ଯୁଦ୍ଧ ଘୋଷଣା ପୂର୍ବରୁ ଇମ୍ରାନ ଖାନ୍‌ଙ୍କ ବଡ଼ ବୟାନ, ଥରିଥରି ମୋଦିଙ୍କୁ କହିଲେ…

ଲାହୋର, ୩୦।୪: ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ “ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଖାନ ଭାରତକୁ ଦାୟୀତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ କହିଛନ୍ତି।

ମଙ୍ଗଳବାର ନିଜର ଏକ୍ସ (X) ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ଇମ୍ରାନ ଖାନ କହିଛନ୍ତି, “ପହଲଗାମ ଘଟଣାରେ ମାନବ ଜୀବନର ହାନି ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ। ମୁଁ ପୀଡ଼ିତ ଓ ସେମାନଙ୍କ ପରିବାରଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।” ସେ ଆହୁରି କହିଛନ୍ତି ଯେ ୨୦୧୯ ମସିହାରେ ପୁଲୱାମା ଘଟଣା ସମୟରେ ମଧ୍ୟ ଭାରତ ପାକିସ୍ତାନ ଉପରେ ଅଭିଯୋଗ ଲଗାଇଥିଲା, କିନ୍ତୁ କୌଣସି ର୍ନିଦ୍ଦିଷ୍ଟ ପ୍ରମାଣ ଦେଇ ପାରି ନଥିଲା। ସେ ଅଭିଯୋଗ କରିଛନ୍ତି ଯେ ପାହାଲଗାମ ଘଟଣା ପରେ ମଧ୍ୟ ଭାରତ ସେହିଭଳି ଅଭିଯୋଗ କରୁଛି।

ଇମ୍ରାନ ଖାନ ଭାରତର ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପାକିସ୍ତାନର ବର୍ତ୍ତମାନର ସରକାରଙ୍କଠାରୁ କୌଣସି ଦୃଢ଼ ପଦକ୍ଷେପର ଆଶା କରାଯାଇ ପାରିବ ନାହିଁ। ସେ ପାକିସ୍ତାନର ଶାସକ ପିଏମଏଲ-ଏନ ଦଳର ନେତା ନୱାଜ ଶରିଫ ଓ ଆସିଫ ଜର୍ଦାରୀଙ୍କୁ “ସ୍ବାର୍ଥପର” ନେତା ବୋଲି ଅଭିଯୋଗ କରିଛନ୍ତି। ଖାନ କହିଛନ୍ତି, “ଏହି ନେତାମାନେ ବୈଦେଶିକ ନିବେଶରୁ ଲାଭ ଉଠାଉଛନ୍ତି ଏବଂ ସେମାନଙ୍କର ଆର୍ଥିକ ସ୍ବାର୍ଥ ରକ୍ଷା କରିବା ପାଇଁ ଭାରତର ଅଭିଯୋଗ ବିରୋଧରେ ମୌନ ରହୁଛନ୍ତି।”

୧.୫ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତ ଏକ ଦାୟୀତ୍ୱପୂର୍ଣ୍ଣ ଦେଶ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ଖାନ ମତ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦକ୍ଷିଣ ଏସିଆ ଏକ “ନ୍ୟୁକ୍ଲିୟର ଫ୍ଲାସପଏଣ୍ଟ” ଅଞ୍ଚଳ ହୋଇଥିବାରୁ ଭାରତର ଆକ୍ରମଣାତ୍ମକ ନୀତି ଅଞ୍ଚଳର ଶାନ୍ତି ପାଇଁ ହାନିକାରକ ହୋଇପାରେ। ପାକିସ୍ତାନ ଶାନ୍ତି ଚାହୁଁଥିବା କହି ଖାନ ସ୍ପଷ୍ଟ କରିଛନ୍ତି ଯେ ଏହାକୁ ଦୁର୍ବଳତା ଭାବେ ଭାବିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri