ଖାଇବାତେଲ ଆମଦାନୀ ଶୁଳ୍କ ୬ ମାସ ବଢ଼ିଲା

ନୂଆଦିଲ୍ଲୀ,୩ା୯: ବିଦେଶରୁ ଆମଦାନୀ ହେଉଥିବା ଖାଇବାତେଲ ଉପରେ ଲାଗୁ ହେଉଥିବା କଷ୍ଟମ ଡ୍ୟୁଟି, କୃଷି ଇନ୍‌ଫ୍ରା ଓ ଡେଭଲପମେଣ୍ଟ ସେସ୍‌ର ରିହାତି ଅବଧି ଆଉ ୬ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ଖାଇବାତେଲ ଆମଦାନୀ ଉପରେ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଛାଡ଼ ସୁବିଧା ମିଳିବ। ୨୦୨୧ ଅକ୍ଟୋବରରେ ସରକାର ପ୍ରଥମ ଥର ପାଇଁ ଅଶୋଧିତ ସୋୟାବିନ, ସନ୍‌ଫ୍ଲାୱାର ଓ ପାମ୍‌ ଅଏଲ ଆମଦାନୀ ଉପରେ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ କଷ୍ଟମ ଡ୍ୟୁଟି ଓ କୃଷି ଇନ୍‌ଫ୍ରା ଓ ଡେଭଲପମେଣ୍ଟ ସେସ୍‌ ଛାଡ଼ ଘୋଷଣା କରିଥିଲେ। ମାର୍ଚ୍ଚରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସମ୍ପ୍ରସାରଣ କରାଯାଇଥିବା ବେଳେ ସରକାର ଆଉ ୬ ମାସ ବଢ଼ାଇ ଦେଇଛନ୍ତି। ସେହିଭଳି ଗତ ଫେବୃୟାରୀରେ ସରକାର ମସୁର ଆମଦାନୀ ଉପରେ କୃଷି ଇନ୍‌ଫ୍ରା ଓ ଡେଭଲପମେଣ୍ଟ ସେସ୍‌ ରିହାତି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦାୟିତ୍ୱ ଗ୍ରହଣ କରିବେ ସିଦ୍ଧାର୍ଥ

ନୂଆଦିଲ୍ଲୀ,୧୪।୩: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତି ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ। ଏପରିକି...

ଖିମ୍‌ଜୀ ହୋଣ୍ଡାରେ ସ୍ବତନ୍ତ୍ର ଅନାବରଣ ଉତ୍ସବ

ଭୁବନେଶ୍ୱର,୨୮।୬ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ସାଇନ୍‌-୧୦୦ ସିସି ଏବଂ...

ରିଲାଏନ୍‌ସ ଡିଜିଟାଲରେ ପାର୍ବଣ ଅଫର

ନୂଆଦିଲ୍ଲୀ,୪।୧୦: ଚଳିତ ବର୍ଷ ପାର୍ବଣ(ଦଶହରା)ରେ ରିଲାଏନ୍ସ ଡିଜିଟାଲର ଇଲେକ୍‌ଟ୍ରୋନିକ୍‌ ସେଲ୍‌ର ସଦ୍ୟତମ ଟେକ୍‌ ସାମଗ୍ରୀକୁ ଘରକୁ ଆଣନ୍ତୁ। ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ୍‌ ଷ୍ଟୋର, ମାଇଁ...

୧୦% ଷ୍ଟକ୍‌ ବିକିପାରନ୍ତି ଏଲନ ମସ୍କ

ନୂଆଦିଲ୍ଲୀ, ୮।୧୧:  ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍‌ଲା କମ୍ପାନୀର ସିଇଓ ଏଲନ ମସ୍କ ୧୦% ଷ୍ଟକ୍‌ ବିକି ପାରନ୍ତି। ଏ ନେଇ ଶନିବାର ସେ...

ଭୁବନେଶ୍ୱରରେ ଖୋଲା ରହିଲା ସିସିଡି

ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର,...

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୧୪।୬: ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ...

୧୪ରୁ ୨୪ଘଣ୍ଟିଆ ଆର୍‌ଟିଜିଏସ୍‌ ସେବା

ନୂଆଦିଲ୍ଲୀ: ଚଳିତ ମାସ ୧୪ ତାରିଖରୁ ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସେବା ୨୪ ଘଣ୍ଟିଆ ହେବ। ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଲାଗି ରିଜର୍ଭ...

ଏୟାର ଇଣ୍ଡିଆର ଫଗ୍‌ କେୟାର ସର୍ଭିସ୍‌ ଆରମ୍ଭ…

ନୂଆଦିଲ୍ଲୀ,୨୫।୧୨ : କୁହୁଡ଼ି ପ୍ରଭାବିତ ବିମାନର ଯାତ୍ରୀମାନଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଫଗ କେୟାର ସର୍ଭିସ୍‌ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ କହିଛି ଯେ...

Advertisement
Archives

Model This Week