ପ୍ରବାସୀ ପୁଣି ଗାଁ ମୁହାଁ

ମୁମ୍ବାଇ/ନୂଆଦିଲ୍ଲୀ,୧୦ା୧: ଛଳଛଳ ଆଖି, ଅବଶ ପାଦ। ଲକ୍‌ଡାଉନ୍‌ ଜାରି ହେଲେ ଜୀବିକା ହରାଇବାର ଭୟ। କେବଳ ଜୀବିକା ନୁହେଁ, ସଂକ୍ରମିତ ହୋଇ ଜୀବନ ଯିବାର ଆଶଙ୍କା ବି କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି। ଏଥିଲାଗି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ ବଡ଼ ସହରଗୁଡ଼ିକର ଷ୍ଟେଶନରେ ଲାଗିଛି ପ୍ରବାସୀ ଶ୍ରମିକଙ୍କ ଭିଡ଼। ସେମାନେ ଯେମିତି ବି ହେଉ ଗାଁକୁ ଫେରିଯିବାକୁ ବ୍ୟାକୁଳ। ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଏବେ ଆଙ୍କିଛି ଏଭଳି ବିକଳ ଚିତ୍ର। ମହାମାରୀର ଲେଉଟାଣି ସହ ତୃତୀୟ ଲହର ଆଶଙ୍କା ଯୋଗୁ ବିଭିନ୍ନ ରାଜ୍ୟରେ କଟକଣା ଲାଗୁ ହେବା ପରେ ପୁଣି ଦେଖିବାକୁ ମିଳିଲାଣି ଦେଢ଼ବର୍ଷ ତଳର ସେହି ଦୃଶ୍ୟ।
୨୦୨୦ ମାର୍ଚ୍ଚ ୨୪ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଘୋଷଣା କରିଥିଲେ ୨୧ ଦିନିଆ ଜାତୀୟ ଲକ୍‌ଡାଉନ୍‌। ହୁ ହୁ ହୋଇ ବଢ଼ୁଥିବା କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ସେତେବେଳେ ନିଆଯାଇଥିବା ଏହି ପଦକ୍ଷେପ ୧୩୮ କୋଟି ଭାରତୀୟଙ୍କ ଗତିବିଧିରେ ବ୍ରେକ୍‌ ଲଗାଇଦେଇଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ତାଲାବନ୍ଦ ଅବଧିକୁ ବଢ଼ାଯାଇଥିଲା। ସରକାରୀ କଟକଣା ଯୋଗୁ କଳକାରଖାନା ଓ କାର୍ଯ୍ୟସ୍ଥଳଗୁଡ଼ିକରେ ତାଲା ଝୁଲିବା ପରେ କୋଟି କୋଟି ପ୍ରବାସୀ ଶ୍ରମିକ ଜୀବିକା ହରାଇଥିଲେ। ମୁମ୍ବାଇ ଓ ଦିଲ୍ଲୀ ସମେତ ଅନ୍ୟ ସହରଗୁଡ଼ିକରେ ଆୟର ପନ୍ଥା ନ ପାଇ ଖାଦ୍ୟ ସଙ୍କଟ ଭିତରେ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇଯାଇଥିଲେ ଶ୍ରମିକ ଓ ସେମାନଙ୍କ ପରିବାର। ସରକାର ସେମାନଙ୍କୁ ଜରୁରୀ ସାମଗ୍ରୀ ଯୋଗାଇବା ପ୍ରତିଶ୍ରୁତି ଦେଇଥିଲେ ହେଁ ବଣ୍ଟନ ବ୍ୟବସ୍ଥା ଭୁଶୁଡ଼ିପଡ଼ିଥିବାରୁ ଅତି ଦୟନୀୟ ଭାବେ କାଳାତିପାତ କରିଥିଲେ। ହାତରେ କାମ ନାହିଁ କି ପକେଟରେ ଟଙ୍କା ନାହିଁ। ଏଭଳି ଅବସ୍ଥା ପ୍ରବାସୀଙ୍କୁ ବାଧ୍ୟ କରିଥିଲା ନିଜ ନିଜ ଗଁାକୁ ଫେରିଯିବା ପାଇଁ। ବହୁସଂଖ୍ୟକ ଶ୍ରମିକ ଶତାଧିକ କିଲୋମିଟର ଚାଲି ଚାଲି ଯାଇଥିବାବେଳେ ଅନେକେ ସାଇକେଲରେ ଘରକୁ ଫେରିଥିଲେ। ଫେରିବାବେଳେ କିଏ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇଥିଲେ ତ କେହି କେହି ବାଟରେ ପ୍ରାଣ ହରାଇଥିଲେ। ବିକଳରେ ଗଣପଳାୟନର ଏହି ହୃଦୟ ବିଦାରକ ଦୃଶ୍ୟ ସେତେବେଳେ ସମସ୍ତଙ୍କୁ ବ୍ୟଥିତ କରିଥିଲା। ପଳାୟନକାରୀ ଓ ମୃତକଙ୍କ ସଂଖ୍ୟାର ହିସାବ କିନ୍ତୁ ସରକାରଙ୍କ ପାଖରେ ନ ଥିଲା।
ଏବେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ପୁଣି ସେହି ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ଦେଶରେ ୧୫୯,୬୩୨ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୫୨ ଓମିକ୍ରନ୍‌ ସଂକ୍ରମିତଙ୍କ ସହ ଦକ୍ଷିଣ ଆଫ୍ରିକୀୟ ନୂଆ ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୨୩ରେ ପହଞ୍ଚତ୍ଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶର କୋଭିଡ୍‌ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି। ସୋମବାର ପୁନଃ ସମୀକ୍ଷା ପରେ ଲକ୍‌ଡାଉନ୍‌ ଜାରି କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ଲକ୍‌ଡାଉନ୍‌ ଜାରି କରି ନ ଥିଲେ ହେଁ ଲକ୍‌ଡାଉନ୍‌ ଭଳି କଟକଣା ଲଗାଇଛନ୍ତି। ଏହି ସବୁ କଟକଣା ଦିଲ୍ଲୀବାସୀ ଓ ମୁମ୍ବାଇବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ବିଶେଷକରି ବାହାରୁ ଆସି ସେଠାରେ ମୂଲ ଲାଗୁଥିବା ଲୋକେ ବେଶି ଆତଙ୍କିତ ହୋଇପଡ଼ିଛନ୍ତି। ଯେଉଁମାନେ ପୂର୍ବ ଲକ୍‌ଡାଉନ୍‌କୁ ଅଙ୍ଗେ ନିଭାଇଛନ୍ତି ସେମାନେ ଏବେ ନିଜ ଗଁାକୁ ଫେରିବା ପାଇଁ ବାହାରିଛନ୍ତି। ଉତ୍ତର ପ୍ରଦେଶର ହେମନ୍ତ ମୌର୍ଯ୍ୟ ଦିଲ୍ଲୀରୁ ଗତ ୬ ତାରିଖରେ ଘରକୁ ଫେରିଯାଇଛନ୍ତି। ଗତଥର ଭଳି ଅବସ୍ଥା ନ ଭୋଗିବା ପାଇଁ ସେ ଫେରିଯାଇଥିବା କହିଛନ୍ତି। କେବଳ ହେମନ୍ତ ନୁହନ୍ତି, ୟୁପିର ଗୋଣ୍ଡା ଜିଲା ବାସିନ୍ଦା ୩୩ ବର୍ଷୀୟ ରାଜୁ ମଧ୍ୟ ଅର୍ଥାଭାବରେ ପିଲାଛୁଆଙ୍କୁ ଧରି ଗଁାକୁ ଫେରିଛନ୍ତି। କର୍ଫ୍ୟୁ ଅବଧି ନ ବଢ଼ିଲେ ଦିଲ୍ଲୀକୁ କାମ କରିବା ପାଇଁ ଯିବେ ବୋଲି ସେ କହିଛନ୍ତି। ବିହାରର ମୋତିହାରି ବାସିନ୍ଦା ଅଶୋକ ତିଓ୍ବାରୀ ଦିଲ୍ଲୀରେ ଅଟୋ ଚଳାଉଥିଲେ। ସେ ବି ଲକ୍‌ଡାଉନ୍‌ ଭୟରେ ଅଟୋରେ ପରିବାର ଧରି ଫେରିଗଲେ। ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଲାଗିବ ବୋଲି ଗୁଜବ ସୃଷ୍ଟି ହେଉଥିବାରୁ ଲୁଗା ଓ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିଗୁଡ଼ିକରେ କାମ କରୁଥିବା ୟୁପି ଏବଂ ବିହାରର ବହୁସଂଖ୍ୟକ ଶ୍ରମିକ ନିଜ ରାଜ୍ୟକୁ ଫେରିଗଲେଣି। ମୁମ୍ବାଇର ଏକ କାରଖାନାରେ ପୁଅ କାମ କରୁଥିବାରୁ ବିହାରର ଅରଓ୍ବାଲ ଜିଲା ରାମପୁର ନିବାସୀ ଦୟାମୁନି ଦେବୀ କହିଛନ୍ତି, ଆଉ ଥରେ ଲକ୍‌ଡାଉନ୍‌ ନ ହେଉ। ପୁଅ ଭଲରେ ଥାଉ। ମୁଁ ବୋହୂ ଖୋଜୁଛି।

ଭାରତରେ ଲକ୍‌ଡାଉନ୍‌

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ୍‌ ୧୪ରେ ଶେଷ ହୋଇଥିବାବେଳେ ୧୫ ତାରିଖରୁ ମେ’ ୩ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ସେହିପରି ମେ’ ୪ରୁ ୧୭ ତାରିଖ ତୃତୀୟ ଓ ମେ’ ୧୮ରୁ ୩୧ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ୨୦୨୦ରେ ସମୁଦାୟ ୬୮ ଦିନ ଲକ୍‌ଡାଉନ୍‌ ରହିଥିଲା। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନେକ ପର୍ଯ୍ୟାୟରେ ଅନ୍‌ଲକ୍‌ କରାଯାଇଥିଲା। ୨୦୨୧ରେ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଭୟାବହ ରୂପ ଧାରଣ କରିଥିବାବେଳେ ଫେବୃୟାରୀ ଶେଷରୁ ଜୁନ୍‌ ୧୫ ମଧ୍ୟରେ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଲକ୍‌ଡାଉନ୍‌ ଜାରି କରିଥିଲେ। ଫଳରେ ଆର୍ଥିକ ଗତିବିଧି ବହୁଳ ଭାବେ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri