ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଲାଗୁ ହେଉଛି କଡ଼ା କଟକଣା, ଜାତିସଂଘରେ ଚିନ୍ତାବ୍ୟକ୍ତ କଲା ଭାରତ…

ଜେନେଭା/ନୂଆଦିଲ୍ଲୀ, ୨।୭ : ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ ଲାଗୁ ହୋଇଥିବା କଡ଼ା କଟକଣା ନେଇ ଭାରତ ଜାତିସଂଘରେ ଚିନ୍ତାବ୍ୟକ୍ତ କରିଛି। ଜାତିସଂଘ ମାନବ ଅଧିକାର ପରିଷଦରେ ଭାରତ ଉଦ୍‌ବେଗ ପ୍ରକାଶ କରି ମହିଳା ଓ ବାଳିକାମାନଙ୍କର ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବାକୁ ଆହ୍ବାନ ଦେଇଛି।

ଜେନେଭାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ପୁନିତ ଅଗ୍ରୱାଲ କହିଛନ୍ତି ଯେ ଦୀର୍ଘ ଦିନ ଧରି ଭାରତ ଏବଂ ଆଫଗାନିସ୍ତାନ ସହଯୋଗୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏଭଳି ପରିସ୍ଥିତିରେ ସେଠାରେ ଶାନ୍ତି ଏବଂ ସ୍ଥିରତାକୁ ଫେରିବା ନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ମାନବ ଅଧିକାର ପରିଷଦର ୫୦ ତମ ଅଧିବେଶନରେ ଆଫଗାନିସ୍ତାନରେ ମହିଳା ଏବଂ ବାଳିକାମାନଙ୍କର ମାନବିକ ସ୍ଥିତି ଉପରେ ଆଲୋଚନା ବେଳେ ରାଷ୍ଟ୍ରଦୂତ ପୁନିତ ଏହି ମନ୍ତବ୍ୟ ଦେଇଛନ୍ତି। ଆଫଗାନିସ୍ତାନରେ ମହିଳାମାନଙ୍କୁ ସାଧାରଣ ଜୀବନରୁ ହଟାଇବାକୁ ଚେଷ୍ଟା ଚାଲିଛି। ଶିକ୍ଷା ଅଧିକାର ସମେତ ମହିଳା ଓ ବାଳିକାଙ୍କ ଅଧିକାରର ସୁରକ୍ଷା ଏବେ ବିପଦରେ ପଡ଼ିଥିବା ସେ କହିଛନ୍ତି। ଏନେଇ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି॥

ସୂଚନାଯୋଗ୍ୟ, ତାଲିବାନ ଶାସନ ଆସିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଲା ଅଗଷ୍ଟ ୨୦୨୧ ମଧ୍ୟଭାଗରେ ରାଜଧାନୀ କାବୁଲକୁ କବଜା କରିବା ପରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିଲା। କ୍ଷମତା ଗ୍ରହଣ କରିବା ପରଠାରୁ, ଇସଲାମବାଦୀ ଗୋଷ୍ଠୀ ନୂତନ ନିୟମ ଜାରି କରୁଛନ୍ତି ଯାହା ମହିଳାମାନଙ୍କୁ କେବଳ ଆବଶ୍ୟକତା ସମୟରେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଥାଏ ଏବଂ ପରେ ସର୍ବସାଧାରଣରେ ସେମାନଙ୍କ ମୁହଁ ଘୋଡାଇବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ ତାଲିବାନ ମଧ୍ୟ ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri