ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ ଘଟିଛି। ବାଲିମାଫିଆଙ୍କ ଆକ୍ରମଣରେ ୨ ଯୁବକ ଆହତ ହୋଇଛନ୍ତି। ଉକ୍ତ ଗ୍ରାମର ସନାତନ ବେହେରାଙ୍କ ପୁଅର ଫକୀରମୋହନ ବେହେରା (୩୦)ଓ ରଞ୍ଜିତ ବେହେରା(୩୮)।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୮ଟାରେ ବୈତରଣୀ ନଦୀର ନୂଆପଡ଼ା ଘାଟରୁ ସାନ ଜାମୁପୋଷି ଗ୍ରାମର ମେଘ ମହାନ୍ତ ଓ ନାଗା ମହାନ୍ତ ୨ଟି ଟ୍ରାକ୍ଟରରେ ବାଲି ବୋଝେଇ କରୁଥିବା ବେଳେ ଫକୀର ରଞ୍ଜିତ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଚୋରା ବାଲି ଉତ୍ତୋଳନକୁ ବିରୋଧ କରି ରାତିରେ କାହିଁକି ବାଲି ଚୋରି କରୁଛ ବୋଲି କହିବାରୁ ମେଘ,ନାଗା ଓ ନୂଆପଡ଼ାର ୨ ଲେବର କପିଳ ନାଏକ ଓ ସୁନିଲ ନାଏକ ମିଶି ଫକୀର ଓ ରଞ୍ଜିତଙ୍କୁ ଆକ୍ରମଣ, ବିଧା, ଗୋଇଠା ମାରିବା ସହ ନଦୀ ହୁଡ଼ାରୁ ତଳକୁ ଠେଲି ଦେଇଥିଲେ। ଏନେଇ ପାଟଣା ଥାନାରେ ୩୦୦/୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ପାଟଣା ଥାନାଧିକାରୀ ମାନସ କୁମାର ମହାକୁଳ କହିଛନ୍ତି।

Dharitri – Odisha’s No.1 Odia Daily