ପ୍ରଯୁକ୍ତି ଶିଳ୍ପରେ ପ୍ରତିଭାଙ୍କୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୫: ସଫ୍ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍‌ଫର୍ମ ନେକ୍ସଟ୍‌ୱେଭ୍‌ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସଂସ୍ଥା ଭାବେ ଉଭା ହୋଇଛି। ଏପରିକି ଗତ ଦୁଇ ବର୍ଷରେ ନେକ୍ସଟ୍‌ୱେଭ୍‌ର ପ୍ରଶିକ୍ଷାର୍ଥୀଙ୍କୁ ୧୩୦୦ରୁ ଅଧିକ କମ୍ପାନୀରେ ନିଯୁକ୍ତି ମିଳିଥିବା ପ୍ଲାଟଫର୍ମ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ପ୍ରତିଭାବାନ କର୍ମଚାରୀ ସନ୍ଧାନ କରୁଥିବା ପ୍ରଯୁକ୍ତି କମ୍ପାନୀଗୁଡ଼ିକ ଲାଗି ନେକ୍ସଟ୍‌ୱେଭ୍‌ ପସନ୍ଦର ସ୍ଥାନ ଭାବେ ପରିଣତ ହୋଇଛି। ଏପରିକି ନେକ୍ସଟ୍‌ୱେଭ୍‌ର ଗ୍ରାଜୁଏଟ୍‌ମାନଙ୍କୁ ସଫ୍‌ଟୱେର ଡେଭେଲପର, ଫୁଲ୍‌ ଷ୍ଟାକ୍‌ ଡେଭେଲପର, ଡାଟା ଇଞ୍ଜିନିୟର ଓ ଡାଟା ଆନାଲିଷ୍ଟ୍‌ ଭାବେ ବିଭିନ୍ନ କମ୍ପାନୀରେ ନିଯୁକ୍ତି ମିଳୁଛି। ଏ ସମ୍ପର୍କରେ ନେକ୍ସଟ୍‌ୱେଭ୍‌ର ସିଇଓ ରାହୁଲ ଆଟୁଲୁରି କହିଛନ୍ତି, ଚଳିତ ଦଶନ୍ଧିରେ ଭାରତୀୟ ଆଇଟି ଶିଳ୍ପ ତିନି ଗୁଣା ବୃଦ୍ଧି ପାଇବାକୁ ଯାଉଛି। ଏପରିକି ଶିଳ୍ପ ଅନୁକୂଳ ତାଲିମ ଜରିଆରେ ଆମେ ପ୍ରଦାନ କରୁଥିବା ପ୍ରତିଭାମାନଙ୍କୁ ବହୁ କମ୍ପାନୀ ପ୍ରଶଂସା କରୁଛନ୍ତି। ଏହି ବିପୁଳ ସୁଯୋଗ ଲାଗି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ। ବିଶେଷ କରି ପ୍ରଯୁକ୍ତି ଶିଳ୍ପରେ ପ୍ରତିଭାର ରହିଥିବା ଅଭାବକୁ ପୂରଣ କରିବା ଦିଗରେ ଆମେ ଠିକ୍‌ ପଥରେ ରହିଥିବା ଏହି ମାଇଲଖଣ୍ଟିରେ ପ୍ରତିଫଳିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…

ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ…

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri