କନ୍ଧମାଳରେ ମାଛଚାଷ ଚାହିଦାଠାରୁ କମ୍‌

ଫୁଲବାଣୀ ଅଫିସ, ୨୦ା୭- ରାଜ୍ୟ ସରକାର ମତ୍ସ୍ୟଜୀବୀମାନଙ୍କୁ ମାଛଚାଷ ଲାଗି ପ୍ରୋତ୍ସାହନ ଦେଉଛନ୍ତି। ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଯେଭଳି ମାଛ ଚାଷ କରି ଲାଭବାନ୍‌ ହେବେ ସେ ନେଇ ବି ଯୋଜନା ହୋଇଛି। ଜୀବନ ଜୀବୀକା ମିଶନରେ କନ୍ଧମାଳ ଜିଲାର ବିଭିନ୍ନ ପଞ୍ଚାୟତ ପୋଖରୀରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଛଚାଷ କରି ନିଜର ଉନ୍ନତି ସହ ଜିଲାରେ ମାଛର ଚାହିଦାକୁ ପୂରଣ କରିବା ଲକ୍ଷ୍ୟ ରହିଛି। ହେଲେ ଏ ପର୍ଯ୍ୟନ୍ତ ତାହା ହୋଇନାହିଁ ଅର୍ଥାତ ମାଛ ଉପତ୍ାଦନ ହୋଇନି ା ଜିଲାରେ ମାଛର ଯେତିକି ଚାହିଦା ରହିଛି ତାହାଠୁ କମ୍‌ ଉପତ୍ାଦନ ହେଉଛି ା ଲୋକେ ଆନ୍ଧ୍ର ମାଛ ଉପରେ ନିର୍ଭର କରୁଛନ୍ତି। ପଡୋଶୀ ବୌଦ୍ଧ ଜିଲାରୁ ବି କିଛି ମାଛ ଆସୁଛି। ଏପଟେ ଜିଲାରେ ମତ୍ସ୍ୟଜୀବୀଙ୍କୁ ତାଲିମ୍‌ ସହ ପ୍ରୋତ୍ସାହନ ପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହେଉଥିବା ବିଭାଗ ପକ୍ଷରୁ କୁହାଯାଉଛି।
କନ୍ଧମାଳ ଜିଲାର ଫୁଲବାଣୀ, ଫିରିଙ୍ଗିଆ ଓ କ.ନୂଆଗାଁଠାରେ ୩ଟି ମତ୍ସ୍ୟ ଉପତ୍ାଦନ କେନ୍ଦ୍ର ରହିଛି। ଫୁଲବାଣୀଠାରେ ୧ ଏକର ୯ ଡେସିମିଲ ଜମିରେ ଥିବା ଏହି ଉପତ୍ାଦନ କେନ୍ଦ୍ରରେ ପ୍ରତିବର୍ଷ ୨୯୨ କି.ଗ୍ରା. ଗୁଣ୍ଡ ଯାଆଁଳ ଛଡ଼ାଯାଇଥାଏ। ସେଗୁଡିକ ବଡ଼ ହେଲା ପରେ ଫିରିଙ୍ଗିଆର ତଣ୍ଡ୍ରିଗାଁ ଓ କ.ନୂଆଗାଁର ସିର୍ତ୍ତିଗୁଡ଼ାଠାରେ ଥିବା ଯାଆଁଳ ଉପତ୍ାଦନ କେନ୍ଦ୍ରରେ ଛଡ଼ାଯାଏ ା ସେଠାରେ ବିକ୍ରି କରାଯାଇଥାଏ। ଏବେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇ ଯାଆଁଳ ଦିଆଯାଉଛି ା ସେମାନେ ଲିଜ୍‌ ଅବା ସରକାରଙ୍କ ପ୍ରୋତ୍ସାହନ ଅନୁସାରେ ନେଇଥିବା ପଞ୍ଚାୟତ ପୋଖରୀ କିମ୍ବା ବନ୍ଧରେ ଯାଆଁଳ ଛାଡି ଆତ୍ମ ନିର୍ଭରଶୀଳ ହେବେ ା ହେଲେ ସ୍ବୟଂ ସହାୟିକା ଗୋଷ୍ଠୀ ବର୍ତ୍ତମାନ ପର୍ଯ୍ୟନ୍ତ ମାଛ ଉପତ୍ାଦନ କରି ନାହନ୍ତି।
ଅନ୍ୟପକ୍ଷରେ ଫୁଲବାଣୀ ମତ୍ସ୍ୟ ଯାଆଁଳା ଉପତ୍ାଦନ କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ ଫିରିଙ୍ଗିଆରେ ଥିବା ମତ୍ସ୍ୟ ବିଭାଗର ପୋଖରୀଗୁଡ଼ିକ ଶୁଖିଲା ପଡ଼ିଛି। କର୍ମଚାରୀମାନଙ୍କ ପାଇଁ ନିର୍ମିତ କ୍ୱାର୍ଟର୍ସ ମରାମତି ଅଭାବରୁ ଭାଙ୍ଗିରୁଜି ଗଲାଣି। ଜିଲାର ୧୨ ବ୍ଲକରେ ସହକାରୀ ମତ୍ସ୍ୟ ଅଫିସର ପଦବୀଗୁଡିକ ମଧ୍ୟରୁ ୩ଟିରେ କର୍ମଚାରୀ ଥିବା ବେଳେ ୯ଟି ବ୍ଲକରେ ଖାଲିପଡିଛି। ଫୁଲବାଣୀସ୍ଥିତ ମତ୍ସ୍ୟ ବିଭାଗରେ ମତ୍ସ୍ୟ ସହାୟକ ପଦବୀ ଓ ବରିଷ୍ଠ କିରାଣି ପଦବୀ ଦୀର୍ଘଦିନ ହେଲା ଖାଲିପଡିଛି। ଫଳରେ ମତ୍ସ୍ୟଚାଷୀମାନେ କୌଣସି ବିଷୟରେ ଜାଣିବା ପାଇଁ ଆସିଲେ କାହାକୁ ନ ପାଇ ନିରାଶରେ ଫେରୁଛନ୍ତି। ଗତ କିଛିବର୍ଷ ହେଲା ଉପଯୁକ୍ତ ପ୍ରୋତ୍ସାହନ ଓ ଜ୍ଞାନକୌଶଳ ଅଭାବରୁ ମାଛ ଉପତ୍ାଦନ କମିବାରେ ଲାଗିଛି। ଫଳରେ ବ୍ୟବସାୟୀମାନେ ଆନ୍ଧ୍ରରୁ ମାଛ ଆଣି ଚଢ଼ାଦରରେ ବିକ୍ରି କରୁଛନ୍ତି। ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ ା ଏ ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି, ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଅନୁଦାନ ମଧ୍ୟ କମ୍‌ ଆସୁଛି। ଏହାବ୍ୟତୀତ ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଗୁଡିକରେ ପାଣି ମଧ୍ୟ ରହୁନି। ଫଳରେ ମାଛଚାଷ ବ୍ୟାହତ ହେଉଛି। ଆଗାମୀ ଦିନରେ ସ୍ବୟଂ ସହାୟିକା ଗୋଷ୍ଠୀ ଭଲ ମାଛ ଉପତ୍ାଦନ କରିବେ ବୋଲି ଆଶା ରଖିଛୁ ା କେବଳ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ନୁହଁନ୍ତି, ଅନ୍ୟମାନେ ମଧ୍ୟ ସରକାରଙ୍କ ମାଛ ଚାଷ ଯୋଜନାରେ ସାମିଲ ହୋଇ ଉପତ୍ାଦନ ବଢ଼ାଇଲେ ଜିଲାର ଚାହିଦା ପୂରଣ ହେବ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri