ନଦୀଘାଟରେ ବେଆଇନ ବାଲି ଚୋରା ଚାଲାଣକୁ ପ୍ରଶାସନ ପକ୍ଷରୁ ଚଢାଉ

ମୋରଡା,୯।୬(ଡି.ଏନ.ଏ): ବେଆଇନ ବାଲି ଚୋରା ଚାଲାଣକୁ ଚଢାଉ କରିଛି ମୋରଡା ପ୍ରଶାସନ। ସୂଚନାଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ଯାଏଁ ଉକ୍ତ ନଦୀଘାଟରେ ୨ଟି ଟ୍ରାକ୍ଟରରେ ବାଲି ଲୋଡିଂ ହେଉଥିଲା। ତେବେ କୌଣସି ସୂତରୁ ଖବର ପାଇ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା, ୨ଜଣ ଆରଆଇଙ୍କ ସହିତ ଶୁକ୍ରବାର ଭୋରରୁ ଅଚାନକ ଭାବେ ସେଠାରେ ଚଢ଼ାଉ କରିଥିଲେ। ତହସିଲଦାରଙ୍କୁ ଦେଖି ଅଭିଯୁକ୍ତ ବାଲି ଟ୍ରାକ୍ଟରର ଡ୍ରାଇଭର ବାଲି ଅନଲୋଡ଼ିଂ କରୁଥିବାବେଳେ ଟ୍ରାକ୍ଟର ଛାଡି ଦୌଡ଼ି ପଳାଇଥିଲା ଏବଂ ଅନ୍ୟ ଏକ ଟ୍ରାକ୍ଟର ଡ୍ରାଇଭର ମଧ୍ୟ ଖସି ପଳାଇବାରେ ସମର୍ଥ ହୋଇଥିଲା।

ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲା ମୋରଡା ତହସିଲ ଅଧୀନ ଶିଳଦା-ପାଟପୁର ନଦୀଘାଟରେ ବେଆଇନ ଭାବେ ଦୈନିକ ବିଳମ୍ବିତ ରାତିରୁ ସକାଳ ଯାଏଁ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ ହେଉଛି। ଏହାର ଖବର ପାଇ ପ୍ରଶାସନ ଶୁକ୍ରବାର ଘଟଣାସ୍ଥଳରେ ଚଢାଉ କରିଛି। ପ୍ରଶାସନ ପକ୍ଷରୁ ଏବେ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି l

ତେବେ ଉପରୋକ୍ତ ଏକ ଟ୍ରାକ୍ଟର(ଓଡି-ୱାଇ-୩୩୩୮)କୁ ଜବତ କରିବାରେ ସକ୍ଷମ ହୋଇଛନ୍ତି ମୋରଡା ତହସିଲଦାର l ଜବତ ଟ୍ରାକ୍ଟରକୁ ଚିତ୍ରଡା ଫାଣ୍ଡିରେ ଜିମା ଦେଇଛନ୍ତି। ଆସନ୍ତା ସୋମବାର ଦିନ ଟ୍ରାକ୍ଟରକୁ ଜରିମାନା କରାଯିବାର ସୂଚନା ଦେଇଛନ୍ତି ତହସିଲଦାର ଅନନ୍ତ କୁମାର ହାଁସଦା l


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri