ଅଷ୍ଟ୍ରେଲିଆରେ ନାମ ବଦଳାଇଲା ଆଦାନୀ ମାଇନିଂ

ନୂଆଦିଲ୍ଲୀ: ଆଦାନୀ ମାଇନିଂ ଏହାର ନାମକୁ ପରିବର୍ତ୍ତନ କରି ବ୍ରାଭୁସ୍‌ ମାଇନିଂ ଆଣ୍ଡ ରିସୋର୍ସେସ ରଖିଛି। ଅଷ୍ଟ୍ରେଲିଆରେ ଏହି କମ୍ପାନୀର ୧୦ ବର୍ଷ ପୂର୍ତ୍ତି ଅବସରରେ ଏଭଳି ନୂଆ ନାମ ରଖାଯାଇଛି। ସେଠାକାର ସେଣ୍ଟ୍ରାଲ କ୍ୱିନ୍ସଲାଣ୍ଡସ୍ଥିତ କାର୍ମିସେଲ ଥର୍ମାଲ ମାଇନିଂକୁ ନେଇ ଆଦାନୀ ବିବାଦୀୟ ହୋଇପଡିଥିଲା। ନାମ ପରିବର୍ତ୍ତନ ପରେ ଏହାକୁ ନେଇ ବିଶେଷଜ୍ଞମାନେ ଆପତ୍ତି ଉଠାଇଛନ୍ତି। ବ୍ରାଭୁସ୍‌ ନାମକୁ କମ୍ପାନୀ ବ୍ରେଭ୍‌ ବୋଲି ବିବେଚନା କରୁଛି। ମାତ୍ର ଏହି ନାମ ନକାରାତ୍ମକ ଅର୍ଥକୁ ସୂଚାଉଥିବା କେତେଜଣ ବିଶେଷଜ୍ଞ କହିଛନ୍ତି। ବ୍ରାଭୁସ୍‌ର ଅର୍ଥ ଭିଲିଆନ, କପଟୀ ଏବଂ ବେଆଇନଭାବେ ଗଠନ ହୋଇଥିବାକୁ ସୂଚାଉଛି। ଏଣୁ ବ୍ରାଣ୍ଡ୍‌ ନାମ ପରିବର୍ତ୍ତନ ବେଳେ ବିଭିନ୍ନ ଦିଗକୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ନୂଆ ଆରମ୍ଭ ସହ ଲୋକଙ୍କ ଲାଗି କିଛି ଭଲ କାମ କରିବା ଦିଗରେ ଅଗ୍ରସର ହେଉଥିବା କମ୍ପାନୀର ସିଇଓ ଡାଭିଡ୍‌ ବୋସଫ୍‌ ଗୁରୁବାର କହିଛନ୍ତି। କମ୍ପାନୀର କାର୍ମିସେଲ ମାଇନିଂରୁ ଆସନ୍ତା ବର୍ଷ ରପ୍ତାନି ଆରମ୍ଭ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଆଦାନୀର ଏହି ଖଣି ଆରମ୍ଭ ହେଲେ ପରିବେଶ ଉପରେ ଖରାପ ପ୍ରଭାବ ପଡିବ ବୋଲି ଆଶଙ୍କା କରି ଏହାକୁ ବିରୋଧ କରାଯାଉଥିଲା। ପରିବେଶବିତ୍‌ମାନେ ଆଦାନୀ ବିରୋଧରେ ଅଭିଯାନ ମଧ୍ୟ କରିଥିଲେ। ଏହି କମ୍ପାନୀର ବ୍ରାଣ୍ଡ ପ୍ରତିଛବି ଖରାପ ହେବାରେ ଲାଗିଥିଲା। ଫଳରେ ଆଦାନୀ ଏହାର ନାମକୁ ବଦଳାଇ ନୂଆ ଆରମ୍ଭ କରିବାକୁ ଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri