ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୮।୧: ଇଣ୍ଟର ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍‌ନୋଲୋଜି (ଆଇଆଇଏମ୍‌ଟି) ଏବଂ ଦି ୟୁନାଇଟେଡ ନେଶନ୍‌ସ ଏଜୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅଗ୍ରାନାଇଜେଶନ ବା ୟୁନେସ୍କୋର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରର କଣ୍ଟାବାଡ଼ସ୍ଥିତ ଆଇଆଇଏମ୍‌ଟି କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଜୁମ୍‌ ମାଧ୍ୟମରେ ଆୟୋଜିତ ଉକ୍ତ କର୍ମଶାଳା ଶୀର୍ଷକ ‘ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣ’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଇଆଇଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର୍‌ ଡ. ଶ୍ରୀକାନ୍ତ ପଟ୍ଟନାୟକ କର୍ମଶାଳାର ଆଭିମୁଖ୍ୟ ସହିତ ଠିକ୍‌ ଅର୍ଥ ପରିଚାଳନା ଏବଂ ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣ ଉଦ୍ୟୋଗ ସଙ୍ଗଠନକୁ ଆର୍ଥତ୍କ ମଜଭୁତ୍‌ କରିଥାଏ। ଫଳରେ ଉଦ୍ୟୋଗପତିମାନଙ୍କୁ ବିଶେଷ ଲାଭ ମିଳିଥାଏ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଉକ୍ତ ଆଲୋଚନାରେ ଆର୍‌ଜେଣ୍ଟିନାର ଲାପ୍ଲାଟା ବିଶ୍ୱବିଦ୍ୟାଳୟର ଚେୟାର ପ୍ରଫେସର ଫ୍ରାନେସ୍କା ବେଗଲି ଆରିଲୋ ଉଭୟ ସରକାର ଏବଂ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଉଦ୍ୟୋଗରେ ଅବଶ୍ୟକ ବ୍ୟବସ୍ଥା ଏବଂ ଦାୟିତ୍ୱ ସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିଭଳି ମଡ଼େନାରିଗୋ ଆଇନ ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷକ ମାସିମୋ ଫ୍ରାଞ୍ଚି ସାମାଜିକ ଦାୟିତ୍ୱବୋଧ ଏବଂ ଆର୍ଥତ୍କ ପୁଞ୍ଜି ନିବେଶ ଦ୍ୱାରା ଆଞ୍ଚଳିକ ବିକାଶ ହୋଇଥାଏ। ଏପରିକି ପରିଚାଳନାରେ ଆଞ୍ଚଳିକ ଲୋକମାନଙ୍କର ଅଂଶଗ୍ରହଣ ବିକାଶ ପଥକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ। ଅପରପକ୍ଷରେ ଅରୁଣାଚଳ ପ୍ରଦେଶ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଡ.ସଞ୍ଜୀବ କୁମାର ଜେନା କହିଥିଲେ, କେ.ବି.କେ. (କୋରାପୁଟ, ବଲାଙ୍ଗୀର ଏବଂ କଳାହାଣ୍ଡି)ର ଉନ୍ନତି ସରକାରଙ୍କର ଉପଯୁକ୍ତ ଆର୍ଥତ୍କ ପରିଚାଳନା ଏବଂ ସୁବ୍ୟବସ୍ଥିତ ପୁଞ୍ଜି ନିବେଶ ଦ୍ୱାରା ଉପରୋକ୍ତ ଅଞ୍ଚଳର ବିକାଶ ସହିତ ଦାରିଦ୍ର୍ୟ ହାରରେ ହ୍ରାସ ହୋଇଛି,ଏହାଦ୍ୱାରା କଳାହାଣ୍ଡି ଓଡ଼ିଶାର ଭାତହାଣ୍ଡିରେ ପରିଣତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?