କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି ମିଳିଛି ସତ କିନ୍ତୁ ଅନେକେଙ୍କୁ କ୍ଷତି ପହଞ୍ଚାଇଛି। ପାରଳାଖେମୁଣ୍ଡିରେ ଏହି କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ଯୋଗୁ ବେହାଲ ହୋଇପଡିଛି ପାରଳାଖେମୁଣ୍ଡି। ସହରର ସବୁ ରାସ୍ତା ଜାମ। ଭାଙ୍ଗିପଡ଼ିଛି ବଡ ବଡ ଗଛ। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ସହ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ସେପଟେ ସହରର ମୁଖ୍ୟ ଚିକିତ୍ସାଳୟ ପରିସ୍ଥିତି ଅତି ଶୋଚନୀୟ ଆଶୁ ଚିକିତ୍ସା କେନ୍ଦ୍ର ଉପରେ ପଡି ବିରାଟ ଗଛ ହସ୍ପିଟାଲ ମୁଖ୍ୟ ଫାଟକ ଆଗରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଛି। ଛାତରୁ ପାଣି ଗଳି ହସ୍ପିଟାଲ ପରିସରରେ ମଧ୍ୟ ପାଣି ଜମା ହୋଇଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ମଧ୍ୟ ଅନେକ ଗଛ ଭାଙ୍ଗି ପଡ଼ିଯାଇଛି । ଅନ୍ୟ ବସ୍ତି ଅଞ୍ଚଳରେ ମଧ୍ୟ ଅନେକ ଘର ପବନରେ ଉଡି ଯାଇଥିବା ବେଳେ ବାସହରା ହୋଇଛନ୍ତି ଅନେକ ବସ୍ତି ବାସିନ୍ଦା। ଗତକାଲି ବିଳମ୍ବିତ ରାତିରେ ଓଡ୍ରାଫର ଗୋଟେ ଟିମ ଆସି ପହଁଚି ଉଦ୍ଧର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେପଟେ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗର କର୍ମଚାରୀ ସ୍ଥିତି ସୁଧୁରିବା ପାଇଁ କାମରେ ଜୋରସୋରରେ ଲାଗିପଡିଛନ୍ତି। ଗତକାଲି ରାତିରେ ଜିଲାପାଳ ସ୍ମୃତିରଞ୍ଜନ ପଧାନ ସହର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ପ୍ରାଥମିକତା ଭିତ୍ତରେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଜନସ୍ବାସ୍ଥ୍ୟ ବିଭାଗକୁ ବିଦ୍ୟୁତ ଯୋଗାଇବା ପାଇଁ ଉଦ୍ୟମ ଜାରି ରହିଛି । ଓଡ୍ରାଫର ଏକ ଟିମ ସହରରେ ପଡିଥିବା ଗଛକୁ କାଟି ବନ୍ଦ ହୋଇଥିବା ରାସ୍ତାକୁ ଖୋଲାଯାଉଛି। ଗତକାଲିଠାରୁ ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri