ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଚଳିତ ବର୍ଷର ମୌସୁମୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ଉକ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ବିଭିନ୍ନ ପ୍ରକାର ସୁରକ୍ଷା ପଦକ୍ଷେପ ମଧ୍ୟ କମ୍ପାନୀ ଗ୍ରହଣ କରିଛି। ବିଶେଷ କରି କମ୍ପାନୀ ତା’ର ଗ୍ରାହକ ଓ କର୍ମଚାରୀମାନଙ୍କ ଲାଗି ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ମୌସୁମୀ ସମୟରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ବିଦ୍ୟୁତ ବ୍ୟବସ୍ଥା, ଖୁଣ୍ଟ ଓ ତାର ଉପରେ ଗଛ ପଡ଼ିବାକୁ ଏଡ଼ାଇବା ଲାଗି ୧୬୫୦ ସର୍କିଟ୍‌ କି.ମି. ଏଚ୍‌ଟି ଫିଡର୍‌ରେ ବୃକ୍ଷର ବିଭିନ୍ନ ଅଂଶକୁ କମ୍ପାନୀ ପକ୍ଷରୁ କଟାଯାଇଥିବା ବେଳେ କ୍ରିପର୍‌ର ଅଭିବୃଦ୍ଧି ଯୋଗୁ ହେବାକୁ ଥିବା ଟ୍ରିପିଂ (ବିଭ୍ରାଟ)କୁ ରୋକିବା ଲାଗି ୨୫୦ ସବଷ୍ଟେଶନରେ ଡି-ଭେଜିଟେଶନ କରାଯାଇଛି। ଏପରିକି ଆବଶ୍ୟକ କର୍ମଚାରୀ ମୁତୟନ, ତ୍ୱରିତ ପ୍ରଶମନ ସମୟ ସହିତ ରକ୍ଷଣାବେକ୍ଷଣ ଓ ବ୍ରେକ୍‌ଡାଉନ୍‌ ଯାନ ଚବିଶ ଘଣ୍ଟା ଉପଲବ୍ଧ ରହିଛି, ଡିଟିରେ ୧୧୫୦ ପଲିମରିକ୍‌ ଲାଇଟେନିଂ ଆରେଷ୍ଟର (ଘଡ଼ଘଡ଼ି ରୋକିବା) ଓ ଟ୍ରାନ୍ସଫରମର ବ୍ରେକ୍‌ଡାଉନ୍‌ ହ୍ରାସ କରିବା ଲାଗି ୨୦୦୦ ପଲିମରିକ୍‌ ଲାଇଟେନିଂ ଆରେଷ୍ଟର ସ୍ଥାପନ କରାଯାଇଛି। ସେହିଭଳି ୧୦,୦୦୦ ସ୍ଥାନରେ ବିଦ୍ୟୁତ ଲିକ୍‌ ପରୀକ୍ଷଣ ଅଭିଯାନ ହାତକୁ ନିଆଯାଇଥିବା ବେଳେ ୮୫୭ ଆର୍ଥିଂ ବ୍ୟବସ୍ଥା ସ୍ଥାପନ ସହ ଡିଟିରେ ୧୩୬୮ ଆର୍ଥିଂ ବ୍ୟବସ୍ଥାର ମରାମତି କରାଯାଇଛି। ବିଶେଷ କରି ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଅତ୍ୟଧିକ ଦୁର୍ବଳ ଅଞ୍ଚଳରେ ୧୧୦୦ ଇଣ୍ଟରପୋଜିଂ (ଛନ୍ଦି ହୋଇଥିବା) ବିଦ୍ୟୁତ ଖୁଣ୍ଟ ସ୍ଥାପନ କରାଯାଇଛି ଏବଂ ଯେକୌଣସି ପ୍ରକାର ଅଭାବନୀୟ ଘଟଣାକୁ ରୋକିବା ଲାଗି ୫୦୦ ବିଦ୍ୟୁତ ସବଷ୍ଟେଶନରେ ବାଡ଼ ଦିଆଯାଇଛି।
ଏ ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଆମର ଗ୍ରାହକମାନେ କିଭଳି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇପାରିବେ, ତାହାକୁ ସୁନିଶ୍ଚିତ କରିବା ଲାଗି ଆମେ ନିୟମିତ ଭାବେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରୁଛୁ। ଏପରିକି ଚଳିତ ମୌସୁମୀ ସମୟରେ ସରଳ ପଦକ୍ଷେପ ଅନୁସରଣ କରିବା ପାଇଁ ଆମେ ସମସ୍ତଙ୍କୁ ଆହ୍ବାନ ଦେଉଛୁ ବୋଲି ଅରବିନ୍ଦ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?