ନିର୍ମାଣ କ୍ଷେତ୍ରରେ ପ୍ରଦୂଷଣମୁକ୍ତ ପରିବେଶକୁ ଗୁରୁତ୍ୱ

ଭୁବନେଶ୍ୱର, ୨୯।୯ (ଅଭୟ ଦାଶ):ଗତ କିଛିବର୍ଷ ମଧ୍ୟରେ ସାରା ବିଶ୍ୱ ପ୍ରଦୂଷଣଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିଥିବାବେଳେ ଭାରତ ୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନମୁକ୍ତ କରିବା ନେଇ ଯୋଜନା କରୁଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାର ଦୃଷ୍ଟିରୁ ନିର୍ମାଣ କ୍ଷେତ୍ରରେ ମଧ୍ୟ ସବୁଜ ପଦକ୍ଷେପ ସହ ପ୍ରଦୂଷଣମୁକ୍ତ ପରିବେଶକୁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବାଧନକରି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶକୁ ସ୍ବଚ୍ଛ ଓ ଆବର୍ଜନାମୁକ୍ତ ରଖିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆହେବ। ବିଶେଷକରି ବର୍ତ୍ତମାନ ସମୟରେ ଚାଲିଥିବା ସ୍ବଚ୍ଛତା ହିଁ ସେବା ପକ୍ଷରେ ଜାତୀୟ ରାଜପଥ, ରାସ୍ତାକଡ଼ ସୁବିଧା, ଢାବା, ଟୋଲ୍‌ ପ୍ଲାଜା ଭଳି ୧୩,୦୦୦ ସ୍ଥାନରେ ପରିମଳ ରକ୍ଷା ପାଇଁ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ୭,୦୦୦ ସ୍ଥାନରେ କାମ ଆପାତତଃ ଶେଷ ହୋଇଛି। ସେହିଭଳି ପ୍ରତିଦିନ ଗଦା ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦେଶବ୍ୟାପୀ ସହରଗୁଡ଼ିକରେ ମୁଖ୍ୟ ପରିବେଶଗତ ଆହ୍ବାନ ଭାବେ ଦେଖା ଦେଇଥିବା ଗଡ଼କରୀ କହିଥିଲେ। ଏପରିକି ୧୦ହଜାର ହେକ୍ଟର ପାଖାପାଖି ଜମି ଅଳିଆ ଆବର୍ଜନା ଗଦା ଯୋଗୁ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ସେ ଦୃଷ୍ଟିରୁ ସହରର କଠିନ ବର୍ଜ୍ୟବସ୍ତୁକୁ ରାଜପଥ ନିର୍ମାଣ ପାଇଁ ବ୍ୟବହାରକରି ସେ ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ଚିନ୍ତା କରୁଛି। ବର୍ଜ୍ୟରୁ ସମ୍ପଦ ସୃଷ୍ଟି କେବଳ ବୈଷୟିକ ଜ୍ଞାନ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ବୋଲି ମନ୍ତ୍ରୀ କହିଥିଲେ। ଦେଶର ବିକଳ୍ପ ଜୈବ ଇନ୍ଧନକୁ ନେଇ ମନ୍ତ୍ରୀ କହିଥିଲେ, ଦେଶରେ ଏକ ଇଥାନଲ ଅର୍ଥନୀତିର ସେ ଦୃଢ ସମର୍ଥକ। କୃଷି କ୍ଷେତ୍ରର ଅଭିବୃଦ୍ଧି କରିବା ପାଇଁ ଇଥାନଲକୁ ଅଧିକରୁ ଅଧିକ ଉପଯୋଗ କରାଯିବା ଆବଶ୍ୟକ ରହିଛି। ଇଥାନଲ ଅର୍ଥ ବ୍ୟବସ୍ଥା ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲକ୍ଷ୍ୟ ରହିଛି। ସେହିପରି ଗଡ଼କରୀ କହିଥିଲେ, ବିଶ୍ୱର ପ୍ରଥମ ବିଏସ୍‌-୬ କମ୍ପ୍ଲିଆଣ୍ଟ ଫ୍ଲେକ୍ସ ଫୁଏଲ ଷ୍ଟ୍ରଙ୍ଗ୍‌ ହାଇବ୍ରିଡ୍‌ ଯାନ ଦିଲ୍ଲୀରେ ଚାଲିବା ଆରମ୍ଭ ସହ ଫ୍ଲେକ୍ସ ଇଞ୍ଜିନଗୁଡ଼ିକ ଶତପ୍ରତିଶତ ଇଥାନଲ ଦ୍ୱାରା ଚାଲି ଅର୍ଥବ୍ୟବସ୍ଥା ମଧ୍ୟକୁ ୧ ଲକ୍ଷ କୋଟି ଟଙ୍କା ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?