ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ ଅମଳକ୍ଷମ ଅବସ୍ଥାକୁ ଯେତେ ପାଖେଇ ଆସୁଛି, ଫସଲରେ ରୋଗପୋକ ଉପଦ୍ରବ ଚାଷୀଙ୍କ ଚିନ୍ତା ସେତେ ବଢ଼ାଇ ଚାଲିଛି। ଧାନ ଫସଲରେ ଚକଡ଼ା ରୋଗପୋକ ଆରମ୍ଭ ହେବା ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ‘ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା’ ଶୀର୍ଷକ ଏକ ସଚିତ୍ର ବିସ୍ତୃତ ଖବର ଶନିବାର ଧରିତ୍ରୀରେ ପ୍ରକାଶ ପାଇବା ପରେ ରବିବାର ଛୁଟି ଦିବସ ସତ୍ତ୍ୱେ କୃଷି ବିଭାଗର ଏକ ଟିମ୍‌ ବରଗଡ଼ ବ୍ଲକ କଲାପାଣିକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହିତ ପ୍ରଭାବିତ ଫସଲ ନିରୀକ୍ଷଣ କରିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ(ସିଡିଏଓ) ପ୍ରସନ୍ନ କୁମାର ମିଶ୍ରଙ୍କ ସମେତ ସହକାରୀ କୃଷି ଅଧିକାରୀ ସ୍ନେହଲ ମନ୍ଦିପ, କୃଷି ଅଧିଦର୍ଶିକା କୁନ୍ତି ପ୍ରଧାନ, ଦିଲୀପ ଦାଶ ପ୍ରମୁଖ ଏହି ଟିମ୍‌ରେ ଥିଲେ। କଲାପାଣି ଗ୍ରାମର ଚାଷୀ ସୁରେଶ ନେକାଣ୍ଟିଙ୍କ ଚାଷଜମିକୁ ପହଞ୍ଚିଥିଲେ। ସେତେବେଳେ ଚାଷୀ ନେକାଣ୍ଟି ଚକଡ଼ା ପ୍ରଭାବିତ ଧାନ ଫସଲରେ କୀଟନାଶକ ସିଞ୍ଚନ କରୁଥିଲେ। ପ୍ରଭାବିତ ଫସଲରେ ପ୍ରୟୋଗ କରୁଥିବା କୀଟନାଶକକୁ ଉକ୍ତ ଟିମ୍‌ ଦେଖିଥିଲେ ଏବଂ ସେହି କୀଟନାଶକ ପ୍ରୟୋଗ ସତ୍ତ୍ୱେ ଚକଡ଼ା ପ୍ରତିହତ ନ ହେଲେ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ପରାମର୍ଶ ନେବାକୁ ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଥିଲେ। ସେହିପରି ଚକଡ଼ା ଅଧିକ ବ୍ୟାପିଲେ ରିହାତିରେ କୀଟନାଶକ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ତାଙ୍କୁ ଉକ୍ତ ଟିମ୍‌ କହିଥିବା ଚାଷୀ ନେକାଣ୍ଟି ପ୍ରକାଶ କରିଛନ୍ତି।
ତେବେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ଏବଂ ବିଲରେ ରହିଥିବା ପାଣି ଯୋଗୁ ବିଭିନ୍ନ ରୋଗପୋକର ପ୍ରାଦୁର୍ଭାବ ଦେଖାଯାଉଥିବା ଯୋଗୁ କୃଷି ବିଭାଗ ସହିତ ଯୋଗାଯୋଗ କରି କେବଳ ଅନୁମୋଦିତ କୀଟନାଶକ ପ୍ରୟୋଗ ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀ ଚାଷୀଙ୍କୁ ପରାମର୍ଶ ଦେବା ସହିତ ସଚେତନ କରାଇଥିଲେ। ସେହିପରି ସାମ୍ପ୍ରତିକ ଧାନ ଫସଲରେ ରୋଗପୋକ ଉପଦ୍ରବ ସମ୍ଭାବନାକୁ ଦୃଷ୍ଟିରେ ରଖି ସେଥିପ୍ରତି ସଜାଗ ରହିବା ସହିତ ନିୟମିତ ସର୍ବେକ୍ଷଣ, ଉପଯୁକ୍ତ କୀଟନାଶକ ଅନୁମୋଦନ କରିବା ପାଇଁ ସମସ୍ତ କୃଷି ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଛନ୍ତି। ଅନ୍ୟପଟେ ଏଭଳି ସ୍ଥଳେ ଚାଷୀମାନେ ମଧ୍ୟ କୃଷି ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଫସଲ ସ୍ଥିତି ଉପରେ ଅବଗତ କରିବା ଏବଂ ଆବଶ୍ୟକ ପରାମର୍ଶ ନେବାକୁ ମୁଖ୍ୟ ଜିଲା କୃଷି ଅଧିକାରୀ ଚାଷୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ପ୍ରକାଶଥାଉ କି, ଗତ କିଛିଦିନ ହେଲା, ଜିଲାର ବିଭିନ୍ନ ଅଞ୍ଚଳର ଧାନ ଫସଲରେ ରୋଗପୋକଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। କିଛିଦିନ ତଳେ ବରଗଡ଼ ବ୍ଳକ ଅନ୍ତର୍ଗତ ଗାଇସୀମା, ଧାଙ୍ଗେର, କୁରୁଆଁ, ଖଣ୍ଡହଥା ଅଞ୍ଚଳର ଧାନକେଣ୍ଡା ଅଗାଡ଼ି ହୋଇ ଯାଉଥିବା ପରିଲକ୍ଷିତ ହୋଇଥିଲା। ତେବେ ତାହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନ ହେଉଣୁ ଗାଇସୀମା, କଲାପାଣି ଆଦି ଅଞ୍ଚଳରେ ଧାନ ଫସଲରେ ଚକଡ଼ା ରୋଗପୋକ ଉପଦ୍ରବ ଆରମ୍ଭ ହୋଇଥିବା ଚାଷୀମାନେ କହିଛନ୍ତି। ଏଭଳି ସ୍ଥିତିରେ ପ୍ରଭାବିତ ଫସଲରେ ଉପଯୁକ୍ତ କୀଟନାଶକ ପ୍ରୟୋଗ କରା ନ ଗଲେ ତାହା ସବୁଆଡ଼େ ବ୍ୟାପୀ ଫସଲକୁ ଧୂଳିସାତ୍‌ କରି ଦେବାର ଆଶଙ୍କା ରହିଛି। ସେହିପରି କୃଷି ବିଭାଗ ମଧ୍ୟ ଏଥିପ୍ରତି ସଚେତନ ହୋଇ ଚାଷୀଙ୍କୁ ଉଚିତ ପରାମର୍ଶ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି। ସେଥିପ୍ରତି ସଜାଗ ରହି ବିହିତ ପଦକ୍ଷେପ ନେବାକୁ ଜିଲାର ସମସ୍ତ କୃଷି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?