କିଛି ବର୍ଷ ମଧ୍ୟରେ ଉତ୍ତରମେରୁ ହେବ ବରଫ ଶୂନ୍ୟ: ମିଶନ ଆଇସ୍‌ବ୍ରେକର ରିପୋର୍ଟ

ଓ୍ବାଶିଂଟନ, ୧୩।୧୦: ପୃଥିବୀର ଉତ୍ତରମେରୁ ଆସନ୍ତା କିଛି ବର୍ଷ ମଧ୍ୟରେ ବରଫ ଶୂନ୍ୟ ହେବ। ଖରାଦିନେ ଏଠାରେ ଆଉ ବରଫର ଆବରଣ ରହିବ ନାହିଁ। ମିଶନ ଆଇସ୍‌ବ୍ରେକର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉତ୍ତରମେରୁରେ ଅନ୍ତର୍ଜାତୀୟସ୍ତରରେ ବୈଜ୍ଞାନିକମାନଙ୍କ ଦ୍ୱାରା ଗଠିତ ଏହି ମିଶନ ପକ୍ଷରୁ ମିଳିତ ଭାବେ ଗବେଷଣା କରାଯାଉଥିଲା। ଏବେ ବୈଜ୍ଞାନିକ ଦଳ ଉତ୍ତରମେରୁରୁ ଫେରି ଆସିଛନ୍ତି। ବୈଜ୍ଞନିକଙ୍କୁ ନେଇ ଆର.ଭି. ପୋଲାରଷ୍ଟ୍ରେର୍ନ ଜାହାଜ ବ୍ରେମେରହାଭେନ୍‌ରେ ପହଞ୍ଚିଛି। ବୈଜ୍ଞାନିକମାନେ ଏକ ବର୍ଷ ଧରି ଉତ୍ତରମେରୁରେ ଗବେଷଣା କରୁଥିଲେ। ଜଳବାୟୁ ପରିବର୍ତ୍ତନ କିଭଳି ମେରୁର ପରିବେଶକୁ ପ୍ରଭାବିତ କରୁଛି ତାହା ସେମାନେ ଅଧ୍ୟୟନ କରିଛନ୍ତି। ଏଠାରେ ବରଫର ଅଭାବ ଯୋଗୁ ମେରୁ ଭାଲୁ ଜନବସତି ମୁହାଁ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି। ଏଭଳି ସ୍ଥିତି ମେରୁ ଅଞ୍ଚଳରେ ଏକ ଆହ୍ବାନ ସୃଷ୍ଟି କରିଥିବା ସେମାନେ ପ୍ରକାଶ କରିଛନ୍ତି। ମଣିଷ ଏବଂ ମେରୁ ଭାଲୁ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖା ଦେଇଥିବା ବୈଜ୍ଞାନିକ ଦଳର ନେତୃତ୍ୱ ନେଉଥିବା ମ୍ୟାକ୍ସ୍‌ ରେକ୍ସ୍‌ କହିଛନ୍ତି। ବୈଜ୍ଞାନିକ ଦଳ ପରୀକ୍ଷା ନିରୀକ୍ଷା ପାଇଁ ଉତ୍ତରମେରୁ ବହୁ ନମୁନା ସଂଗ୍ରହ କରିଥିବା ରେକ୍ସ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri