ମୋ ସ୍ତ୍ରୀ ମନା କରିବାରୁ ତାଙ୍କ ସହ…ମୁନୀରଙ୍କ ବିରୋଧରେ ସାଂଘାତିକ ଖୁଲାସା କଲେ ଇମ୍ରାନ ଖାନ

ଇସଲାମାବାଦ,୫।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଯିଏ ବର୍ତ୍ତମାନ ଜେଲରେ ଅଛନ୍ତି, ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ ଅସୀମ ମୁନୀର ତାଙ୍କ ପ୍ରତି ବ୍ୟକ୍ତିଗତ ପ୍ରତିଶୋଧ ମନୋଭାବ ରଖିଛନ୍ତି ଏବଂ ତାଙ୍କ ସ୍ତ୍ରୀ ବୁଶରା ବିବିଙ୍କୁ ଅନ୍ୟାୟ ଭାବେ ଟାର୍ଗେଟ କରିଛନ୍ତି। ଏହାର କାରଣ ହେଉଛି ଇମ୍ରାନ ଖାନଙ୍କ ପ୍ରଧାନମନ୍ତ୍ରୀ ଥିବା ସମୟରେ ମୁନୀରଙ୍କୁ ଆନ୍ତଃସେବା ଗୁଇନ୍ଦା ସଂସ୍ଥା (ଆଇଏସଆଇ) ମୁଖ୍ୟ ପଦରୁ ହଟାଇ ଦେଇଥିଲେ।

ଇମ୍ରାନ ଖାନ ଏକ୍ସରେ ଏକ ପୋଷ୍ଟ ଜାରି କରି କହିଛନ୍ତି, ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ଥାଆନ୍ତି, ସେତେବେଳେ ଜେନେରାଲ ଅସୀମ ମୁନୀରଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ହଟାଇଥିଲି। ଏହା ପରେ ସେ ମଧ୍ୟସ୍ଥୀ ଜରିଆରେ ମୋ ସ୍ତ୍ରୀ ବୁଶରା ବିବିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୁଶରା ବିବି ସ୍ପଷ୍ଟ ଭାବେ ଏହା ପ୍ରତ୍ୟାଖ୍ୟାନ କରିଥିଲେ ଏବଂ କହିଥିଲେ ଯେ ସେ ଏଭଳି ବିଷୟରେ କୌଣସି ସମ୍ପୃକ୍ତି ରଖନ୍ତି ନାହିଁ ଏବଂ ମୁନୀରଙ୍କୁ ଭେଟିବେ ନାହିଁ।

ଇମ୍ରାନ ଖାନ ଆହୁରି ଅଭିଯୋଗ କରିଛନ୍ତି ଯେ ମୁନୀରଙ୍କ ଏହି ପ୍ରତିଶୋଧମୂଳକ ମନୋଭାବ ହିଁ ବୁଶରା ବିବିଙ୍କ ୧୪ ମାସର ଅନ୍ୟାୟ କାରାବାସ ଏବଂ ଜେଲରେ ଅମାନବୀୟ ବ୍ୟବହାରର କାରଣ। ସେ କହିଛନ୍ତି, ବୁଶରା ବିବିଙ୍କୁ ସହାୟତା ଓ ଆକ୍ରେଶମୂଳକ ଅଭିଯୋଗ ଲଗାଯାଇଛି, କିନ୍ତୁ ଏହାର କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ।

ଏହା ସହିତ ଇମ୍ରାନ ଖାନ ପାକିସ୍ତାନର ନ୍ୟାୟପାଳିକାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ମୁଖ୍ୟ ନ୍ୟାୟାଧୀଶ କାଜୀ ଫୈଜ ଇସାଙ୍କୁ ପୂର୍ବତନ ନ୍ୟାୟାଧୀଶ ମୁନୀରଙ୍କ ସହ ତୁଳନା କରିବା ସହ ନ୍ୟାୟପାଳିକା ନ୍ୟାୟ ପାଇଁ ନୁହେଁ, ବରଂ ନିଜର ପଦ ଓ ସୁବିଧା ସୁରକ୍ଷା ପାଇଁ କାମ କରୁଛି ବୋଲି ଅଭିଯୋଗ କରିଛନ୍ତି। ସେ ମେ ୯ ଓ ନଭେମ୍ବର ୨୬, ୨୦୨୪ରେ ଇସଲାମାବାଦରେ ହୋଇଥିବା ଗଣତନ୍ତ୍ରପନ୍ଥୀ ବିକ୍ଷୋଭକାରୀଙ୍କ ହତ୍ୟା ଘଟଣାର ସ୍ବଚ୍ଛ ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ କରିବାକୁ ଦାବି କରିଛନ୍ତି।

ଇମ୍ରାନ ଖାନଙ୍କ ଏହି ଅଭିଯୋଗ ପାକିସ୍ତାନର ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି ଯେ ମେ ୯, ୨୦୨୩ରେ ସୈନ୍ୟ ଅବସ୍ଥାନକୁ ଟାର୍ଗେଟ କରାଯାଇଥିବା ଘଟଣା ଆସଲରେ ଲଣ୍ଡନ ଯୋଜନାର ଏକ ଅଂଶ ଥିଲା, ଯାହାର ଉଦ୍ଦେଶ୍ୟ ଥିଲା ପାକିସ୍ତାନର ସବୁଠାରୁ ବଡ଼ ରାଜନୈତିକ ଶକ୍ତି ପାକିସ୍ତାନ ତେହରୀକ-ଏ-ଇନସାଫ (ପିଟିଆଇ)କୁ ଧ୍ୱସଂ କରିବା। ଏହି ଅଭିଯୋଗ ପାକିସ୍ତାନର ରାଜନୈତିକ ଓ ସୈନ୍ୟ ନେତୃତ୍ୱ ମଧ୍ୟରେ ଚାଲିଥିବା ତୀବ୍ର ବିବାଦକୁ ଆହୁରି ଜୋରଦାର କରିଛି। ଇମ୍ରାନ ଖାନ ଓ ତାଙ୍କ ଦଳ ପିଟିଆଇ ସପକ୍ଷରେ ଜନମତ ଥାଇ ମଧ୍ୟ ସେ ବର୍ତ୍ତମାନ ରାୱଲପିଣ୍ଡିର ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri