ରାସ୍ତା ନିର୍ମାଣ ହେବାର କିଛି ମିନିଟ୍‌ ନ ହେଉଣୁ ଚୋରାଇ ନେଇଗଲେ ଗ୍ରାମବାସୀ; ଦୁଇ ଘଣ୍ଟା ପରେ ଠିକାଦାର ଫେରିବା ପରେ ଉଡିଗଲା ହୋସ…

ସାଧାରଣତଃ ଚୋରିକୁ ନେଇ ଚକିତ କଲାଭଳି ଘଟଣା ଶୁଣିବାକୁ ନଚେତ ଦେଖିବାକୁ ମିଳିଥାଏ। କାରଣ ସବୁଥିରେ ଚୋର ବେଶ ଚତୁରତାର ସହ ଚୋରି କରିଥାଏ। ଏବେ ସେଭଳି ଏକ ଘଟଣାକ୍ରମରେ ଗ୍ରାମବାସୀମାନେ ପୁରା ରାସ୍ତାକୁ ଚୋରି କରି ନେଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। କାରଣ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ମୁଣ୍ଡରେ ହାତ ଦେଉଛନ୍ତି।
ରିପୋର୍ଟ ଅନୁଯାୟୀ, ବିହାରର ଜହାନାବାଦର ମଖଦୁମପୁରର ଔଦାନ ବିଘା ଗାଁରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନୁଯାୟୀ ଏକ ରାସ୍ତା ନିର୍ମାଣ ହେବାର ଥିଲା। ଏନେଇ ଅନୁମତି ମିଳିବା ପରେ ଗ୍ରାମରେ କଂକ୍ରିଟ ସଡ଼କ ନିର୍ମାଣର କାମ ଆରମ୍ଭ ହୋଇଥିଲା।ଗାଁରେ କେଉଁଠାରେ କଂକ୍ରିଟ ଢ଼ଳାଯିବ ଉକ୍ତ ସ୍ଥାନ ଚିହ୍ନଟ ହୋଇଥିଲା। ଠିକାଦାର ମଧ୍ୟ ଉପସ୍ଥିତ ରହି ରାସ୍ତାକାମ ତଦାରଖ କରିଥିଲେ। କିଛି ସମୟ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। ଏହାପରେ ଠିକାଦାର ଏବଂ ମଜୁରିଆ ଚାଲିଯାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଚୋରିର ଖେଳ।
ଭାଇରାଲ ଭିଡିଓରୁ ଜଣାପଡ଼ୁଛି ଯେ, ଗ୍ରାମବାସୀମାନେ ପ୍ରଥମେ ପାଣି ପକାଇ କଂକ୍ରିଟକୁ ହାଲ୍‌କା କରିଥିଲେ। ପରେ ଘରୁ ବଡ଼ ବଡ଼ ବାସନ ଆଣି ବୁହାଇ ନେଇଯାଇଥିଲେ। କିଛି ସମୟପରେ ରାସ୍ତା ଉପରୁ ସବୁତକ କଂକ୍ରିଟ ଉଠିଯାଇଥିଲା। ଦୁଇଘଣ୍ଟା ପରେ  ଠିକାଦାର ସେଠାକୁ ଫେରିବା ପରେ ଯାହା ଦେଖିଲେ ତାଙ୍କ ହୋସ ଉଡିଯାଇଥିଲା। ଯେଉଁ ରାସ୍ତାକୁ ନିର୍ମାଣ କରି ଯାଇଥିଲେ ତାହା ନ ଥିବା ଦେଖି ସେ ବିଶ୍ୱାସ କରିପାରୁ ନ ଥିଲେ।
ରାସ୍ତାକୁ ଚୋରି କରିବାର ଏହି ଭିଡିଓ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଶେୟାର କରାଯାଉଛି। ଏଥିରେ ଲୋକେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।
ଆପଣ ବି ଦେଖନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ଭୁବନେଶ୍ୱର,୧୦।୩: ବିଜେଡିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା । ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା…

ମାଥ୍ୟୁ ହେଡେନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍‌ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦୁଇ…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର…

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…

ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

ଅର୍ଶଦୀପଙ୍କୁ ଜରିମାନା, ଜାଣନ୍ତୁ କାହିଁକି…

ଦୁବାଇ, ୧୦ା୩: ଅହମଦାବାଦରେ ଅନୁଷ୍ଠିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଫାଇନାଲ ସମୟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେରିଲ ମିଚେଲଙ୍କୁ ଲକ୍ଷ୍ୟ କରି ଅକ୍ରମଣାତ୍ମକ ଢଙ୍ଗରେ ବଲ୍‌ ଫିଙ୍ଗିଥିବାରୁ…

ଯୁଦ୍ଧବେଳେ ଫସିଗଲା ଚାଇନା! ଆମେରିକା କଲା ବଡ଼ ଗେମ୍‌…

ବେଜିଂ,୧୦।୩: ଇରାନ-ଆମେରିକା ଯୁଦ୍ଧରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ହର୍ମୁଜ, ଯାହା ବିଷୟରେ ଇରାନ ପୂର୍ୱରୁ ଆମେରିକାକୁ ଚେତାବନୀ ଦେଇ ଆସୁଥିଲା। ବିବାଦ ବଢ଼ିବା ସହିତ ଆମେରିକାର…

ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଂଗୀତା ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri