କମ୍ ବୟସରେ ପ୍ରକୃତି ଓ ପ୍ରାଣୀଙ୍କୁ ଭଲପାଇବା ଶିଖାଇଲେ ତାହାର ସକାରାତ୍ମକ ପ୍ରତିଫଳନ ପିଲାଙ୍କଠାରେ ଦେଖିବାକୁ ମିଳେ, ଯାହା ଘଟିଛି ଗୁଜରାଟର ହ୍ରିଧିମା ପଟେଲଙ୍କ ଜୀବନରେ। ହ୍ରିଧିମାଙ୍କ ବୟସ ଏବେ ୪ ବର୍ଷ। ସେ ସାପ, କଇଁଛ ଓ ଅନ୍ୟ ଜୀବଙ୍କୁ ଉଦ୍ଧାର କରୁଛନ୍ତି। ଅହମଦାବାଦର ଝିଅ ହ୍ରିଧିମା ୩ ବର୍ଷ ବୟସରୁ ଉଦ୍ଧାର କାର୍ଯ୍ୟ ସହ ଜଡ଼ିତ ହୋଇଥିଲେ। ବଡ଼ କଥା ହେଉଛି ହ୍ରିଧିମାଙ୍କ ବୟସ ଯେତେବେଳେ ୩ ବର୍ଷ ଥିଲା, ସେତେବେଳୁ ତାଙ୍କ ମା’ ସାପ ଓ ଅନ୍ୟ ଜୀବ ଉଦ୍ଧାର କରିବାକୁ ଯିବା ସମୟରେ ସେ ସାଙ୍ଗରେ ଯାଉଥିଲେ। ଉଦ୍ଧାର କାର୍ଯ୍ୟର ପ୍ରତ୍ୟେକଟି ପର୍ଯ୍ୟାୟକୁ ସେ ଧ୍ୟାନର ସହିତ ନିରୀକ୍ଷଣ କରୁଥିଲେ। ହ୍ରିଧିମାଙ୍କର ଆଗ୍ରହକୁ ଦେଖି ମାତାପିତା ତାଙ୍କୁ ଏହି କାର୍ଯ୍ୟ କରିବାକୁ ଉତ୍ସାହିତ କରିବା ଆରମ୍ଭ କରିଥିଲେ। ଏବେ ସତର୍କତା ଅବଲମ୍ବନପୂର୍ବକ ମାତାପିତାଙ୍କ ତତ୍ତ୍ୱାବଧାନରେ ସେ ସାପ ଓ କଇଁଛ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡ଼ିପାରୁଛନ୍ତି। କିନ୍ତୁ ଅତ୍ୟନ୍ତ ବିପଜ୍ଜନକ ଓ ବଡ଼ ପ୍ରଣୀ ଉଦ୍ଧାର କରିବାକୁ ତାଙ୍କୁ ସୁଯୋଗ ଦିଆଯାଉନାହିଁ।


