ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ।
ସୂଚନା ଅନୁଯାୟୀ, ଘସିପୁରା ଥାନା ବେଲବାହାଳି ଗ୍ରାମର ଗୋଲାପ ମଞ୍ଜରୀ ସାହୁ ପଦ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ। ଗତ ଡିସେମ୍ବର ମାସ ୨୫ ତାରିଖ ଗୋଲାପଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିବାକୁ ଉଦ୍ୟମ କରିଥିଲେ ଶାଶୁ ଶ୍ୱଶୁର ଓ ସ୍ବାମୀ । ଗୋଲାପଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରୁ ଆସି ସେ ବାପଘର ବେଲବାହାଳିରେ ରହୁଥିଲେ। ଗୋଲାପଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବାରୁ ଶାଶୁ ଘର ଲୋକେ କିପରି ତାଙ୍କୁ ଦିଆସିଲି ମାରି ପୋଡି ମାରିବା ପାଇଁ ଯୋଜନା କରିଥିଲେ ସେ ସବୁର ସମ୍ପୂର୍ଣ୍ଣ ଘଟଣା ନିଜ ପରିବାର ଆଗରେ ବଖାଣିଥିଲେ। ଏବେ ପୁନର୍ବାର ଗୋଲାପଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାପଘର ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି। ଏନେଇ ଗୋଲାପଙ୍କ ବାପା ଅଯୋଧ୍ୟା ସାହୁ ଆନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇ ସ୍ବାମୀ ରାଜେଶ, ଶ୍ୱଶୁର ହାଡିବନ୍ଧୁ ସାହୁ ଓ ଶାଶୁ ଶକୁନ୍ତଳାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ଆନନ୍ଦପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫଳାଫଳ: ବାବା ରାମଦେବଙ୍କ ବିସ୍ଫୋରକ ବୟାନ, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୪।୫: ଯୋଗଗୁରୁ ବାବା ରାମଦେବ ପଶ୍ଚିମବଙ୍ଗର ଫଳାଫଳ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପାଞ୍ଚଟି ରାଜ୍ୟର ଦିଗ ଏବେ ସ୍ପଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପଛରେ ପଡିଲେ ଏମ୍‌. କେ. ଷ୍ଟାଲିନ୍‌

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ କୋଲାଥୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା…

ଜିତୁ ମୁଣ୍ଡାଙ୍କ ପାଇଁ ବଦଳିଲା ଗାଁର ଭାଗ୍ୟ, ମରାମତି ହେଲା….

କେନ୍ଦୁଝର,୪।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ନିଜ ବଡ଼ ଭଉଣୀଙ୍କ କଙ୍କାଳ କାନ୍ଧରେ ବୋହି ବ୍ୟାଙ୍କକୁ ନେବା ଘଟଣା ସାରା ଦେଶରେ…

ପାଦେପାଦେ ବିପଦ, ଓହଳିଛି ପୌର ପରିଷଦର ସ୍ବାଗତ ହୋର୍ଡିଂ

ଗୁଣପୁର,୪ା୫(ସଂକେତ ପାତ୍ର): ଗୁଣପୁର ସହରକୁ ସ୍ୱାଗତ ଜଣାଇବା ପାଇଁ ପୌରପରିଷଦ ଦ୍ୱାରା ବିକ୍ରମପୁର ପଥପ୍ରାନ୍ତ ନିକଟରେ ସ୍ଥାପିତ ସ୍ୱାଗତ ବୋର୍ଡ୍ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି…

ମାଟ୍ରିକ ପରୀକ୍ଷା ଫଳ: ପଦ୍ମାବତୀ ମହାଳିଙ୍ଗ, ମନୀଷା ଧରୁଆ ସ୍କୁଲ ପାଇଁ ଗୌରବ

ଭବାନୀପାଟଣା,୪।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବାଦଲି ସ୍ଥିତ କିସ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ବର୍ଷ ଦଶମ ପରୀକ୍ଷା ରେ ଶତ ପ୍ରତିଶତ…

ଜିଲା ମଙ୍ଗଳ ବିଭାଗର ୨୨ ବିଦ୍ୟାଳୟର ଶତପ୍ରତିଶତ ପାସ

କୋରାପୁଟ,୪ା୫(ଅମିତାଭ ବେହେରା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ମଙ୍ଗଳ ବିଭାଗ ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ପାସ ହାର ୯୯ ପ୍ରତିଶତ ରହିଛି। ୩୭ରୁ…

ମାତ୍ର ୨ବର୍ଷରେ ଘଟିଲା ଏମିତି, ଯାହା ଦିଦିଙ୍କ ପରାଜୟର କାରଣ ସାଜିଲା!

କୋଲକାତା,୪।୫: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ନେତୃତ୍ୱ ଛାଡିବା ଅନିବାର୍ଯ୍ୟ ମନେ ହେଉଛି। ୪…

Bangal New CM: ମମତାଙ୍କ ପରାଜୟର ସଠିକ ଭବିଷ୍ୟବାଣୀ କରିଥିବା ବ୍ୟକ୍ତିଙ୍କଠାରୁ ଜାଣନ୍ତୁ କିଏ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଭାଜପାର ଉତ୍ଥାନ ଏବଂ ଟିଏମସିର ପତନର ସ୍ପଷ୍ଟ ସୂଚନା ଦେଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୪ଟି ଆସନରେ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri