କାର୍ବନ ନିର୍ଗମନ ହ୍ରାସକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୫: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ରପ୍ତାନି ପାଇଁ ଯାଜପୁରର ଏପିଜେ ଲଜିଷ୍ଟିକ୍ସରୁ ରେକ୍‌ ଜରିଆରେ ପ୍ରଥମ ମଲ୍‌ଟି-ମୋଡାଲ କଣ୍ଟେନରାଇଜଡ୍‌ ପରିବହନର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀ ପ୍ରଥମ ଥର ପାଇଁ ସଡ଼କ, ରେଳ ଓ ସମୁଦ୍ର ପରିବହନର ମିଶ୍ରଣକୁ ଉପଯୋଗ କରିଛି, ଯାହା ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ ସପ୍ଲାଏ ଚେନ୍‌ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ସେହିଭଳି ଏକ ସବୁଜ ଭବିଷ୍ୟତ ଲାଗି ଅଧିକ ଦୀର୍ଘସ୍ଥାୟୀ ପ୍ରଥା ଗ୍ରହଣ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ କାର୍ବନ ନିର୍ଗମନ ହ୍ରାସ କରିବା ନିମନ୍ତେ ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଦୀର୍ଘସ୍ଥାୟୀ ବ୍ୟବସାୟ ପ୍ରଥା ପ୍ରତି ଆମେ ସର୍ବଦା ପ୍ରତିବଦ୍ଧ ରହିଛୁ। ବିଶେଷକରି ରେକ୍‌ ଜରିଆରେ ରପ୍ତାନି ପାଇଁ କଣ୍ଟେନରରେ ଫେରୋ ଆଲଏଜ୍‌ର ମଲ୍‌ଟି-ମୋଡାଲ ପରିବହନ ଉକ୍ତ ଦିଗରେ ଏକ ଠିକ୍‌ ପଦକ୍ଷେପ ବୋଲି ସତିଜା ମତବ୍ୟକ୍ତ କରିଛନ୍ତି। ବିଶେଷକରି ସଡ଼କ, ରେଳ ଓ ସମୁଦ୍ର ପରିବହନକୁ ସମନ୍ବିତ କରିବା ସହ କମ୍ପାନୀର ରେଳ କ୍ଷମତାକୁ ବଢ଼ାଇ କାର୍ବନ ଫୁଟ୍‌ପ୍ରିଣ୍ଟ୍‌କୁ ଆହୁରି ହ୍ରାସ କରିବା ଏବଂ ଏକ ସବୁଜ ଭବିଷ୍ୟତ ଗଠନରେ ଯୋଗଦାନ ଦେବାକୁ ଆମେ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଓରେ ୧.୧୫% ଅଂଶଧନ କିଣିଲା ସିଲ୍‌ଭର ଲେକ୍‌

ନୂଆଦିଲ୍ଲୀ,୪।୫:ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଆମେରିକାଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ସିଲ୍‌ଭର ଲେକ୍‌ ୧.୧୫% ଅଂଶଧନ କ୍ରୟ କରିଛି। ଏଥିଲାଗି ଉକ୍ତ କମ୍ପାନୀ ୫,୬୫୫.୭୫ କୋଟି...

ନୈରାଶ୍ୟଜନକ ସ୍ଥିତିରେ ନିଯୁକ୍ତି ବଜାର

ନୂଆଦିଲ୍ଲୀ,୧୦।୬: କୋଭିଡ୍‌-୧୯ ବିଶ୍ୱ ବଜାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। ଲକ୍‌ଡାଉନ ଯୋଗୁ କାରବାର ଟ୍ରାକ୍‌ ବାହାରକୁ ଚାଲିଯାଇଛି। ବର୍ତ୍ତମାନ କଟକଣା କୋହଳ ହେଉଥିଲେ ମଧ୍ୟ ସବୁକିଛି...

‘ଗୃହ ଋଣ ହ୍ରାସ ସହ ପ୍ରୋସେସିଂ ଫି ଛାଡ଼’

ନୂଆଦିଲ୍ଲୀ,୧୫।୧୧:ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିକଟରେ ଗୃହ ଋଣ ହ୍ରାସ ସହ ପ୍ରୋସେସିଂ ଫି ଛାଡ଼ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବି...

ଏୟାର ଇଣ୍ଡିଆର ବିକ୍ରି ପ୍ରୟାସ: ପଦୋନ୍ନତି, ନୂଆ ନିଯୁକ୍ତି ବନ୍ଦ

ନୂଆଦିଲ୍ଲୀ,୨୨ା୭: ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାରଙ୍କ ପ୍ରୟାସ ଜୋର୍‌ଦାର ହୋଇଛି। ଏହି ରାଷ୍ଟ୍ରୀୟ ବିମାନ କମ୍ପାନୀରେ କର୍ମଚାରୀଙ୍କୁ ପଦନ୍ନୋତି...

ଗୁଣାତ୍ମକ ସାମଗ୍ରୀ ଯୋଗାଇବା ମୂଳ ଲକ୍ଷ୍ୟ: ଇଂ ସଞ୍ଜୟ କୁମାର ଦାସ

ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ। କିନ୍ତୁ କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ରହିଥାଏ। ତେଣୁ ବାପାଙ୍କ ପ୍ରେରଣାକୁ ପୁଞ୍ଜିକରି ୧୫ ବର୍ଷ ତଳେ...

ବଜେଟରେ ମିଳିପାରେ ଟିକସ ରିହାତି

ନୂଆଦିଲ୍ଲୀ,୧୯-୧: ଫେବୃୟାରୀ ପହିଲାରେ ସାଧାରଣ ବଜେଟ ଆସିବାକୁ ଥିବା ବେଳେ ଏଥିରେ ବିଭିନ୍ନ ଟିକସ ରିହାତି ମିଳିପାରେ ବୋଲି ବଜାର ବିଶେଷଜ୍ଞ ମତ ରଖିଛନ୍ତି। ବେତନଭୋଗୀ...

ୟୁବିଓଆଇ ଓ କାର୍‌ ଡିଲରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ଭୁବନେଶ୍ୱର,୨୦ା୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ଓ କାର୍‌ ଡିଲରମାନଙ୍କ ମଧ୍ୟରେ ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର...

ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର...

Advertisement
Archives

Model This Week