Posted inଜାତୀୟ

ରାଜ୍ୟପାଳ ଅଲୋଡ଼ା: ତାମିଲନାଡ଼ୁ ଆଣିଲା ୧୦ ଆଇନ

ଚେନ୍ନାଇ,୧୩/୪ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୦ ନୂଆ ଆଇନ ହେଲା ତାମିଲନାଡ଼ୁ ଫିଶେରିଜ୍‌ ୟୁନିଭର୍ସିଟି (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ଆକ୍ଟ-୨୦୨୨, ତାମିଲନାଡୁ ଡ. ଆମ୍ବେଡକର ଲ’ ୟୁନିଭର୍ସିଟି (ଆମେଣ୍ଡମେଣ୍ଟ) ଆକ୍ଟ-୨୦୨୨, ତାମିଲନାଡୁ ଡ. ଏମ୍‌ଜିଆର୍‌ ମେଡିକାଲ ୟୁନିଭର୍ସିଟି, ଚେନ୍ନାଇ (ସଂଶୋଧନ) ଆଇନ-୨୦୨୨, ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୨, ତାମିଲନାଡୁ ୟୁନିଭର୍ସିଟି (ଦ୍ୱିତୀୟ ସଂଶୋଧନ), ଆଇନ-୨୦୨୨, ତାମିଲନାଡୁ ମତ୍ସ୍ୟ ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୩, ତାମିଲନାଡୁ ଭେଟେରିନାରି ଆଣ୍ଡ୍‌ ଆନିମଲ୍‌ ସାଇନ୍ସେସ୍‌ ୟୁନିଭର୍ସିଟି (ଆମେଣ୍ଡ୍‌ମେଣ୍ଟ) ଆକ୍ଟ ଏବଂ ତାମିଲନାଡୁ ୟୁନିଭର୍ସିଟିଜ୍‌ ଲଜ୍‌ (ସେକେଣ୍ଡ ଆମେଣ୍ଡ୍‌ମେଣ୍ଟ) ଆକ୍ଟ-୨୦୨୨। ନବପ୍ରଣୀତ ଆଇନ ବଳରେ ତାମିଲନାଡୁ ସରକାର ରାଜ୍ୟର ୧୮ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିପାରିବେ। ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଥିବା ରାଜ୍ୟପାଳଙ୍କ ହାତରେ ଏହି ନିଯୁକ୍ତି କ୍ଷମତା ରହିଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଓ ରାଜ୍ୟପାଳ ରବି ମୁହଁାମୁହିଁ ହୋଇଥିଲେ। ତେବେ ଗତ ମଙ୍ଗଳବାର ସୁପ୍ରିମକୋର୍ଟ ରାଜ୍ୟପାଳ ରବିଙ୍କୁ ଭର୍ତ୍ସନା କରି ଏଗୁଡ଼ିକ ଆଇନରେ ପରିଣତ ହେବ ବୋଲି ସ୍ପଷ୍ଟ ରାୟ ଦେବା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଏହାକୁ ଏକ ଐତିହାସିକ ନିଷ୍ପତ୍ତି ଭାବେ ଅଭିହିତ କରିଥିଲେ। ଏହା କେବଳ ତାମିଲନାଡୁର ନୁହେଁ, ବରଂ ଭାରତର ସମସ୍ତ ରାଜ୍ୟ ସରକାରଙ୍କ ବିଜୟ ବୋଲି ଷ୍ଟାଲିନ୍‌ କହିଥିଲେ। ଏକ ବିଧେୟକ ବିଧାନସଭାରେ ଦ୍ୱିତୀୟ ଥର ପାଇଁ ପାରିତ ହେଲେ ରାଜ୍ୟପାଳ ତାକୁ ଅନୁମୋଦନ କରିବାକୁ ବାଧ୍ୟ ବୋଲି ସାମ୍ବିଧାନିକ ନିୟମ ରହିଥିବା ସତ୍ତ୍ୱେ ରାଜ୍ୟପାଳ ଜାଣିଶୁଣି ବିଳମ୍ବ କରିଚାଲିଥିଲେ ବୋଲି ଷ୍ଟାଲିନ୍‌ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ସମାଲୋଚନା କରିଥିଲେ। ଶନିବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଡିଏମ୍‌କେର ରାଜ୍ୟ ସଭା ସଦସ୍ୟ ତଥା ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ପି. ଓ୍ବିଲ୍‌ସନ କହିଛନ୍ତି, ଭାରତର ପ୍ରଥମ ଥର ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ବିନା ସ୍ବାକ୍ଷରରେ ଆଇନ ପରିଣତ ହୋଇ ଇତିହାସ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ବଳରେ ଏହା ସମ୍ଭବ ହୋଇଛି ବୋଲି ଓ୍ବିଲ୍‌ସନ ଟୁଇଟ୍‌ କରିଛନ୍ତି।

ଡିଏମ୍‌କେ ସରକାର ପ୍ରଥମେ ୨୦୨୩ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାଜ୍ୟପାଳଙ୍କୁ ସମସ୍ତ ବିଧେୟକ ଉପରେ ସ୍ବାକ୍ଷର କରିବା ସକାଶେ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ସେଥିରୁ ୨ଟି ବିଧେୟକ ପୂର୍ବର ଏଆଇଏଡିଏମ୍‌କେ ସରକାରଙ୍କ ଦ୍ୱାରା ପାରିତ ହୋଇଥିଲା। ରାଜ୍ୟପାଳ ସେହି ସମସ୍ତ ବିଲ୍‌କୁ ପକାଇ ରଖିଥିବା ଦେଖି ଷ୍ଟାଲିନ୍‌ଙ୍କ ଦଳ ସୁପ୍ରିମକୋର୍ଟରେ ଅଭିଯୋଗ ଆଣିଥିଲା ଯେ, ଭାଜପା ଦ୍ୱାରା ନିଯୁକ୍ତ ରାଜ୍ୟପାଳ ନିର୍ବାଚିତ ସରକାରଙ୍କୁ ନୂ୍ୟନ କରିବାକୁ ଯାଇ ରାଜ୍ୟର ବିକାଶ ଧାରାରେ ବାଧକ ସାଜିଛନ୍ତି। ଅନ୍ୟପକ୍ଷେ ସେତେବେଳେ ରାଜ୍ୟପାଳଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ, କୌଣସି ରାଜ୍ୟର ରାଜ୍ୟପାଳ ‘କେବଳ ଜଣେ ଟେକ୍ନିକାଲ ସୁପରଭାଇଜର’ ନୁହନ୍ତି। ବିଲ୍‌ ପାରିତ କରିବାରେ ରାଜ୍ୟପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୨୩ ନଭେମ୍ବର ୧୦ରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟପାଳଙ୍କ କାର୍ଯ୍ୟକୁ ଭର୍ତ୍ସନା କରିବା ସହ ‘ନିଅଁା ସହ ଖେଳନାହିଁ’ ବୋଲି ତାଙ୍କୁ ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ରବି ସମ୍ପୃକ୍ତ ବିଧେୟକଗୁଡ଼ିକୁ ଅଣଦେଖା କରିଚାଲିଥିଲେ। ତେବେ ଗତ ୮ ତାରିଖରେ ଜଷ୍ଟିସ୍‌ ପର୍ଦ୍ଦିଓ୍ବାଲାଙ୍କ ଅଧ୍ୟକ୍ଷତାରେ ଗଠିତ ୨ ଜଣିଆ ଖଣ୍ଡପୀଠ କହିଥିଲେ, ସମ୍ବିଧାନର ଅନୁଚ୍ଛେଦ ୨୦୦ ଅଧୀନରେ ମାତ୍ର ୩ଟି ବିକଳ୍ପ ରହିଛି। ସେଗୁଡ଼ିକ ହେଲା ରାଜ୍ୟପାଳ ବିଧେୟକଗୁଡ଼ିକରେ ସ୍ବାକ୍ଷର କରିବେ, ସମ୍ମତିକୁ ସ୍ଥଗିତ ରଖିବେ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ। କିନ୍ତୁ ଏହି ୩ ବିକଳ୍ପ ପାଇଁ ସମୟସୀମା ହେଉଛି ୧ ମାସ। ଏହି ଅବଧି ମଧ୍ୟରେ ରାଜ୍ୟପାଳ ନିଷ୍ପତ୍ତି ନ ନେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଲତ ବିଚାର କରିପାରିବେ। ଏହି ରାୟ ରାଜ୍ୟପାଳଙ୍କ କ୍ଷମତାକୁ ନୂ୍ୟନ କରୁନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଏହାକୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସଭା ସଦସ୍ୟ କପିଲ ସିବଲ ମଧ୍ୟ ପ୍ରଶଂସା କରିଛନ୍ତି। ସର୍ବୋଚ୍ଚ ଅଦାଲତ ବିଲ୍‌ ସମ୍ପର୍କିତ ପଦକ୍ଷେପ ନେବାରେ ରାଜ୍ୟପାଳମାନଙ୍କ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ଐତିହାସିକ। ଏଥିରେ ରାଜ୍ୟପାଳମାନଙ୍କ ଭୂମିକାକୁ ପରିଭାଷିତ କରାଯାଇଥିବାରୁ ଏହା ସଂଘୀୟ ବ୍ୟବସ୍ଥା ପାଇଁ ଶୁଭଙ୍କର ବୋଲି ସିବଲ କହିଛନ୍ତି।

ରାଜ୍ୟପାଳ କୌଣସି ବିଲ୍‌ ଉପରେ ବିଚାର ପାଇଁ ପଠାଇବାର ୩ ମାସ ଭିତରେ ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିବେ ବୋଲି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ପାଇଁ ବିଧେୟକ ଉପରେ ନିଷ୍ପତ୍ତି ନେବା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ପ୍ରଥମ ଥର ଏଭଳି ସମୟସୀମା ନିର୍ଦ୍ଧାରଣ କରିଛନ୍ତି। ତାମିଲନାଡୁ ବିଧାନସଭା ଦ୍ୱାରା ପାରିତ ୧୦ ବିଲ୍‌କୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମୋହର ନ ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସଂରକ୍ଷିତ ରଖିବା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ୪ ଦିନ ତଳେ ଭର୍ତ୍ସନା କରିଥିଲେ। ଏଥିସହ ସମସ୍ତ ରାଜ୍ୟପାଳଙ୍କ ପାଇଁ ଏ ସଂକ୍ରାନ୍ତରେ ସମୟସୀମା ନିର୍ଦ୍ଧାରଣ କରିଥିଲେ। ୪୧୫ ପୃଷ୍ଠା ସମ୍ବଳିତ ଏହି ରାୟ ଶୁକ୍ରବାର ରାତି ୧୦ଟା ୫୪ ମିନିଟ୍‌ରେ ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି।

ସର୍ବୋଚ୍ଚ ଅଦାଲତଙ୍କ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ରାୟରେ ଜଷ୍ଟିସ୍‌ ଜେ.ବି. ପର୍ଦ୍ଦିଓ୍ବାଲା ଏବଂ ଆର୍‌. ମହାଦେବନ୍‌ଙ୍କ ଖଣ୍ଡପୀଠ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ସମୟସୀମାକୁ ଆପଣାଯିବା ଉପଯୁକ୍ତ ହେବ ବୋଲି ଆମେ ମନେକରୁଛୁ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇଥିବା
ବିଧେୟକକୁ ରାଷ୍ଟ୍ରପତି ଗ୍ରହଣ କରିବା ଦିନଠାରୁ ୩ ମାସ ଭିତରେ ତା’ ଉପରେ ସମ୍ମତି ଦେବେ ବୋଲି ଆମେ ସମୟସୀମା ସ୍ଥିର କରୁଛୁ। ରାଷ୍ଟ୍ରପତି ଏହି ଅବଧି ମଧ୍ୟରେ ବିଧେୟକ ଉପରେ ନିଷ୍ପତ୍ତି ନ ନେଲେ ତାଙ୍କୁ ବିଳମ୍ବ ହେବାର ଉପଯୁକ୍ତ କାରଣ ରେକର୍ଡରେ ଦର୍ଶାଇବାକୁ ପଡ଼ିବ। ଏପରି କି ରାଷ୍ଟ୍ରପତି ଏନେଇ ସମ୍ପୃକ୍ତ ରାଜ୍ୟକୁ ମଧ୍ୟ ଅବଗତ କରାଇବେ। ରାଜ୍ୟଗୁଡ଼ିକ ମଧ୍ୟ ସମନ୍ବୟ ରକ୍ଷା ପୂର୍ବକ ସହଯୋଗୀ ହୋଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରଶ୍ନର ଉତ୍ତର ତୁରନ୍ତ ଦେବେ ବୋଲି ଶୀର୍ଷ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri