ଅଗଷ୍ଟରେ ୪,୬୨,୫୨୩ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩ା୯: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଅଗଷ୍ଟ ମାସର ଗାଡ଼ି ବିକ୍ରି ସଂଖ୍ୟା ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ଗ୍ରାହକମାନଙ୍କର ସକାରାତ୍ମକ ମନୋଭାବ ଓ ଡିଲର୍‌ଶିପ୍‌ରେ ପାର୍ବଣଋତୁର ଉତ୍ସାହ ଯୋଗୁ ଚଳିତ ବର୍ଷ ଅଗଷ୍ଟରେ କମ୍ପାନୀର ମୋଟ ଡେସ୍‌ପ୍ୟାଚ୍‌ ୭% ବୃଦ୍ଧି ପାଇ ୪,୬୨,୫୨୩ ୟୁନିଟ୍‌ରେ ପହଞ୍ଚିଛି। ସେଥିରେ ଦେଶ ଭିତରେ ୪,୨୩,୨୧୬ ଗାଡ଼ି ବିକ୍ରି ହୋଇଥିବା ବେଳେ କମ୍ପାନୀ ୩୯,୩୦୭ ଗାଡ଼ି ରପ୍ତାନି କରିଛି। ଏପରିକି ଗତ ବର୍ଷ ଅଗଷ୍ଟରେ କମ୍ପାନୀ ମୋଟ ୪,୩୧,୫୯୪ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା, ଯେଉଁଥିରୁ ଦେଶ ଭିତରେ ୪,୦୧,୪୮୦ ୟୁନିଟ୍‌ ବିକ୍ରି ହୋଇଥିବା ବେଳେ ୩୦,୧୧୪ଟି ରପ୍ତାନି ହୋଇଥିଲା। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ପୂର୍ବ ମାସ ଓ ବର୍ଷକୁ ବର୍ଷ ଭିତିରେ ବଜାର ପ୍ରଦର୍ଶନରେ ଦ୍ରୁତ ଗତିଶୀଳତା ପରିଲକ୍ଷିତ ହୋଇଛି। ସବୁବର୍ଗରେ ଆକର୍ଷଣୀୟ ଉପତ୍ାଦ ବର୍ଗମାଳା ଓ ଉତ୍ସବ ଋତୁକୁ ସ୍ବାଗତ କରିବା ସହ ଆମର ବିଶ୍ୱାସ ରହିଛି ଯେ ଆମର ସମସ୍ତ ଟଚ୍‌ପଏଣ୍ଟରେ ଉପଲବ୍ଧ ଥିବା ଆକର୍ଷଣୀୟ ଫାଇନାନ୍ସ ସ୍କିମ୍‌ ଜରିଆରେ ଏହି ଉତ୍ସବର ଉଲ୍ଲାସ ବହୁଗୁଣିତ ହେବ।
୨୦୨୨ ଅଗଷ୍ଟରେ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଉଭୟ ବିଗ୍‌ୱିଙ୍ଗ ଓ ରେଡ୍‌ ୱିଙ୍ଗ୍‌ ବର୍ଗରେ ୪ଉପତ୍ାଦ ଯଥା ସିବି୩୦୦ଏଫ୍‌, ଆକ୍ଟିଭା ପ୍ରିମିୟମ୍‌ ଏଡିସନ୍‌, ଡିଓ ସ୍ପୋର୍ଟସ୍‌ ଓ ସାଇନ୍‌ ସେଲିବ୍ରେସନ୍‌ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?