Posted inଜାତୀୟ

୨୦୨୧ରେ ଡାଇବେଟିସ୍‌ ନେଇଛି ୬୭ ଲକ୍ଷ ଜୀବନ…

ବ୍ରସେଲ୍ସ୍‌,୧୪।୧୧: ପୃଥିବୀର ବିଭିନ୍ନ ଦେଶ କରୋନା ମହାମାରୀ ସହ ଲଢୁୁଥିବାବେଳେ ଏକବିଂଶ ଶତାବ୍ଦୀରେ ଡାଇବେଟିସ୍‌ ସବୁଠାରୁ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାର ମୁକାବିଲା ପୃଥିବୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଡାଇବେଟିସ ଫେଡେରେସନ (ଆଇଡିଏଫ) ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବିଶ୍ୱ ମଧୁମେହ ଦିବସ ଅବସରରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରତିବର୍ଷ ପୃଥିବୀରେ ହାରାହାରି ୪୦ ଲକ୍ଷ ଲୋକଙ୍କର ଡାଇବେଟିସ୍‌ ସମସ୍ୟା ଯୋଗୁ ମୃତ୍ୟୁ ଘଟୁଛି। ତେବେ, ୨୦୨୧ ବର୍ଷରେ ୬୭ ଲକ୍ଷ ଲୋକଙ୍କର କରୋନା ମହାମାରୀ ସମୟରେ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ପୃଥିବୀରେ ପ୍ରତି ଦଶ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଡାଇବେଟିସ୍‌ ସମସ୍ୟାରେ ଆକ୍ରାନ୍ତ ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ସେହିପରି ୨୩ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସେମାନଙ୍କର ରୋଗ ବିଷୟରେ ମଧ୍ୟ ଜଣା ନାହିଁ। ପ୍ରତି ୬ ଜଣରେ ଜଣେ ଶିଶୁଙ୍କୁ ଜନ୍ମଜାତ ଡାଇବେଟିସ୍‌ ସମସ୍ୟା ଭୋଗିବାକୁ ପଡୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ଚାଇନା ପରେ ଭାରତ ଡାଇବେଟିସ୍‌ ସମସ୍ୟା ଜନସଂଖ୍ୟା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି।

୨୦୨୫ ସୁଦ୍ଧା ଭାରତରେ ଡାଇବେଟିସ୍‌ ସମସ୍ୟା ଥିବା ଲୋକଙ୍କ ସଂଖ୍ୟା ୬ କୋଟି ୯୯ ଲକ୍ଷରୁ ଅଧିକରେ ପହଞ୍ଚିବ। ସେହିପରି ୨୦୩୦ ବେଳକୁ ଏହା ୮ କୋଟି ପାର୍‌ ହେବାର ଆଶଙ୍କା ରହିଛି।

ଚାଇନାରେ ଡାଇବେଟିସ୍‌ ସମସ୍ୟା ଥିବା ଲୋକଙ୍କ ସଂଖ୍ୟା୧୦ କୋଟି ୯୬ ଲକ୍ଷରୁ ଅଧିକ ରହିଛି। ବ୍ରିଟେନର ପ୍ରତି କୋଡ଼ିଏ ଜଣରେ ଜଣେ ବୟସ୍କ ଡାଇବେଟିସ୍‌ ସମସ୍ୟା ଭୋଗୁଛନ୍ତି। ଏହି ସ୍ବାସ୍ଥ୍ୟ ସମସ୍ୟା ଯୋଗ ପୃଥିବୀର ବିଭିନ୍ନ ରାଷ୍ଟ୍ର ଉପରେ ୯୬୬ ଶହ କୋଟି ଡଲାରର ବୋଝ ପଡୁଛି। ଗତ ୧୫ ବର୍ଷ ମଧ୍ୟରେ ଏହା ୩୧୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆର୍ଥିକ ବୋଝ ଆଗାମୀ ସମୟରେ ବହୁଗୁଣିତ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri