All the effects are created with gradient mesh, blending and transparent effects. Open the file only in transparency supported software.
ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ୧୦୦ ଟପିଛି ପେଟ୍ରୋଲ ଦର। ତେବେ ଡିଜେଲ ଦର ବଢ଼ି ନ ଥିବା ଜଣାପଡ଼ିଛି।
ପେଟ୍ରୋଲ ଲିଟର ପିଛା ୧୦୦.୦୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭.୨୫ ଟଙ୍କା ରହିଛି। ଗୁରୁବାର ପେଟ୍ରୋଲର ମୂଲ୍ୟ ଥିଲା ୯୯.୬୫ ଟଙ୍କା। ଏଥିରେ ୩୬ ପଇସା ବୃଦ୍ଧି ଘଟିଛି।
କଟକରେ ପେଟ୍ରୋଲ ଏବଂ ଡିଜେଲ ଯଥାକ୍ରମେ ୧୦୦.୨୭ ଏବଂ ଲିଟର ପିଛା ୯୭.୫୦ ଟଙ୍କା ବିକ୍ରି ହୋଇଥିଲା।
ପେଟ୍ରୋଲ ଦର ୨୦ଟି ଜିଲାରେ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଥିବା ବେଳେ ମାଲକାନଗିରିରେ ସର୍ବାଧିକ ୧୦୫.୦୮ ଟଙ୍କା ରହିଛି।