Posted inଜାତୀୟ

କୋଲକାତା ଲଜ୍ଜା: ସନ୍ଦୀପ ଘୋଷ୍‌ଙ୍କୁ ନିଲମ୍ବନ କଲା ଆଇଏମ୍‌ଏ

କୋଲକାତା,୨୮ା୮: କୋଲକାତା ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ବୁଧବାର ତାଙ୍କ ସଦସ୍ୟତା ପଦରୁ ନିଲମ୍ବନ କରିଛି ଆଇଏମ୍‌ଏ।

कोलकाता रेप केस में IMA का एक्शन, संदीप घोष की सदस्यता निलंबित

ରାଷ୍ଟ୍ରୀୟ ସଭାପତି ଡ. ଆର୍‌.ଭି ଅଶୋକନଙ୍କ ଦ୍ୱାରା ଗଠିତ ଅନୁଶାସନ କମିଟି, ଆଇଏମ୍‌ଏ ଏଚ୍‌କ୍ୟୁଏସ୍‌ର ସର୍ବସମ୍ମତି କ୍ରମେ ଉପାଧ୍ୟକ୍ଷ ସଦସ୍ୟତା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

କୋଲକାତା ବଳାତ୍କାର ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ସନ୍ଦୀପଙ୍କ ସଦସ୍ୟତା ସ୍ଥଗିତ ରଖିଛି। ଆଇଏମଏ ସଭାପତିଙ୍କ ତରଫରୁ ସନ୍ଦୀପଙ୍କୁ ଏ ସମ୍ପର୍କରେ ଏକ ଚିଠି ଲେଖାଯାଇଛି। ଡକ୍ଟର ଘୋଷ୍‌ ଆଇଏମ୍‌ଏ କୋଲକାତା ଶାଖାର ଉପାଧ୍ୟକ୍ଷ ଥିଲେ।

ସନ୍ଦୀପ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ବଳାତ୍କାର ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ମଧ୍ୟ କିଛି ପ୍ରମାଣ ପାଇଛି। ବର୍ତ୍ତମାନ ତାଙ୍କ ବିରୋଧରେ ଇଡି ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ସମୟରେ ଭାରତୀୟ ମେଡିକାଲ ଆସୋସିଏଶନ ମୁଖ୍ୟାଳୟର ଅନୁଶାସନ କମିଟି ମଧ୍ୟ ସର୍ବସମ୍ମତି କ୍ରମେ ସନ୍ଦୀପଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।

ଚିଠିରେ ଲେଖାଯାଇଛି ଯେ, ଆଇଏମ୍‌ଏ ପଶ୍ଚିମବଙ୍ଗର ରାଜ୍ୟ ଶାଖା ସହିତ ଡାକ୍ତରଙ୍କ ଅନ୍ୟ ସଂଗଠନଗୁଡ଼ିକ ମଧ୍ୟ ଆପଣଙ୍କ ସମଗ୍ର ବୃତ୍ତିକୁ ବଦ୍‌ନାମ କରୁଥିବା ବର୍ଣ୍ଣନା କରିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେଥିପାଇଁ ଆଇଏମ୍‌ଏ ମୁଖ୍ୟାଳୟର ଅନୁଶାସନ କମିଟି ସର୍ବସମ୍ମତି କ୍ରମେ ଆପଣଙ୍କୁ ତୁରନ୍ତ ଭାରତୀୟ ମେଡିକାଲ ଆସୋସିଏସନର ସଦସ୍ୟତାରୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri