IMDର ଆଲର୍ଟ: ଓଡ଼ିଶାର ୧୦ ଜିଲାରେ ଝଡ଼ବର୍ଷା! ଆଜି ରାତିରେ…

ଭୁବନେଶ୍ୱର,୩।୬: ଭୁବନେଶ୍ୱର ସମେତ ଓଡ଼ିଶାର ୧୦ ଜିଲା ପାଇଁ ଅରେଞ୍ଜ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ମାଲକାନଗିରି, ଖୋର୍ଦ୍ଧା (ଭୁବନେଶ୍ୱର ସହ), ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ା, ସୁନ୍ଦରଗଡ଼, ନୟାଗଡ଼ ଓ କେନ୍ଦୁଝର ଜିଲାରେ ଝଡ଼ତୋଫାନ, ବଜ୍ରପାତ ଓ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ 4 ଟାରୁ ଭାରୀ ବର୍ଷା, ଝଡ଼ତୋଫାନ ଓ ବଜ୍ରପାତ ଜାରି ରହିଛି।

ଆଗାମୀ ତିନି ଦିନ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା, ଝଡ଼ତୋଫାନ ଓ ବଜ୍ରପାତର ସମ୍ଭାବନା ରହିଛି। ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼ ଓ ସୁନ୍ଦରଗଡ଼ରେ ବଜ୍ରପାତ ସହ 50-60 କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଜଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ 7ରୁ 11 ସେମି ଭାରୀ ବର୍ଷା ହୋଇପାରେ।

Share