ମାଳଦ୍ୱୀପରେ ଇଣ୍ଡିଆ ଆଉଟ୍‌ ଅଭିଯାନ ବନ୍ଦ…

ମାଲେ, ୨୮।୬ : ମାଲଦ୍ୱୀପର ସଂସଦ ଜୁନ ୨୭ରେ ଇଣ୍ଡିଆ ଆଉଟ ଅଭିଯାନ ସମେତ ମାଳଦ୍ୱୀପର କୂଟନୈତିକ ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ଅପରାଧକୁ ଅପରାଧୀକରଣ କରିବା ପାଇଁ ଆଇନରେ ସଂଶୋଧନକୁ ଅନୁମୋଦନ କରିଛି। ଏହାର ସପକ୍ଷରେ ଭୋଟ ଦେଇ ସଂସଦରେ ଏହି ଆଇନ ପାରିତ ହୋଇଛି। ଏକାସାଙ୍ଗରେ ସଂସଦର ବାଚସ୍ପତି ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ ଇଣ୍ଡିଆ ଆଉଟ ଅଭିଯାନକୁ ଅନୁସନ୍ଧାନ ପାଇଁ ୨୧୪ କମିଟି ନିକଟକୁ ପଠାଇ ଇଣ୍ଡିଆ ଆଉଟ ଅଭିଯାନକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ବର୍ଣ୍ଣନା କରିଛନ୍ତି।

ଏହାପୂର୍ବରୁ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଇଣ୍ଡିଆ ଆଉଟ ଅଭିଯାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଇଣ୍ଡିଆ ଆଉଟ ଅଭିଯାନକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ମଧ୍ୟ କହିଛନ୍ତି। ୟାମିନଙ୍କର ପ୍ରଗତିଶୀଳ ପାର୍ଟି ଅଫ ମାଳଦ୍ୱୀପ ପକ୍ଷରୁ ଦେଶରେ ଇଣ୍ଡିଆ ଆଉଟ ଅଭିଯାନ ଚଳାଯାଉଛି। ଦଳ କହିଛି ଯେ ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଭାରତୀୟ ସୈନିକମାନଙ୍କୁ ମାଳଦ୍ୱୀପରୁ ହଟାଇବା। ୟାମିନ ନିଜେ ମଧ୍ୟ କହିଛନ୍ତି ଯେ ଯଦିଓ ଶାସକ ପ୍ରଶାସନ କୌଣସି ଭାରତୀୟ ସାମରିକ ଉପସ୍ଥିତିକୁ ଅସ୍ବୀକାର କରୁଛନ୍ତି, କିନ୍ତୁ ଆମେ ଏହି ଅଭିଯାନକୁ ଆଗକୁ ବଢ଼଼ାଇବୁ।

୨୦୧୩-୨୦୧୮ ମଧ୍ୟରେ ୟାମିନ ମାଳଦ୍ୱୀପର ରାଷ୍ଟ୍ରପତି ଥିଲେ। ସେହି ସମୟ ମଧ୍ୟରେ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଲାମୁ ଏବଂ ଆଡୁ ଅଟୋଲରୁ ଭାରତର ଦୁଇଟି ହେଲିକପ୍ଟର ପ୍ରତ୍ୟାହାର କରିବାକୁ ପଡିଥିଲା। ଏହି ସମୟରେ, ୟାମିନ ଭାରତକୁ ବିରୋଧ କରି ମାଳଦ୍ୱୀପରେ ଚାଇନାକୂ ସ୍ଥାନ ଦେବାର ପ୍ରୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri