ମୁରବୀ ହୀନ ହୋଇଛି ୩ କାର୍ଯ୍ୟାଳୟ, ଖାଲି ପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ

ପୁରୁଷୋତ୍ତମପୁର,୧୪ା୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଟି କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପରିସରରେ ରହିଛି। ଏଠାରେ ଦୁଇ ଦୁଇଜଣ ବିଧାୟକ ରହିଥିବା ସତ୍ତ୍ୱେ ମୁରବୀ ହୀନ ହୋଇପଡ଼ିଛି କାର୍ଯ୍ୟାଳୟ। ଯାହାଦ୍ବାରା ଲୋକେ ସେମାନଙ୍କ ନିଜ ନିଜର କାର୍ଯ୍ୟ ଲାଗି ଗୁହାରି ଜଣାଇବାକୁ ଆସି ନିରାଶ ହୋଇ ଫେରିବାରେ ଲାଗିଛନ୍ତି। ଏହାସହ ସେମାନଙ୍କ ମୌଳିକ କାର୍ଯ୍ୟ ହାସଲରୁ ବଞ୍ଚିତ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ପୁରୁଷୋତ୍ତମପୁର ଅଞ୍ଚଳଟି କେବଳ ଭଗବାନଙ୍କ ଭରସାରେ ହିଁ ଚାଲିଛି। ଏଠାରେ ରହିଥିବା ପୋଲିସ ବିଭାଗୀୟ ସବ୍‌ଡିଭିଜନ କାର୍ଯ୍ୟାଳୟ ସମେତ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ମୁଖ୍ୟ ଅଧିକାରୀ ପଦବୀମାନ ଖାଲିପଡିଛି। ଗତ କିଛିଦିନ ହେଲା ଏସବୁ କାର୍ଯ୍ୟାଳୟ ମୁରବୀ ହୀନ ହୋଇପଡ଼ିଛି। କେବଳ କାମଚଳା ନୀତିରେ ସରକାର ଏହି ଅଫିସଗୁଡ଼ିକୁ ଚଳାଇଛନ୍ତି। ଫଳରେ ଉନ୍ନୟନମୂଳକ କାମ ତ୍ୱରାନ୍ବିତ ହୋଇପାରୁନଥିବା ବେଳେ ବିଭିନ୍ନ କାର୍ଯ୍ୟ ଲାଗି ଅଫସ୍‌କୁ ଆସୁଥିବା ଲୋକେ ଓ ଛାତ୍ରୀଛାତ୍ର ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।

ଏଠାରେ ଥିବା ବିଡିଓ ମନୋଜ କୁମାର ନାୟକ ଗତ ମାସ ୨୦ ତାରିଖରୁ ବଦଳି ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏବିଡିଓ ନିରାକାର ଜେନା ଦାୟିତ୍ୱରେ ରହିଛନ୍ତି। ସେହିପରି ତହସିଲଦାର ବିନୋଦ କୁମାର ବେହେରା ସରକାରଙ୍କ ତିନି ମାସିଆ ତାଲିମ ଲାଗି ଗତ ୧ ତାରିଖଠାରୁ ଚାଲିଯାଇଥିବା ହେତୁ ଏହି ପଦବୀଟି ଖାଲିପଡ଼ିଛି। ଦୁଇଦୁଇଟି ଅତିରିକ୍ତ ତହସିଲଦାର ପଦବୀ ଦୀର୍ଘ ମାସ ହେଲା ଖାଲିପଡ଼ିଥିବାରୁ ଏନ୍‌ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ତହସିଲଦାର ଦାୟିତ୍ୱରେ ଅଛନ୍ତି। ଅପରପକ୍ଷରେ ପୋଲିସ ବଭାଗଟି ଅତି ସମ୍ବେଦନଶୀଳଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଏଠାରେ ସବ୍‌ଡିଭିଜିନାଲ କାର୍ଯ୍ୟାଳୟ ରହିଛ। ଏହା ଅଧୀନରେ ପୁରୁଷୋତ୍ତମପୁର ଥାନା ସମେତ ବେଗୁନିଆପଡ଼ା,ପୋଲସରା, କୋଦଳା, କବିସୂର୍ଯ୍ୟନଗର ଆଦି ୫ଟି ଥାନା ସମେତ ବାଲିଛାଇ ଫାଣ୍ଡି ଓ ପୁରୁଷୋତ୍ତମପୁର, କୋଦଳା, ପୋଲସରା, କବିସୂର୍ଯ୍ୟନଗର କୋର୍ଟମାନ ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ଗୃହବିଭାଗ ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାହାରିକୁ ନିଯୁକ୍ତି ନଦେଇ ଏଠାରେଥିବା ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କୁ ଭୁବନେଶ୍ବର କମିଶନରେଟ୍‌ ପୋଲିସକୁ ବଦଳି କରିନେଇଛନ୍ତି। ଫଳରେ ସେ ଗୁରୁବାର ରିଲିଭ୍‌ ହୋଇଯାଇଥିବା ହେତୁ ଗଞ୍ଜାମ ଜିଲା ଅତିରିକ୍ତ ଏସ୍‌ପି ପି.କେ ଦାଶ ଏହି ଦାୟିତ୍ୱରେ ରହିଛନ୍ତି।

ବର୍ତ୍ତମାନ ଏଭଳି ପରିସ୍ଥିତିରେ ୩ ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ମୁଖ୍ୟ ପଦାଧିକାରୀଙ୍କ ପଦବୀ ଖାଲି ପଡ଼ିବାରୁ ବିଭିନ୍ନ ସମସ୍ୟା ଦେଖାଦେଇ ଏହି କାର୍ଯ୍ୟାଳୟମାନ ଏବେ ଖାଁ ଖାଁ ହୋଇପଡ଼ିଛି। ଏଣୁ ସରକାରଙ୍କ ଗୃହବିଭାଗ, ପଞ୍ଚାୟତିରାଜ ବିଭାଗ ଓ ରାଜସ୍ବ ବିଭାଗୀୟ ମନ୍ତ୍ରୀ, ସଚିବ, ବିଧାୟକ, ଏମ୍‌ପି ଓ ପଦାଧିକାରୀମାନେ ଗୁରୁତ୍ୱ ଦେଇ ପଦବୀମାନ ତୁରନ୍ତ ପୂରଣ କରିବା ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri