ମହିଳା ଜଜ୍‌ଙ୍କୁ କ୍ଷମା ମାଗିଲେ ଇମ୍ରାନ୍‌ ଖାନ

ଇସଲାମାବାଦ,୨୦।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ମହିଳା ଜଜ୍‌ଙ୍କୁ ଧମକ ଦେବା ମାମଲାରେ ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଜେବା ଚୌଧୁରୀ ନାମକ ଜଣେ ମହିଳା ଜଜ୍‌ଙ୍କୁ ପିଟିଆଇ ମୁଖ୍ୟ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ, ଯଦି ସେ ସୀମା ଅତିକ୍ରମ କରିଛନ୍ତି ତେବେ ସେ ଦୁଃଖିତ। ନ୍ୟୁଜ ଇଣ୍ଟରନ୍ୟାଶନାଲ ଏହି ଖବରକୁ ନିଶ୍ଚିତ କରିଛି।

ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ପଦରୁ ହଟାଇବାର କିଛି ମାସ ପରେ ଇମ୍ରାନ୍‌ ଖାନ ଇସଲାମାବାଦର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଜଜ୍‌ ଜେବା ଚୌଧୁରୀଙ୍କୁ ଧମକ ଦେଇଥିଲେ। ଏହା ପରେ ଇମ୍ରାନ୍‌ ଖାନ କହିଥିଲେ ଯେ, ସେ ସେମାନଙ୍କୁ ଛାଡିବେ ନାହିଁ। ଧମକପୂର୍ଣ୍ଣ ଢଙ୍ଗରେ ସେ କହିଥିଲେ ତାଙ୍କ ଦଳର ନେତାମାନେ ତାଙ୍କୁ ହଇରାଣ କରିବା ପାଇଁ ଶାହାବାଜ ଗିଲଙ୍କ ବିରୋଧରେ ମାମଲା ଦାୟର କରିବେ। ତା’ପରେ ଇସଲାମାବାଦର ଏଫ- ୯ପାର୍କରେ ଆୟୋଜିତ ହୋଇଥିବା ରାଜନୈତିକ ସମାବେଶରେ ଖାନ ମହିଳା ବିଚାରପତିଙ୍କୁ କଡ଼ା ଜବାବ ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ଇମ୍ରାନ୍‌ ଖାନ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଛନ୍ତି। ନ୍ୟୁଜ ଇଣ୍ଟରନ୍ୟାଶନାଲ ରିପୋର୍ଟ କରିଛି ଯେ, ଇମ୍ରାନ୍‌ ବୁଧବାର ଜିଲା ତଥା ଅଧିବେଶନ କୋର୍ଟରେ କ୍ଷମା ମାଗିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଖାନ୍‌ ଇସଲାମାବାଦର ଜୁଡିସିଆଲ ମାଜିଷ୍ଟ୍ରେଟ ମଲିକ ଅମାନଙ୍କ କୋର୍ଟରେ ହାଜର ହେବା ସମୟରେ କ୍ଷମା ମାଗିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri