FILE PHOTO: Scientist Linqi Zhang shows a tube with a solution containing COVID-19 antibodies in his lab where he works on research into novel coronavirus disease (COVID-19) antibodies for possible use in a drug at Tsinghua University's Research Center for Public Health in Beijing, China, March 30, 2020. Picture taken March 30, 2020. REUTERS/Thomas Peter/File Photo
ଭୁବନେଶ୍ୱର, ୩।୮(ବ୍ୟୁରୋ)-ଭୁବନେଶ୍ୱରରେ ସେରୋଲୋଜିକାଲ୍ ସର୍ଭେ ସରିଛି। ଏଠାରେ ୧.୪% ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସୃଷ୍ଟି ହୋଇଛି। ଏନେଇ ସୋମବାର ଭୁବନେଶ୍ୱର ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂକ୍ରମଣ ହାର, ସ୍ଥିତି ଓ ଆଣ୍ଟିବଡି ଅଗ୍ରଗତି ଜାଣିବାକୁ ସର୍ଭେ ହେଉଛି। ଭୁବନେଶ୍ୱରରେ କମ୍ୟୁନିଟି ଓ ହାଇରିସ୍କ ସେରୋ ସର୍ଭେ ସରିଛି। ଶହେ ବ୍ୟକ୍ତିଙ୍କ ମଧ୍ୟରେ ୧.୪ ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ସେହିପରି ହାଇରିସ୍କ ଗ୍ରୁପରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଖାପାଖି ସମାନ ରହିଛି। ରାଜଧାନୀରେ ଜୁନ୍ ମାସର ସଂକ୍ରମଣ ଜାଣିବାକୁ ଜୁଲାଇରେ ସର୍ଭେ ହୋଇଥିଲା। ଅଗଷ୍ଟ ମଧ୍ୟ ଭାଗରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ ହେବ। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଜୁଲାଇ ମାସର ସଂକ୍ରମଣ ସମ୍ପର୍କରେ ଜଣାପଡ଼ିବ। ସେପଟେ ପୁରୀ ଓ ଭୁବନେଶ୍ୱର ପରେ ସୋମବାର ବ୍ରହ୍ମପୁର ସହରରେ ସେରୋ ସର୍ଭେ ଆରମ୍ଭ ହୋଇଛି। ଉଭୟ ହାଇରିସ୍କ ଓ କମ୍ୟୁନିଟି ଗ୍ରୁପ୍କୁ ଟାର୍ଗେଟ୍ କରାଯାଇଛି। ଏଠାରେ ୨,୫୦୦ ଟାର୍ଗେଟ ଥିବାବେଳେ ୧,୫୦୦ କମ୍ୟୁନିଟି ଓ ୧୦୦୦ ହାଇରିସ୍କ ଗ୍ରୁପରୁ ନମୁନା ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି।