ମୋ ସ୍ତ୍ରୀ ମନା କରିବାରୁ ତାଙ୍କ ସହ…ମୁନୀରଙ୍କ ବିରୋଧରେ ସାଂଘାତିକ ଖୁଲାସା କଲେ ଇମ୍ରାନ ଖାନ

ଇସଲାମାବାଦ,୫।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଯିଏ ବର୍ତ୍ତମାନ ଜେଲରେ ଅଛନ୍ତି, ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ ଅସୀମ ମୁନୀର ତାଙ୍କ ପ୍ରତି ବ୍ୟକ୍ତିଗତ ପ୍ରତିଶୋଧ ମନୋଭାବ ରଖିଛନ୍ତି ଏବଂ ତାଙ୍କ ସ୍ତ୍ରୀ ବୁଶରା ବିବିଙ୍କୁ ଅନ୍ୟାୟ ଭାବେ ଟାର୍ଗେଟ କରିଛନ୍ତି। ଏହାର କାରଣ ହେଉଛି ଇମ୍ରାନ ଖାନଙ୍କ ପ୍ରଧାନମନ୍ତ୍ରୀ ଥିବା ସମୟରେ ମୁନୀରଙ୍କୁ ଆନ୍ତଃସେବା ଗୁଇନ୍ଦା ସଂସ୍ଥା (ଆଇଏସଆଇ) ମୁଖ୍ୟ ପଦରୁ ହଟାଇ ଦେଇଥିଲେ।

ଇମ୍ରାନ ଖାନ ଏକ୍ସରେ ଏକ ପୋଷ୍ଟ ଜାରି କରି କହିଛନ୍ତି, ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ଥାଆନ୍ତି, ସେତେବେଳେ ଜେନେରାଲ ଅସୀମ ମୁନୀରଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ହଟାଇଥିଲି। ଏହା ପରେ ସେ ମଧ୍ୟସ୍ଥୀ ଜରିଆରେ ମୋ ସ୍ତ୍ରୀ ବୁଶରା ବିବିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୁଶରା ବିବି ସ୍ପଷ୍ଟ ଭାବେ ଏହା ପ୍ରତ୍ୟାଖ୍ୟାନ କରିଥିଲେ ଏବଂ କହିଥିଲେ ଯେ ସେ ଏଭଳି ବିଷୟରେ କୌଣସି ସମ୍ପୃକ୍ତି ରଖନ୍ତି ନାହିଁ ଏବଂ ମୁନୀରଙ୍କୁ ଭେଟିବେ ନାହିଁ।

ଇମ୍ରାନ ଖାନ ଆହୁରି ଅଭିଯୋଗ କରିଛନ୍ତି ଯେ ମୁନୀରଙ୍କ ଏହି ପ୍ରତିଶୋଧମୂଳକ ମନୋଭାବ ହିଁ ବୁଶରା ବିବିଙ୍କ ୧୪ ମାସର ଅନ୍ୟାୟ କାରାବାସ ଏବଂ ଜେଲରେ ଅମାନବୀୟ ବ୍ୟବହାରର କାରଣ। ସେ କହିଛନ୍ତି, ବୁଶରା ବିବିଙ୍କୁ ସହାୟତା ଓ ଆକ୍ରେଶମୂଳକ ଅଭିଯୋଗ ଲଗାଯାଇଛି, କିନ୍ତୁ ଏହାର କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ।

ଏହା ସହିତ ଇମ୍ରାନ ଖାନ ପାକିସ୍ତାନର ନ୍ୟାୟପାଳିକାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ମୁଖ୍ୟ ନ୍ୟାୟାଧୀଶ କାଜୀ ଫୈଜ ଇସାଙ୍କୁ ପୂର୍ବତନ ନ୍ୟାୟାଧୀଶ ମୁନୀରଙ୍କ ସହ ତୁଳନା କରିବା ସହ ନ୍ୟାୟପାଳିକା ନ୍ୟାୟ ପାଇଁ ନୁହେଁ, ବରଂ ନିଜର ପଦ ଓ ସୁବିଧା ସୁରକ୍ଷା ପାଇଁ କାମ କରୁଛି ବୋଲି ଅଭିଯୋଗ କରିଛନ୍ତି। ସେ ମେ ୯ ଓ ନଭେମ୍ବର ୨୬, ୨୦୨୪ରେ ଇସଲାମାବାଦରେ ହୋଇଥିବା ଗଣତନ୍ତ୍ରପନ୍ଥୀ ବିକ୍ଷୋଭକାରୀଙ୍କ ହତ୍ୟା ଘଟଣାର ସ୍ବଚ୍ଛ ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ କରିବାକୁ ଦାବି କରିଛନ୍ତି।

ଇମ୍ରାନ ଖାନଙ୍କ ଏହି ଅଭିଯୋଗ ପାକିସ୍ତାନର ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି ଯେ ମେ ୯, ୨୦୨୩ରେ ସୈନ୍ୟ ଅବସ୍ଥାନକୁ ଟାର୍ଗେଟ କରାଯାଇଥିବା ଘଟଣା ଆସଲରେ ଲଣ୍ଡନ ଯୋଜନାର ଏକ ଅଂଶ ଥିଲା, ଯାହାର ଉଦ୍ଦେଶ୍ୟ ଥିଲା ପାକିସ୍ତାନର ସବୁଠାରୁ ବଡ଼ ରାଜନୈତିକ ଶକ୍ତି ପାକିସ୍ତାନ ତେହରୀକ-ଏ-ଇନସାଫ (ପିଟିଆଇ)କୁ ଧ୍ୱସଂ କରିବା। ଏହି ଅଭିଯୋଗ ପାକିସ୍ତାନର ରାଜନୈତିକ ଓ ସୈନ୍ୟ ନେତୃତ୍ୱ ମଧ୍ୟରେ ଚାଲିଥିବା ତୀବ୍ର ବିବାଦକୁ ଆହୁରି ଜୋରଦାର କରିଛି। ଇମ୍ରାନ ଖାନ ଓ ତାଙ୍କ ଦଳ ପିଟିଆଇ ସପକ୍ଷରେ ଜନମତ ଥାଇ ମଧ୍ୟ ସେ ବର୍ତ୍ତମାନ ରାୱଲପିଣ୍ଡିର ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri