Posted inଜାତୀୟ

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ ସ୍ବତନ୍ତ୍ର ବିର୍ସାମୁଣ୍ଡାଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦୁଇ ମହାନ ବ୍ୟକ୍ତିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଆସୁଛି।

ମେଡ୍‌ ଇନ୍‌ ଇଣ୍ଡିଆ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆନିମେଶନ ଜଗତରେ ଭାରତ ଏକ ନୂତନ ବିପ୍ଳବ ଆଣିଛି। ଆନିମେଟେଡ୍‌ ସିରିଏଲ ବିଷୟରେ ଉଲ୍ଲେଖ କରି ମୋଦି କହିଛନ୍ତି, ‘ଦେଶରେ ସୃଜନଶୀଳତାର ଲହରି ଚାଲିଛି। ଯେତେବେଳେ ଛୋଟା ଭୀମ୍‌ ଟିଭିରେ ଆସୁଥିଲେ, ପିଲାମାନେ ଏତେ ଖୁସି ଥିଲେ। ଆମର ଅନ୍ୟ ଆନିମେଟେଡ୍‌ ସିରିଏଲ ମୋଟୁ-ପତ୍‌ଲୁ, ହନୁମାନ ଲୋକପ୍ରିୟ ଧାରାବାହିକ। ସମଗ୍ର ବିଶ୍ୱରେ ଭାରତର ଆନିମେଶନ ଲୋକପ୍ରିୟ ଅଟେ।

ସେ କହିଛନ୍ତି, ‘ଆଜି ଆନିମେଶନ ସେକ୍ଟର ଏକ ଇଣ୍ଡଷ୍ଟ୍ରିର ରୂପ ନେଇଛି ଯାହା ଅନ୍ୟ ଶିଳ୍ପକୁ ଶକ୍ତି ପ୍ରଦାନ କରୁଛି, ଯେପରି ଭିଆର୍‌ ପର୍ଯ୍ୟଟନ ଆଜିକାଲି ବହୁତ ପ୍ରସିଦ୍ଧ ହେଉଛି। ଆପଣ ଭର୍ଚୁଆଲ ଟୁର୍‌ ମାଧ୍ୟମରେ ଅଜନ୍ତା ଗୁମ୍ଫା ପରିଦର୍ଶନ କରିପାରିବେ। ଆପଣ ଏଥିରେ କୋଣାର୍କ ମନ୍ଦିରର କରିଡର କିମ୍ବା ବାରାଣସୀ ଘାଟ ବୁଲିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବର୍ତ୍ତମାନ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଏକ ଜନ ଅଭିଯାନରେ ପରିଣତ ହେଉଛି ଏବଂ ଆମେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରୁଛୁ। ଉଦାହରଣ ସ୍ବରୂପ, ଏହି ମାସରେ ଆମେ ଲଦାଖର ହାନଲେରେ ଏସିଆର ସର୍ବବୃହତ ଇମେଜିଙ୍ଗ ଟେଲିସ୍କୋପ ଏମ୍‌ଏସିଇର ଉଦ୍‌ଘାଟନ କରିଛୁ। ଏହାର ଉଚ୍ଚତା ୪୩୦୦ ମିଟର।

ଏଥିସହିତ ପ୍ରଧାନମନ୍ତ୍ରୀ ସାଇବର ଠକେଇକୁ ନେଇ ସଚେତନ କରାଇଛନ୍ତି। ଏହି ସଚେତନତା ପାଇଁ ୩ ସୂତ୍ର ଆପଣାଇବାକୁ ମୋଦି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ‘ଫ୍ରଡ୍‌ କଲ୍‌ ଆସିଲେ ଧୈର୍ଯ୍ୟ ଧରିବା ସହ ଭାବନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ। କୌଣସି ଏଜେନ୍ସି ଫୋନ୍‌ କରି ପଚରାଉଚରା କରେନାହିଁ। ଫ୍ରଡ୍‌ କଲ୍‌ ଆସିଲେ ୧୯୩୦କୁ କଲ୍‌ କରି ଜଣାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri