‘ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଗୁରୁତ୍ୱ’

ଭୁବନେଶ୍ୱର,୨୯ା୧୦: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ସାଙ୍ଗକୁ ଜାତୀୟସ୍ତରର ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ଓଡ଼ିଶା ଟ୍ରାଭେଲ ବଜାର-୨୦୨୨କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ୧୭ଟି ପ୍ରମୁଖ ଅଗ୍ରାଧିକାର ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ କରିଛନ୍ତି। ସେଥିରେ ବେଳାଭୂମି, ଜୈବ ବିବିଧତା ଅଞ୍ଚଳ, ଐତିହାସିକ ସ୍ଥାପତ୍ୟ,ଧାର୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ସ୍ଥାନଗୁଡିକ ସାମିଲ ରହିଛି। ଏହା ସବୁବର୍ଗଙ୍କୁ ଏକ ସ୍ବତନ୍ତ୍ର ପର୍ଯ୍ୟଟନ ଅନୁଭୂତି ପ୍ରଦାନ କରିବ। ବିଶେଷକରି ପର୍ଯ୍ୟଟନ ଅନୁଭବକୁ ଆହୁରି ସମୃଦ୍ଧ କରିବା ଲାଗି ବୋଟ୍‌ ପର୍ଯ୍ୟଟନ, କ୍ୟାମ୍ପିଂ,ଐତିହାସିକ ରାଜପ୍ରାସାଦରେ ରହଣି, ଜଳଭିତ୍ତିକ ପର୍ଯ୍ୟଟନ ଆଦି କ୍ଷେତ୍ରରେ ମଧ୍ୟ ନିବେଶ କରାଯାଉଛି ଏବଂ ତାହାକୁ ସଂସ୍ଥାର ରୂପ ପ୍ରଦାନ କରିବାକୁ ମଧ୍ୟ ଉଦ୍ୟମ କରାଯାଉଛି ବୋଲି ନବୀନ ମତବ୍ୟକ୍ତ କରିଛନ୍ତି। ସେହିଭଳି ପର୍ଯ୍ୟଟନ କ୍ଷେତ୍ର ଲାଗି ସରକାର ମାଷ୍ଟର ପ୍ଲାନ୍‌ ଭିତ୍ତିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ରାଜ୍ୟକୁ ଉତ୍କୃଷ୍ଟ ବ୍ରାଣ୍ଡ୍‌,ବ୍ୟବସାୟ କାର୍ଯ୍ୟରେ ଭ୍ରମଣ କରୁଥିବା ବ୍ୟକ୍ତି ଏବଂ ଉତ୍କୃଷ୍ଟ ଆତିଥେୟତା ଖୋଜୁଥିବା ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକମାନଙ୍କୁ ଆକୃଷ୍ଟ କରିବ। ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ଟୁର୍‌ ଅପରେଟରମାନଙ୍କୁ କହିଛନ୍ତି, ବର୍ତ୍ତମାନ ଭାରତର ସବୁଠୁ ଚଳଚଞ୍ଚଳ ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ, ଯେଉଁଠାରେ ବହୁତ କିଛି ଘଟଣା ଘଟୁଛି। ସେଥିପାଇଁ ଏହି ସୁନ୍ଦର ରାଜ୍ୟରେ ସକ୍ରିୟ ଯୋଗଦାନ କରିବା ଲାଗି ସେ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ପ୍ରଦର୍ଶନୀର ପ୍ରାରମ୍ଭିକ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର,ବିଭାଗୀୟ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ,ବିଭାଗୀୟ ଓଏସ୍‌ଡି ଅଂଶୁମାନ ରଥଙ୍କ ସମେତ ଫିକିର ଟ୍ରାଭେଲ,ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ ଅଧ୍ୟକ୍ଷ ଏବଂ ସ୍ବସ୍ତି ହୋଟେଲ୍ସର ସିଏମ୍‌ଡି ଜେ. କେ. ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri