶର ପୁଞ୍ଜିବଜାର କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ୬୬୧ ପଏଣ୍ଟ ଖସିଥିବା ଜଣାପଡିଛି। ବିଶ୍ୱ...

ଏଡିବି ଘୋଷଣା କଲା ୬.୫ ବିଲିୟନ ଡଲାର ପ୍ୟାକେଜ

ନୂଆଦିଲ୍ଲୀ,୧୯-୩: ଅର୍ଥ ବ୍ୟବସ୍ଥା ତଥା ବାଣିଜ୍ୟ ଏବଂ କାରବାର ଉପରେ କରୋନା ପ୍ରଭାବକୁ କମ୍‌ କରିବା ଲାଗି ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ୬.୫ ବିଲିୟନ...

ଏସ୍‌ବିଆଇର ବଣିକ ସଂଯୋଗ ସମାରୋହ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର ଭୁବନେଶ୍ବର ମଣ୍ଡଳ ଆନୁକୂଲ୍ୟରେ ବିବିପିଏସ ଏବଂ ଏସବିଆଇ ଇ-ପେର ଲୋକପ୍ରିୟତା ବଢାଇବା ପାଇଁ ସୋମବାର ଏକ ବଣିକ ସଂଯୋଗ...

Advertisement
Archives

Model This Week