ମୁରବୀ ହୀନ ହୋଇଛି ୩ କାର୍ଯ୍ୟାଳୟ, ଖାଲି ପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ

ପୁରୁଷୋତ୍ତମପୁର,୧୪ା୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଟି କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପରିସରରେ ରହିଛି। ଏଠାରେ ଦୁଇ ଦୁଇଜଣ ବିଧାୟକ ରହିଥିବା ସତ୍ତ୍ୱେ ମୁରବୀ ହୀନ ହୋଇପଡ଼ିଛି କାର୍ଯ୍ୟାଳୟ। ଯାହାଦ୍ବାରା ଲୋକେ ସେମାନଙ୍କ ନିଜ ନିଜର କାର୍ଯ୍ୟ ଲାଗି ଗୁହାରି ଜଣାଇବାକୁ ଆସି ନିରାଶ ହୋଇ ଫେରିବାରେ ଲାଗିଛନ୍ତି। ଏହାସହ ସେମାନଙ୍କ ମୌଳିକ କାର୍ଯ୍ୟ ହାସଲରୁ ବଞ୍ଚିତ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ପୁରୁଷୋତ୍ତମପୁର ଅଞ୍ଚଳଟି କେବଳ ଭଗବାନଙ୍କ ଭରସାରେ ହିଁ ଚାଲିଛି। ଏଠାରେ ରହିଥିବା ପୋଲିସ ବିଭାଗୀୟ ସବ୍‌ଡିଭିଜନ କାର୍ଯ୍ୟାଳୟ ସମେତ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ମୁଖ୍ୟ ଅଧିକାରୀ ପଦବୀମାନ ଖାଲିପଡିଛି। ଗତ କିଛିଦିନ ହେଲା ଏସବୁ କାର୍ଯ୍ୟାଳୟ ମୁରବୀ ହୀନ ହୋଇପଡ଼ିଛି। କେବଳ କାମଚଳା ନୀତିରେ ସରକାର ଏହି ଅଫିସଗୁଡ଼ିକୁ ଚଳାଇଛନ୍ତି। ଫଳରେ ଉନ୍ନୟନମୂଳକ କାମ ତ୍ୱରାନ୍ବିତ ହୋଇପାରୁନଥିବା ବେଳେ ବିଭିନ୍ନ କାର୍ଯ୍ୟ ଲାଗି ଅଫସ୍‌କୁ ଆସୁଥିବା ଲୋକେ ଓ ଛାତ୍ରୀଛାତ୍ର ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।

ଏଠାରେ ଥିବା ବିଡିଓ ମନୋଜ କୁମାର ନାୟକ ଗତ ମାସ ୨୦ ତାରିଖରୁ ବଦଳି ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏବିଡିଓ ନିରାକାର ଜେନା ଦାୟିତ୍ୱରେ ରହିଛନ୍ତି। ସେହିପରି ତହସିଲଦାର ବିନୋଦ କୁମାର ବେହେରା ସରକାରଙ୍କ ତିନି ମାସିଆ ତାଲିମ ଲାଗି ଗତ ୧ ତାରିଖଠାରୁ ଚାଲିଯାଇଥିବା ହେତୁ ଏହି ପଦବୀଟି ଖାଲିପଡ଼ିଛି। ଦୁଇଦୁଇଟି ଅତିରିକ୍ତ ତହସିଲଦାର ପଦବୀ ଦୀର୍ଘ ମାସ ହେଲା ଖାଲିପଡ଼ିଥିବାରୁ ଏନ୍‌ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ତହସିଲଦାର ଦାୟିତ୍ୱରେ ଅଛନ୍ତି। ଅପରପକ୍ଷରେ ପୋଲିସ ବଭାଗଟି ଅତି ସମ୍ବେଦନଶୀଳଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଏଠାରେ ସବ୍‌ଡିଭିଜିନାଲ କାର୍ଯ୍ୟାଳୟ ରହିଛ। ଏହା ଅଧୀନରେ ପୁରୁଷୋତ୍ତମପୁର ଥାନା ସମେତ ବେଗୁନିଆପଡ଼ା,ପୋଲସରା, କୋଦଳା, କବିସୂର୍ଯ୍ୟନଗର ଆଦି ୫ଟି ଥାନା ସମେତ ବାଲିଛାଇ ଫାଣ୍ଡି ଓ ପୁରୁଷୋତ୍ତମପୁର, କୋଦଳା, ପୋଲସରା, କବିସୂର୍ଯ୍ୟନଗର କୋର୍ଟମାନ ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ଗୃହବିଭାଗ ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାହାରିକୁ ନିଯୁକ୍ତି ନଦେଇ ଏଠାରେଥିବା ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କୁ ଭୁବନେଶ୍ବର କମିଶନରେଟ୍‌ ପୋଲିସକୁ ବଦଳି କରିନେଇଛନ୍ତି। ଫଳରେ ସେ ଗୁରୁବାର ରିଲିଭ୍‌ ହୋଇଯାଇଥିବା ହେତୁ ଗଞ୍ଜାମ ଜିଲା ଅତିରିକ୍ତ ଏସ୍‌ପି ପି.କେ ଦାଶ ଏହି ଦାୟିତ୍ୱରେ ରହିଛନ୍ତି।

ବର୍ତ୍ତମାନ ଏଭଳି ପରିସ୍ଥିତିରେ ୩ ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ମୁଖ୍ୟ ପଦାଧିକାରୀଙ୍କ ପଦବୀ ଖାଲି ପଡ଼ିବାରୁ ବିଭିନ୍ନ ସମସ୍ୟା ଦେଖାଦେଇ ଏହି କାର୍ଯ୍ୟାଳୟମାନ ଏବେ ଖାଁ ଖାଁ ହୋଇପଡ଼ିଛି। ଏଣୁ ସରକାରଙ୍କ ଗୃହବିଭାଗ, ପଞ୍ଚାୟତିରାଜ ବିଭାଗ ଓ ରାଜସ୍ବ ବିଭାଗୀୟ ମନ୍ତ୍ରୀ, ସଚିବ, ବିଧାୟକ, ଏମ୍‌ପି ଓ ପଦାଧିକାରୀମାନେ ଗୁରୁତ୍ୱ ଦେଇ ପଦବୀମାନ ତୁରନ୍ତ ପୂରଣ କରିବା ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri