ବଦାନ୍ୟତାରେ ଅଜିମ ପ୍ରେମ୍‌ଜୀ ଶୀର୍ଷରେ

ବାଙ୍ଗାଲୋର: ୨୦୧୯-୨୦ ବର୍ଷ ଲାଗି ପ୍ରକାଶିତ ଭାରତୀର ଫିଲାନଥ୍ରୋପି ବା ବଦାନ୍ୟତା ତାଲିକାରେ ଓ୍ବିପ୍ରୋର ଅଜିମ ପ୍ରେମ୍‌ଜୀ ସମସ୍ତଙ୍କ ପଛରେ ପକାଇ ଦେଇଛନ୍ତି। ସେ ଦୈନିକ ୨୨ କୋଟି ଏବଂ ବାର୍ଷିକ ମୋଟ ୭୯୦୪ କୋଟି ଟଙ୍କା ଦାନ କରିଛନ୍ତି। ହୁରୁନ ରିପୋର୍ଟ ଇଣ୍ଡିଆ ଏବଂ ଏଡେଲ ଗିଭ୍‌ ଫାଉଣ୍ଡେଶନ ପକ୍ଷରୁ ଭାରତୀୟ ବଦାନ୍ୟ ବ୍ୟକ୍ତିଙ୍କର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଶିବ ନାଦାର ଶୀର୍ଷରେ ରହି ଆସୁଥିଲେ। ହେଲେ ପ୍ରେମ୍‌ଜୀ ତାଙ୍କୁ ପଛରେ ପକାଇ ଦେଇଛନ୍ତି। ଆର୍ଥତ୍କ ବର୍ଷ ୨୦୧୯-୨୦ରେ ନାଦାର ୭୯୫ କୋଟି ଟଙ୍କା ଦାନ କରିଥିବା ବେଳେ ଏହାର ପୂର୍ବବର୍ଷ ୮୨୬ କୋଟି ଟଙ୍କା ଦାନ କରିଥିଲେ। ତାଲିକାର ତୃତୀୟ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ମୁକେଶ ୪୫୮ କୋଟି ଟଙ୍କା ଦାନ କରିଛନ୍ତି। ଏହାର ପୂର୍ବ ବର୍ଷରେ ସେ ୪୦୨ ଟଙ୍କା ଦାନ କରିଥିଲେ। କୋଭିଡ୍‌ରେ ଲୋକଙ୍କ ସହାୟତା ଲାଗି ଟାଟାସନ୍ସ ୧୫୦୦ କୋଟି ଦେବାକୁ କହିଛି। ପ୍ରେମ୍‌ଜୀ ୧୧୨୫ କୋଟି, ଅମ୍ବାନୀ ୫୧୦ କୋଟି ଘୋଷଣା କରିଛନ୍ତି। ସେହିଭଳି ପିଏମ୍‌ କେୟାର ପାଣ୍ଠିକୁ ବଡ ବଡ କର୍ପୋରେଟ ଦାନ କରିଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୫୦୦ କୋଟି, ଆଦିତ୍ୟ ବିର୍ଲା ଗ୍ରୁପ୍‌ ୪୦୦ କୋଟି ଏବଂ ଟାଟା ୫୦୦ କୋଟି ଦେବାକୁ ଘୋଷଣା କରିଛି। ପ୍ରେମ୍‌ଜୀଙ୍କ ମୋଟ ଦାନ ୧୭୫% ବୃଦ୍ଧି ପାଇ ଗତ ଆର୍ଥତ୍କ ବର୍ଷରେ ୧୨,୦୫୦ କୋଟି ଟଙ୍କା ଛୁଇଁଛି। ଏଟିଇ ଚନ୍ଦ୍ରା ଫାଉଣ୍ଡେଶନର ଅମିତ ଚନ୍ଦ୍ରା ଏବଂ ଅର୍ଚ୍ଚନା ଚନ୍ଦ୍ରା ୨୭ କୋଟି, ନନ୍ଦନ ନିଲେକାନି ୧୫୯ କୋଟି, ଏସ୍‌.ଗୋପାଳକୃଷ୍ଣ ୫୦ କୋଟି, ଏସ୍‌ଡି ସବୁଲାଲ ୫୦ କୋଟି ଦାନ କରିଥିବା ଜଣାପଡିଛି। ଶିକ୍ଷା କ୍ଷେତ୍ରର ବିକାଶ ଲାଗି ପ୍ରାୟ ୯୦ଫିଲାନଥ୍ରୋପିଷ୍ଟ ଦାନ କରିଛନ୍ତି। ପ୍ରେମ୍‌ଜୀ ଏବଂ ନାଦାର ଏ କ୍ଷେତ୍ରରେ ଆଗୁଆ ରହିଥିବା ବେଳେ ସ୍ବାସ୍ଥ୍ୟ କ୍ଷେତ୍ରକୁ ୮୪ ଏବଂ ପୁନର୍ବାସ ଲାଗି ୪୭ ଜଣ ଦାନ କରିଛନ୍ତି। ମୁମ୍ବାଇରୁ ୩୬ ଜଣ ଦାନ କରିଥିବା ବେଳେ ନୂଆଦିଲ୍ଲୀରୁ ୨୦ ଏବଂ ବାଙ୍ଗାଲୋରରୁ ୧୦ ଜଣ ଦାନ କରିଛନ୍ତି। ସେହିଭଳି ଫ୍ଲିପ୍‌କାର୍ଟର ସହପ୍ରତିଷ୍ଠାତା ବିନି ବଂଶଲ ୫ କୋଟି ଟଙ୍କା ଦାନ ସହ ଏହି ତାଲିକାରେ ସ୍ଥାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri