ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି ଆରମ୍ଭ ହୋଇଯାଇଥିବା CEO ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ଏପରିକି ଅପରାହ୍ନ ୪ଟା ସୁଦ୍ଧା ଅନ୍ୟ ଜିଲାରୁ ନୂଆପଡ଼ା ଆସିଥିବା ନେତା ଏବଂ କର୍ମୀଙ୍କୁ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପୋଲିଂ ପାର୍ଟି ସୋମବାର ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥରେ ପହଞ୍ଚିବେ।

ଏପରିକି ନୂଆପଡ଼ା ନିର୍ବାଚନ ମଣ୍ଡଳିର ପ୍ରତିଟି ବୁଥରେ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ। ଏପରି କି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବାନେଇ CEO ଆଶାବାଦୀ ଥିବା କହିଛନ୍ତି।

Share