ମତିଭ୍ରମ

ହାଲ୍ୟୁସିନେସନ୍‌ ବା ମାୟା ବା ମତିଭ୍ରମ ହେଉଛି ଏକ ସ୍ନାୟୁଗତ ଅନୁଭବ। କିଛି ମାୟା ସାଧାରଣ ଯାହା କି ଅର୍ଦ୍ଧଚେତନ ଅବସ୍ଥାରେ ଅନୁଭବ କରାଯାଇଥାଏ। କିନ୍ତୁ କିଛି ଅନୁଭବ ଗୁରୁତର ଯାହା କି ମାନସିକ ରୋଗ, ଯେପରି କି ସ୍କିଜୋଫ୍ରେନିଆ ଏବଂ ଡିମେନସିଆ ଇତ୍ୟାଦିରେ ଅନୁଭୂତ ହୋଇଥାଏ। ମାୟାର ଅନୁଭବ କୌଣସି ବସ୍ତୁ କିମ୍ବା ଘଟଣା ଆଧାରିତ ଯେପରି କି ଦୃଶ୍ୟ, ଶ୍ରାବ୍ୟ, ଆଘ୍ରାଣ, ସ୍ପର୍ଶ ଏବଂ ସ୍ବାଦ ସମ୍ପର୍କିତ ହୋଇପାରେ। ମାୟା ସତ୍ୟବୋଧ ହୋଇଥାଏ କିନ୍ତୁ ଏହା ସତ ନୁହେଁ। ମନୋସ୍ତତ୍ୱବିଦ୍‌ଙ୍କ ମତରେ ମସ୍ତିସ୍କରେ ରାସାୟନିକ ପ୍ରତିକ୍ରିୟା କିମ୍ବା ପରିବର୍ତ୍ତନ ଏହାର କାରଣ। ମାୟା ବା ମତିଭ୍ରମ, ମନ ସମ୍ପର୍କିତ ଅସୁବିଧାର ଲକ୍ଷଣ ଯେରିକି ସ୍କିଜୋଫ୍ରେନିଆ, ଅତ୍ୟଧିକ ମାଦକ ଦ୍ରବ୍ୟସେବନ, ସ୍ନାୟୁଗତ ଅବସ୍ଥାରେ ଦେଖାଯିବା ସହିତ ଏହା କ୍ଷଣସ୍ଥାୟୀ ହୋଇଥାଏ। କିଛି ଲୋକ ନିଜର ମତିଭ୍ରମର ସତ୍ୟତା ବିଷୟରେ ଜାଣନ୍ତି ଏବଂ କିଛି ଜାଣିପାରନ୍ତି ନାହିଁ । ଯେଉଁ ବ୍ୟକ୍ତିମାନେ ଏହି ଭ୍ରମକୁ ସତ୍ୟ ବୋଲି ଭାବନ୍ତି ତାଙ୍କଠାରେ ଏହା ମାନସିକ ରୋଗର ଲକ୍ଷଣ ହୋଇପାରେ।

ଶ୍ରାବ୍ୟଭ୍ରମ ହେଉଛି ସାଧାରଣ। ଶବ୍ଦ ଶୁଭିବା ଯାହା କି ସତ୍ୟ ନୁହେଁ। ଯେପରି କି ସଙ୍ଗୀତ ଶୁଣାଯିବା, କାହାର ପାଦଶବ୍ଦ ଶୁଣାଯିବା, କବାଟ ଘଣ୍ଟି ଶୁଣିବା ଇତ୍ୟାଦି। କେହି କିଛି କହୁ ନ ଥିଲେ ବି କିଏ କହୁଥିବାର କେତେକ ବ୍ୟକ୍ତିଙ୍କୁ ଶୁଣାଯାଏ। ତାହା ନକାରାତ୍ମକ କିମ୍ବା ସକାରାତ୍ମକ ହୋଇପାରେ। କିଛି ଲୋକଙ୍କୁ ଲାଗେ କେହି ତାଙ୍କୁ ଖରାପ କାମ କରିବାକୁ ନିର୍ଦ୍ଦେଶ ଦେଉଛି। ଦୃଶ୍ୟଭ୍ରମରେ ଯାହା ନାହିଁ କିମ୍ବା ସତ୍ୟ ନୁହେଁ ତାହା ଦେଖାଯିବାର ଭ୍ରମ ଯେପରି କି କୌଣସି ବସ୍ତୁ, ଆକାର, ଲୋକ, ଜନ୍ତୁ କିମ୍ବା ଆଲୋକ ହୋଇପାରେ। ସ୍ପର୍ଶ ଭ୍ରମରେ ବ୍ୟକ୍ତି ଅନୁଭବ କରେ କିଏ ତାକୁ ସ୍ପର୍ଶ କରୁଛି, କିଛି ଗୋଟେ ତା’ ଦେହର ଚର୍ମରେ ଚାଲୁଛି ଯେପରି କି ପିମ୍ପୁଡି ଚାଲିବା ଇତ୍ୟାଦି। କିନ୍ତୁ ପ୍ରକୃତରେ ଏହା ସତ୍ୟ ନୁହେଁ। ଘ୍ରାଣଭ୍ରମରେ ବ୍ୟକ୍ତିକୁ କୌଣସି ବାସ୍ନା ଅନୁଭୂତ ହେବା। ଯାହା କି ଅନ୍ୟମାନେ ଜାଣି ପାରନ୍ତି ନାହିଁ। ସ୍ବାଦ ଭ୍ରମରେ ବ୍ୟକ୍ତିକୁ ଅଜବ ସ୍ବାଦ ଅନୁଭୂତ ହୁଏ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ସତ୍ୟ ନୁହେଁ।

ଉପସ୍ଥିତି ଭ୍ରମରେ ବ୍ୟକ୍ତିକୁ ଲାଗେ ଯେପରି ଘର ଭିତରେ କେହି ଜଣେ ଅଛି କିମ୍ବା ତା’ ପଛରେ ଠିଆ ହୋଇଛି। ଔଚେତ୍ୟ ଭ୍ରମ ଦ୍ୱାରା ବ୍ୟକ୍ତିକୁ ଲାଗେ ଯେପରି ତା’ ଶରୀର ପବନରେ ଉଡୁଛି କିମ୍ବା ଭାସୁଛି କିନ୍ତୁ ତାହା ସତ୍ୟ ହୋଇ ନ ଥାଏ। ଆଉ କିଛି ଭ୍ରମ ହେଉଛି ନିଦରେ କଥାହେବା, ନିଦରେ ଚାଲିବା ଇତ୍ୟାଦି ଯାହା କି ନିଦ୍ରାଜନିତ ଅସୁବିଧା ଥିବା ଲୋକଙ୍କଠାରେ ବେଶି ଦେଖାଯାଏ। ଆଉ ଗୋଟିଏ ଭ୍ରମରେ ନିଦରେ ବିଭିନ୍ନ ବସ୍ତୁ, ଆକାର, ଚିତ୍ର, ପଶୁ ଇତ୍ୟାଦି ଚାଲିବାର ଦେଖାଯାଏ କିନ୍ତୁ ଏହା ସ୍ବପ୍ନଠାରୁ ଭିନ୍ନ। ଆଉ ଗୋଟିଏ ଭ୍ରମ ହେଉଛି ଡିଲ୍ୟୁସନ୍‌, ଯାହା ସତ୍ୟ ନୁହେଁ ତାକୁ ସତ୍ୟ ବୋଲି ଭାବି ସନ୍ଦେହ କରିବା। ଯେପରି କି କେହି ତାଙ୍କୁ ମାରିଦେବା ପାଇଁ ଯୋଜନା କରୁଛି। ଏହା ସତ୍ୟ ନୁହେଁ ବୋଲି ତାକୁ ଯେତେ ପ୍ରମାଣ ଦେଲେ ବି ସେମାନେ ବିଶ୍ୱାସ କରନ୍ତି ନାହିଁ। ଆଉ ଗୋଟିଏ ଭ୍ରମ ହେଉଛି ଇଲ୍ୟୁସନ୍‌। କୌଣସି ଜିନିଷକୁ ନ ପରଖି ଭୁଲ୍‌ ବ୍ୟାଖ୍ୟା କରିବା। ଯେପରି କି ହଠାତ୍‌ କୌଣସି ବସ୍ତୁକୁ ଦେଖି ଏବଂ ନ ପରଖି ପ୍ରତିକ୍ରିୟା କରିବା ଇତ୍ୟାଦି। ଆମେ ଭ୍ରମର ଶିକାର ହେଉଛେ କି ନାହିଁ ବେଳେବେଳେ ଜାଣିପାରୁ। ଯେପରି କି ନିଜର ଆତ୍ମୀୟଙ୍କ ମୃତ୍ୟୁରେ ପ୍ରଥମେ ପ୍ରଥମେ ତାଙ୍କୁ ଡାକିଲା ଭଳି ଶୁଭିବା। ସେ ଆଉ ଦୁନିଆରେ ନାହାନ୍ତି ଜାଣିସୁଦ୍ଧା ଏଭଳି ଲାଗେ। ଏହା କିନ୍ତୁ ସାଧାରଣ।

ଭ୍ରମ ସ୍ଥାୟୀ କିମ୍ବା ଅସ୍ଥାୟୀ ହୋଇପାରେ। ଅସ୍ଥାୟୀ ଭ୍ରମର କାରଣ ହେଉଛି ଅତ୍ୟଧିକ ନିଦ୍ରା, ନିଶା ଓ ମାଦକ ଦ୍ରବ୍ୟ ସେବନ, ଗୁରୁତର ଜ୍ୱର, ସଂକ୍ରମଣ, ଶରୀରରୁ ଜଳୀୟ ଅଂଶ କମିଯିବା, ଆଘାତ, ମୁଣ୍ଡବ୍ୟଥା, ଅତ୍ୟଧିକ କଷ୍ଟ, ଶୋକ, ନିଶ୍ଚେତକ ପରବର୍ତ୍ତୀ ସମୟ ଇତ୍ୟାଦି। ଏଭଳି ଭ୍ରମ ଅସ୍ଥାୟୀ, କିନ୍ତୁ ଏହା ବେଶି ଦିନ ରହିଲେ ଚିକିତ୍ସାସେବା ନେବା ଆବଶ୍ୟକ। ଏହାସହିତ ମାନସିକ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭ୍ରମ ସୃଷ୍ଟି କରିପାରେ। ଗୁରୁତର ମାନସିକ ରୋଗ ସ୍କିଜୋଫ୍ରେନିଆ ବି ସ୍ଥାୟୀଭ୍ରମର ଏକ ମୁଖ୍ୟ କାରଣ। ବିଭିନ୍ନ ଶବ୍ଦ ଶୁଭିବା, ନ ଥିବାଲୋକ ଦେଖାଯିବା ଇତ୍ୟାଦି ପଞ୍ଚ ଇନ୍ଦ୍ରିୟରେ ପ୍ରଭାବ ସ୍କିଜୋଫ୍ରେନିଆ ରୋଗର ଲକ୍ଷଣ। ବାଇପୋଲାର ମାନସିକ ରୋଗର ଅତ୍ୟଧିକ ଖୁସି ଏବଂ ଅବସାଦ ସମୟରେ ଭ୍ରମର ଲକ୍ଷଣ ଦେଖାଯାଇଥାଏ। ଅତ୍ୟଧିକ ଅବସାଦ ଗ୍ରସ୍ତ ଥିବା ସମୟରେ ମଧ୍ୟ ଭ୍ରମ ଏବଂ ଡିଲ୍ୟୁସନ୍‌ର ଲକ୍ଷଣ ଦେଖାଯାଏ। ସ୍ନାୟୁଗତ ଅସୁବିଧା ଥିଲେ ମଧ୍ୟ ଭ୍ରମ ଦେଖାଯାଏ। ଯେପରି କି ପାରକିନସନ୍‌, ଆଲଝିମର, ଡିମେନସିଆ, ମିର୍ଗି ଏବଂ ନାରକୋଲେପସିରେ ଭ୍ରମର ଲକ୍ଷଣ ଦେଖାଯାଏ।
ଭ୍ରମର ଉପଚାର ଏହାର ଲକ୍ଷଣ ଅନୁସାରେ ହୋଇଥାଏ। ଅସ୍ଥାୟୀ ଭ୍ରମ ଯେପରି କି ଅତ୍ୟଧିକ ଜ୍ୱର, ସଂକ୍ରମଣ ଇତ୍ୟାଦିରେ ଏହି ଅସୁବିଧା ସମାଧାନ ହେଲା ପରେ ଭ୍ରମର ଲକ୍ଷଣ କମିଯାଇଥାଏ। ଗୁରୁତର ଅବସ୍ଥାରେ ଦେଖାଯାଉଥିବା ଭ୍ରମରେ କିଛି ଥେରାପି ଏବଂ ଔଷଧ ମାଧ୍ୟମରେ କମ୍‌ କରାଯାଇପାରେ। ମତିଭ୍ରମକୁ ପ୍ରତିଷେଧ କରାଯାଇପାରେ। ଯେପରି କି ଘରେ ଭଲ ଆଲୋକ ବ୍ୟବସ୍ଥା, ଠିକ୍‌ ଶବ୍ଦ ଆସୁଥିବା ଯନ୍ତ୍ରପାତିର ବ୍ୟବହାର, ଆଲୋକର ଛାୟା ଯେପରି ରୁମ୍‌ ଭିତରେ ନ ପଡ଼ିବ ତା’ର ବ୍ୟବସ୍ଥା କରିବା। ଯଦି ଘର ଭିତରେ କାହାକୁ ଦେଖିଲା ଭଳି ଲାଗୁଛି ତେବେ ପ୍ରତିବିମ୍ବ ସୃଷ୍ଟିକାରୀ ପଦାର୍ଥ ଯେପରି କି ଦର୍ପଣ ଆଦିକୁ କାଢ଼ି କିମ୍ବା କପଡ଼ାରେ ଢାଙ୍କି ଦେବା ଆବଶ୍ୟକ। ଯଦି ବ୍ୟକ୍ତି ମତିଭ୍ରମ ପାଇଁ ଔଷଧ ଖାଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ବନ୍ଦ କରିବା ଉଚିତ ନୁହେଁ।

-ରାଜୀବ କର୍ମୀ, ଶଗଡ଼ା, ବୌଦ୍ଧ
ମୋ:୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri