ସରକାରୀ ଜମିରେ ବେଆଇନ କ୍ରଶର

ଯାଜପୁର,୨୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ବେଆଇନ କ୍ରଶର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଏପରି କି ଜଳସେଚନ ଓ ପୂର୍ତ୍ତ ବିଭାଗ, ଜଙ୍ଗଲ ଜମି, ପାହାଡ଼ କିସମ ଓ ଅନାବାଦୀ ଜମିକୁ କବ୍‌ଜା କରିବାକୁ କ୍ରଶର ବ୍ୟବସାୟୀମାନେ ପଛାଉ ନାହାନ୍ତି।  ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଧର୍ମଶାଳା ତହସିଲ ପାଇକରାପୁର ଗ୍ରାମର ଖାତା ନମ୍ବର ୨୫୨ ଓ ପ୍ଲଟ ନମ୍ବର-୧ରେ ଥିବା ପୂର୍ତ୍ତ ଓ ଜଳ ସେଚନ ବିଭାଗର ମୂଲ୍ୟବାନ ଜମିରେ ଚାଲିଥିବା ମାରୁତି ଷ୍ଟୋନ ପ୍ରଡକ୍ଟ ଏଣ୍ଡ ସପ୍ଲାୟର୍ସ ଷ୍ଟୋନ କ୍ରଶର। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହାପରେ ବୁଧବାର ଯାଜପୁର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଆଲୋକ କୁମାର କର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ଜରୁରୀ ମନେ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶରେ ପରାମର୍ଶ ଦିଆଯାଇଛି।
ଜିଲାର ଦର୍ପଣ, ଧର୍ମଶାଳା ଓ ଦାନଗଦି ତହସିଲ ଅଞ୍ଚଳରେ ବେଆଇନ କ୍ରଶରଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୫ ଜୁନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ଏହି ନିର୍ଦ୍ଦେଶ ବଳରେ ଶତାଧିକ କ୍ରଶର ଉପରେ ଗତ ପ୍ରାୟ ୯ ବର୍ଷ ହେବ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଶତାଧିକ କ୍ରଶର ସିଲ୍‌ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ସେହି କ୍ରଶରଗୁଡ଼ିକ ପୁଣି ଚାଲୁଛି। ଶ୍ରମିକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି କ୍ଲଷ୍ଟର ଆକାରରେ ଜିଲାର ୪ଟି ସ୍ଥାନରେ ସିଲ୍‌ କରାଯାଇଥିବା କ୍ରଶର ୟୁନିଟଗୁଡିକୁ ପୁନଃ ସ୍ଥାପନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିସକାଶେ ଇଡ୍‌କୋ ପକ୍ଷରୁ କ୍ଲଷ୍ଟର ନିର୍ମାଣ ହୋଇ ସାରିଛି। କିନ୍ତୁ ଏଯାଏ କ୍ଲଷ୍ଟର ୟୁନିଟ୍‌ କାର୍ଯ୍ୟକାରୀ ହୋଇ ପାରିନାହିଁ।  ଫଳରେ ଜାତୀୟ ରାଜପଥ ଓ ଜନବସତି ରାସ୍ତାକଡ଼ରେ କ୍ରଶରଗୁଡ଼ିକ ଅହରହ ଚାଲିଥିବାରୁ ପ୍ରଦୂଷଣ ସମସ୍ୟା ଉକତ୍ଟ ହେଉଛି। ଅଭିଯୋଗ ଅନୁସାରେ ଜଳ ସମ୍ପଦ ବିଭାଗର କ୍ଷୁଦ୍ର ଜଳସେଚନ ସରକାରୀ ଜମିରେ ମାରୁତି ଷ୍ଟୋନ ପ୍ରଡକ୍ଟ ଏଣ୍ଡ ସପ୍ଲାୟର୍ସ ଷ୍ଟୋନ କ୍ରଶର ଦୀର୍ଘ ୧୦ ବର୍ଷ ହେଲା ଚାଲିଛି। ସରକାରୀ ଜମିରେ ଚାଲିଥିବା ଏହି ଷ୍ଟୋନ କ୍ରଶରକୁ ୨୦୧୮ରେ ଏନ୍‌ଓସି ପ୍ରଦାନ କରାଯାଇଛି। ଏହି କ୍ରଶର ଦ୍ୱାରା ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ଥିବା ପାହାଡ଼ରୁ ଲକ୍ଷାଧିକ ଟ୍ରିପ୍‌ କଳାପଥର ଲୁଟ୍‌ ହେଉଛି। ଫଳରେ ପାହାଡ଼ରେ ପୋଖରୀ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ପାହାଡ଼ର ପାଣି ଏଥିଯୋଗୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଯାଇ ପାରୁନାହିଁ। ଯଦ୍ୱାରା ଉକ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଆବଶ୍ୟକ ପାଣି ଅଭାବରୁ ଚାଷୀଙ୍କ ଜମିରେ ପାଣି ମାଡୁନାହିଁ। କ୍ଷୁଦ୍ର ଜଳସେଚନ ବିଭାଗର କେତେଜଣ ଅଧିକାରୀ ଏହି କ୍ରଶର ମାଲିକଙ୍କଠାରୁ ମାସିକିଆ ଚାନ୍ଦା ନେଇ ଆଖି ବୁଜି ଦେଇଛନ୍ତି। ଏହାସହ ବେଆଇନ ବ୍ଲାଷ୍ଟିଂ ଓ ପରିବହନ ଯୋଗୁ ପ୍ରଦୂଷଣ ଉତ୍କଟ ହେଉଛି। ଏହି କ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଏବଂ ଜିଲା ପ୍ରଶାସନ କିଭଳି ସରକାରୀ ଜମିରେ କ୍ରଶରକୁ ଏନ୍‌ଓସି ପ୍ରଦାନ କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଥାନାରେ ଏତଲା ରୁଜୁ କରି ସରକାରୀ ଜମି ଉଦ୍ଧାର କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri