Posted inଖେଳ

ଥ୍ରୋ ବେଳେ ହେଲ୍‌ମେଟ୍‌ରେ ପଶିଗଲା ବଲ୍‌,ବ୍ୟାଟ୍ସମ୍ୟାନ ଗୁରୁତର ଆହତ; ଆମ୍ବୁଲାନ୍ସ ଯୋଗେ…

ନୂଆଦିଲ୍ଲୀ,୫।୪: ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ମ୍ୟାଚରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବେ ଓଭାଲରେ ଅନୁଷ୍ଠିତ ଏହି ମ୍ୟାଚ ସମୟରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ ଇମାମ ଉଲ ହକ୍‌ ଗୁରୁତର ଆହତ ହୋଇଛନ୍ତି। ସେ ରନ୍‌ ପାଇଁ ଦୌଡିବା ସମୟରେ ନ୍ୟୁଜିଲାଣ୍ଡ ଖେଳାଳି ଏକ ଥ୍ରୋ କରିଥିଲେ, ଯାହା ସିଧାସଳଖ ତାଙ୍କ ହେଲମେଟରେ ବାଜିଥିଲା ଏବଂ ବଲଟି ହେଲମେଟ ଭିତରେ ପଶି ଯାଇଥିଲା। ଏହା ତାଙ୍କ ମୁହଁରେ ଗଭୀର ଆଘାତ ସୃଷ୍ଟି କରିଛି। ବଲ ତାଙ୍କ ଦେହରେ ବାଜିବା ମାତ୍ରେ ସେ ତୁରନ୍ତ ତଳେ ପଡ଼ିଯାଇଥିଲେ। ସେ ଏତେ ଯନ୍ତ୍ରଣା ଅନୁଭବ କରୁଥିଲେ ଯେ ତାଙ୍କୁ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନେବାକୁ ପଡିଥିଲା।

ପାକିସ୍ତାନ ଇନିଂସର ତୃତୀୟ ଓଭରରେ ଇମାମ ଉଲ ହକଙ୍କ ସହିତ ଏହି ଘଟଣା ଘଟିଥିଲା। ସେ ୱିଲିୟମ ଔରୁର୍କେଙ୍କ ବଲରେ ଅଫ ସାଇଡ୍‌ ଖେଳି ଏକ ସିଙ୍ଗଲ ନେବାକୁ ଚେଷ୍ଟା କରିଥିଲେ। ତା’ପରେ ଫିଲ୍ଡର ଇମାମଙ୍କ ଆଡ଼କୁ ବଲ୍‌ ଫୋପାଡ଼ି ଥିଲେ ଏବଂ ବଲ ତାଙ୍କ ହେଲମେଟରେ ଫସିଯାଇଥିଲା। ଏହା ପରେ ସେ ତଳେ ପଡ଼ିଯାଇଥିଲେ। ସେ ତୁରନ୍ତ ବଲଟିକୁ ବାହାର କରି ତାଙ୍କ ପାଟି ଧରି ମଇଦାନରେ ଶୋଇପଡ଼ିଥିଲେ। ଏମିତି ଲାଗୁଛି ଯେପରି ବଲ ତାଙ୍କ ପାଟିରେ ବାଜିଛି। ତାଙ୍କ ଅବସ୍ଥା ଦେଖି ଫିଜିଓ ପଡ଼ିଆକୁ ଦୌଡ଼ି ଆସିଲେ। ଇମାମଙ୍କ ଅବସ୍ଥା ପରୀକ୍ଷା କରିବା ପରେ ଡାକ୍ତରୀ ଦଳ ତାଙ୍କୁ ଏକ ବଗି ଆମ୍ବୁଲାନ୍ସରେ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ଖେଳ କିଛି ସମୟ ପାଇଁ ବନ୍ଦ ରହିଥିଲା।

ତେବେ ଏହି ମ୍ୟାଚ୍‌ ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌କୁ ୪୨ ଓଭରକୁ ହ୍ରାସ କରାଯାଇଥିଲା। ଏହି ସମୟରେ ପାକିସ୍ତାନୀ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୬୪ ରନ କରିଛି। ପାକିସ୍ତାନ ଦଳ ପକ୍ଷରୁ ବ୍ୟାଟିଂ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri