Posted inଜାତୀୟ

୨୦୨୧ ମସିହାରେ ସଡ଼କ ଦୁର୍ଘଟଣା ନେଇଛି ଦେଢ଼ ଲକ୍ଷ ଲୋକଙ୍କ ଜୀବନ…

ନୂଆଦିଲ୍ଲୀ,୩୧।୧୦ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ମୋଟ ୪୬୧,୩୧୨ ସଡକ ଦୁର୍ଘଟଣା ଘଟି ୧୬୮,୪୯୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୪୪୩,୩୬୬ ଜଣ ଆହତ ହୋଇଥିଲେ। ଭାରତରେ ସଡକ ଦୁର୍ଘଟଣା-୨୦୨୨ ଶୀର୍ଷକ ଏହି ରିପୋର୍ଟରେ ବର୍ଷକୁ ବର୍ଷ ସଡକ ଦୁର୍ଘଟଣା ୧୧.୯ ପ୍ରତିଶତ ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟାରେ ୯.୪ ପ୍ରତିଶତ ବୃଦ୍ଧି ହୋଇଥିବା ଦର୍ଶାଯାଇଛି। ୨୦୨୨ ମସିହାରେ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସଂଖ୍ୟା୧୫.୩ ପ୍ରତିଶତ ବୃଦ୍ଧି ପାଇଛି ।

ମୋଟ ଦୁର୍ଘଟଣା ମଧ୍ୟରୁ ୩୨.୯ ପ୍ରତିଶତ (୧୫୧,୯୯୭ ଦୁର୍ଘଟଣା) ଜାତୀୟ ରାଜପଥରେ ଏବଂ ଏକ୍ସପ୍ରେସୱେରେ ଘଟିଛି, ସେହିପରି ୨୩.୧ପ୍ରତିଶତ (୧୦୬,୬୮୨ ଦୁର୍ଘଟଣା) ରାଜ୍ୟ ରାଜପଥରେ ଘଟିଛି ଏବଂ ଅବଶିଷ୍ଟ ୪୩.୯ ପ୍ରତିଶତ (୨୦୨,୬୩୩ ଦୁର୍ଘଟଣା) ଅନ୍ୟ ରାସ୍ତାରେ ଘଟିଛି। ସେହିପରି ମୋଟ ୧୬୮,୪୯୧ ମୃତ୍ୟୁ ମଧ୍ୟରୁ ୩୬.୨ ପ୍ରତିଶତ (୬୧,୦୩୮ ମୃତ୍ୟୁ) ଜାତୀୟ ରାଜପଥରେ, ୨୪.୩ ପ୍ରତିଶତ (୪୧,୦୧୨ମୃତ୍ୟୁ) ରାଜ୍ୟ ରାଜପଥରେ ଏବଂ ୩୯.୪ ପ୍ରତିଶତ (୬୬,୪୪୧ ମୃତ୍ୟୁ) ଅନ୍ୟ ରାସ୍ତାରେ ଘଟିଛି।

ଏହି ବାର୍ଷିକ ରିପୋର୍ଟରେ ତଥ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତର ଅଞ୍ଚଳର ପୋଲିସ ବିଭାଗରୁ ସଂଗ୍ରହ କରାଯାଇଛି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସଡକ ଟ୍ରାଫିକ ଦୁର୍ଘଟଣା ଅନ୍ତର୍ଗତ ମିଳିତ ଜାତିସଂଘର ଅଥର୍ର୍ନୈତିକ ତଥା ସାମାଜିକ ଆୟୋଗ ପାଇଁ ସୁପାରିଶ କରାଯାଇଥିବା ମାନକ ଫର୍ମାଟ ବ୍ୟବହାର କରି କ୍ୟାଲେଣ୍ଡର ବର୍ଷ ଅନୁଯାୟୀ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri