ଜାତୀୟ ରାଜନୀତିରେ ବଢୁଛି ବୈଜୟନ୍ତଙ୍କ ପତିଆରା, କମୁଛି ଧର୍ମେନ୍ଦ୍ରଙ୍କ କ୍ରେଜ୍‌

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର):ଭାରତର ରାଜଧାନୀ ଦିଲ୍ଲୀରେ ଏବେ ଓଡ଼ିଆଙ୍କ ପ୍ରଭାବକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସମାନ ବିଷୟ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଶୁଣିବାକୁ ମିଳିଲାଣି। ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱ ବଢୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରାରେ ହ୍ରାସ ପାଉଥିବା କୁହାଯାଉଛି। ପୂର୍ବରୁ ଭାଜପା ନେତାମାନଙ୍କ ମଧ୍ୟରୁ ଧର୍ମେନ୍ଦ୍ରଙ୍କ ପତିଆରା ଦିଲ୍ଲୀରେ ରହିଥିଲେ ମଧ୍ୟ ସେଠାରେ ଭାଜପା ୨୭ବର୍ଷ ପରେ କ୍ଷମତାକୁ ଫେରିବା ପଛରେ ବୈଜୟନ୍ତଙ୍କ ରଣନୀତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିବା ପରେ ଏଭଳି ଆଲୋଚନା ଚାଲିଛି। ବୈଜୟନ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବାରୁ ତାଙ୍କ ପ୍ରତି ଦଳ ଏବେ ଅଧିକ ନିର୍ଭରଶୀଳ ଥିବା ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ଗତ ୨୦ ତାରିଖରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଜୟନ୍ତଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର୍‌ ଧରିଥଲା। ହେଲେ ପରବର୍ତ୍ତୀ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୈଜୟନ୍ତଙ୍କୁ ଭେଟିବା ଲାଗି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଯାଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ରେଖା ଗୁପ୍ତାଙ୍କୁ ତାଙ୍କ ପ୍ରକୋଷ୍ଠକୁ ଯାଇ ସାକ୍ଷାତ୍‌ କରିବା ଘଟଣାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଧରଣର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଧର୍ମେନ୍ଦ୍ରଙ୍କ ପ୍ରଭାବ ଅପେକ୍ଷା ଏବେ ବୈଜୟନ୍ତ ଦିଲ୍ଲୀ ରାଜନୀତିରେ ଅଧିକ ପ୍ରଭାବଶାଳୀ ପରିଲକ୍ଷିତ ହେଲେଣି ବୋଲି ରାଜନୈତିକ ବିଶାରଦମାନେ ମତ ରଖିବା ଆରମ୍ଭ କରିଦେଇଛନ୍ତି। ଓଡ଼ିଶାରେ ଯଦି ଧର୍ମେନ୍ଦ୍ର ଆଗ ଭଳି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଦେଖାଯାଉଥାଆନ୍ତେ, ତେବେ ଓଡ଼ିଶାର ଏକଥା ସେତେଟା ଗୁରୁତ୍ୱ ରଖି ନ ଥାଆନ୍ତା। ହେଲେ ରାଜ୍ୟରେ ଯେତେବେଳେ ସେହି କଥାରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି ଦିଲ୍ଲୀର ବିଷୟ ବିଶେଷ ଚର୍ଚ୍ଚା ହେବାରେ ଲାଗିଛି। ଶୁକ୍ରବାର ଏହି ନୂଆ କଥାକୁ ନେଇ ରାଜନୈତିକ ମହଲରେ ଭିନ୍ନ କଥା ଉଠିଲାଣି। ଏହି ଘଟଣାକୁ ନେଇ ରାଜନୈତିକ ବିଶାରଦ ରାଜନୀତିର ନୂଆ ଅଙ୍କ କଷୁଛନ୍ତି।
ଏହି ଘଟଣା ପରଠାରୁ ଦିଲ୍ଲୀରେ ବୈଜୟନ୍ତଙ୍କ ପଲା ଭାରି ହେଉଥବାବେଳେ ଧର୍ମେନ୍ଦ୍ରଙ୍କ ପ୍ରଭାବ କମୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଧର୍ମେନ୍ଦ୍ର ଏବେ ରାଜ୍ୟରେ କୋଣଠେସା ହୋଇ ରହିଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଲାଣି। ୨୦୧୯ ପୂର୍ବରୁ ଧର୍ମେନ୍ଦ୍ର ଯେପରି ଓଡ଼ିଶା ମଙ୍ଗ ଧରିଥିଲେ ସେଭଳି ଆଉ ତାଙ୍କ ପ୍ରଭାବ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳୁନାହିଁ। ଯେତେବେଳେ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି ସେ କେବଳ ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଭିତରେ ସୀମିତ ରହୁଛନ୍ତି। ଏହାକୁ ଦେଖିବା ପରଠାରୁ ଧର୍ମେନ୍ଦ୍ର ବର୍ତ୍ତମାନ ଓଡ଼ିଶାର ସକ୍ରିୟ ରାଜନୀତିରୁ ଦୂରକୁ ଚାଲି ଯାଇଛନ୍ତି ବୋଲି ମଧ୍ୟ କୁହାଯାଉଛି। ଅନେକ ନେତା କଂଗ୍ରେସ ଓ ଆଞ୍ଚଳିକ ଦଳରୁ ଯାଇ ଭାଜପାରେ ନିଜର ନେତୃତ୍ୱ ବିକାଶ କରିପାରିଛନ୍ତି। ଭାଜପାରେ ନିଷ୍ଠାପର ଭାବେ କାର୍ଯ୍ୟକଲେ ପରବର୍ତ୍ତୀ ସମୟରେ ଅନ୍ୟ ଦଳରୁ ଆସିଥିଲେ ମଧ୍ୟ ନେତାଙ୍କ ସମ୍ମାନ ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହାର ଏକ ବଡ଼ ଉଦାହରଣ। କିଛିଦିନ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ନେତାମାନଙ୍କୁ ଦଳରେ ଗଢୁଥିବା ଦେଖିବାକୁ ମିଳୁଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୌଣସି ରାଜନୈତିକ ଲିଗାସି ନ ଥିବା ନେତା ଭାବେ ପରିଗଣିତ। ତଥାପି ପ୍ରଧାନମନ୍ତ୍ରୀ ନୂଆ ନେତୃତ୍ୱ ସୃଷ୍ଟିରେ ବିଶ୍ବାସ ରଖିବା ଯୋଗୁ ଏବେ କିଛି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆଗକୁ ଦିଲ୍ଲୀରେ ବୈଜୟନ୍ତ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରୁ କାହାକୁ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri